ଉଦ୍ଧବକୁଁ ସାହାଯ୍‌ର ହାତ ବଢ଼ାଲା ପରଶାସନ

ଲାଠୋର, ୨୨ା୬ (ଡି.ଏନ୍‌.ଏ) :  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଁଚେତ୍‌ ଅଧୀନ କହ୍ନେଇଛାପର ଖଇରାପଡ଼ାର ପକ୍ଷାଘାତ ରୁଗୀ ଉଦ୍ଧବ ଭୋଇ(୫୨)କୁଁ ବ୍ଲକ ପରଶାସନ ସାହାଯ୍‌ର ହାତ ବଢ଼େଇଥିବାର ଜନାପଡ଼ିଛେ।
ସୂଚନା ଅନ୍‌ସାରେ ଉଦ୍ଧବ ଗଲା ୬ ବଛର ତଲେ ପକ୍ଷାଘାତ ରୋଗ୍‌ରେ ଆକ୍‌ରଁାତ ହେଇଥିଲେ। ସେ ପେଟ କାଟି ଯାହା ସଁଚିଥିଲେ ସବୁ ଚିକିସତ୍ାରେ ଖରଚ୍‌କରି ସରବ୍‌ସୁଅଁାତ ହେଇଯାଇଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ଉଷୋକଷା ତ ଦୂରର କଥା ପରିବାର ଲୋକ୍‌ ତାହାକୁ ଭଲସେ ମୁଠେ ଖାଏବାକେ ନାଇଁ ଦେଇପାରୁଥାଇ। ଏନ୍‌ତାଥି ପରିବାର ଲୋକ ଉପେ ଶୂଇନ୍‌ ହେଇ ଥାନୀୟ ଧରିତ୍ରୀ ପରତିନିଧିକୁଁ ନିଜର ଦୁଖ୍‌ ବଖାନିଥିଲେ। ଇ ବାବ୍‌ଦେ ଗଲା ମଙ୍ଗଲବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ସାହାଯ୍‌ ଆଶ୍‌ରେ ପକ୍ଷାଘାତ ରୁଗୀ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ବରଗଡ଼ ଜିଲା ଯୋଖୀପାଲିର ୟୁଥଏଗେଁଷ୍ଟ କରପ୍‌ସନ ସଂଗଠନ ସିଏମ୍‌ଓ ଓଡ଼ିଶା, ଏଚ୍‌ଏଫଡବ୍ଲ୍ୟୁ ଓଡ଼ିଶା, ସିଡିଏମଓ ବଲାଙ୍ଗୀରକୁଁ ଟ୍ବିଟ୍‌ କରି ଉଦ୍ଧବକୁଁ ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଅନୁରୋଧ କରିଥିଲେ। ଇତାକେ ଆଧାର କରି ଗଲା ଗୁରୁବାର ଖପ୍ରାଖୋଲ ବିଡିଓ ତରଣୀ ସୁନା, ଡା. ପ୍ରହଲ୍ଲାଦ ମେହେରକଁର ସଂଗେ ଗୁଟେ ଡାକ୍‌ତରି ଦଲ ଉଦ୍ଧବକଁର ଘରେ ପୁହୁଁଚିଥିଲା। ସେଠାନେ ରୁଗୀକଁୁ ରେଡକ୍ରସ ତରଫୁ ୫ ହଜାର ଟଁକା ସାହାଯ୍‌ ଦେବାର ସଂଗେ ଡାକ୍‌ତରି ଦଲ ଉଦ୍ଧବକଁର ପରୀକ୍ଷା ନିରୀକ୍ଷା କରିଥିଲେ। ରିପୋର୍ଟ ଆଏଲା ଉତାରୁ ଉଚ ଅଧ୍‌କାରୀକଁର ସଂଗେ କଥା ହେଇ ରୁଗୀକଁର ଉଚତର ଚିକିସତ୍ା ଦିଗେ ପଦକ୍ଷେପ ନିଆଯିବା ବଲି ବିଡିଓ କହିଛନ୍‌। ବିଡିଓକଁର ଇ ପଦକ୍ଷେପକେ ପଡ଼ାବାସୀ ବଡ଼ଭାରି ପରଶଁସା କରବାର ସଂଗେ ଧଏନ୍‌ବାଦ ଜନେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri