ଉଦାହରଣ ପାଲଟିଲା କୁଲାଡ଼ ଆଲୁମିନିୟମ ଉଚ୍ଚ ବିଦ୍ୟାଳୟ: ମୋ ସ୍କୁଲ ଅଭିଯାନରେ ୪.୧୮ ଲକ୍ଷ ଆଦାୟ

ବଅଁରପାଳ, ୧୯।୧୨(ଡି.ଏନ.ଏ.) – ବିଦ୍ୟାଳୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ମୋ ସ୍କୁଲ ଅଭିଯାନରେ ବଅଁରପାଳ ବ୍ଲକ କୁଲାଡ଼ସ୍ଥିତ ଆଲୁମିନିୟମ ଉଚ୍ଚ ବିଦ୍ୟାଳୟ ଉଦାହରଣ ସୃଷ୍ଟି କରିଛି। ପୁରାତନ ଛାତ୍ରୀଛାତ୍ରଙ୍କ ସହଯୋଗରେ ବିଦ୍ୟାଳୟକୁ ୪ ଲକ୍ଷ ୧୮ ହଜାର ୪୫୫ ଟଙ୍କାର ଅନୁଦାନ ମିଳିପାରିଛି, ଯାହା କି ବ୍ଲକ ସ୍ତରରେ ସର୍ବାଧିକ।
୧୯୮୫ରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀରେ ୧୩୨ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେଠାରେ ୪ ନିୟମିତ ଶିକ୍ଷକ ଓ ଅତିଥି ଶିକ୍ଷକ ପାଠ ପଢ଼ାଉଛନ୍ତି। ସମସ୍ତ ସ୍କୁଲକୁ ଅନୁଦାନ ଦେବାପାଇଁ ସକ୍ଷମ ନ ହେବାରୁ ସରକାର ୨୦୧୬ରେ ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟର ଉନ୍ନତୀକରଣ ତଥା ନବୀକରଣ ପାଇଁ ପୁରାତନ ଛାତ୍ରୀଛାତ୍ରଙ୍କଠାରୁ ଅନୁଦାନ ଆଶା କରିବା ସହ ଆଦାୟ ଅର୍ଥର ଦୁଇଗୁଣା ସରକାର ଯୋଗାଇଦେବେ ବୋଲି ଘୋଷଣା କରିଥିଲେ। ୨୦୧୭-୧୮ରେ ଅନୁଗୋଳ ଜିଲାରେ ଏହା ଆରମ୍ଭ ହୋଇଥିଲା। ପୁରାତନ ଛାତ୍ରୀଛାତ୍ରମାନେ ସ୍କୁଲର ବିଭିନ୍ନ କାର୍ଯ୍ୟରେ ଜଡ଼ିତ ହୋଇ ସ୍କୁଲର ବିକାଶ ଦିଗରେ ସହାୟକ ହେବେ ବୋଲି ଏହାର ଲକ୍ଷ୍ୟ ରହିଥିଲା। ଏଥିପାଇଁ ସ୍ବତନ୍ତ୍ର ଭାବେ ପୁରାତନ ଛାତ୍ରୀଛାତ୍ରମାନଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲା। କୁଲାଡ଼ ଆଲୁମିନିୟମ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଏକ କମିଟି ଗଠନ କରାଯାଇଛି। ସୁଜିତ କୁମାର ସେଠ କମିଟି ସଭାପତି, ମୁକେଶ କୁମାର ଜେନା ଉପସଭାପତି, ଜିତେନ୍ଦ୍ର ଜେନା ସମ୍ପାଦକ, କାଳୀଚରଣ କର ସହସମ୍ପାଦକ ରହିଛନ୍ତି। ଏଥିସହ ସ୍କୁଲର ପୁରାତନ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ପ୍ରତ୍ୟେକ ବ୍ୟାଚରୁ ଦୁଇ ଜଣ ଲେଖାଏ ସଦସ୍ୟ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୨ଟି ପୁରାତନ ବ୍ୟାଚରୁ ୪ ଲକ୍ଷ ୧୮ ହଜାର ୪୫୫ ଟଙ୍କା ଆଦାୟ ହୋଇଛି। ସେହିକ୍ରମରେ ସରକାର ସ୍କୁଲକୁ ୮ ଲକ୍ଷ ୩୬ ହଜାର ୯୧୦ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। ପୁରାତନ ଛାତ୍ର ମନୋରଞ୍ଜନ ଜେନା ସର୍ବାଧିକ ୫୦ ହଜାର ଟଙ୍କା, ରଣଜିତ ସେଠ ୩୦ ହଜାର, ବୁଲେସ ଜେନା ୨୫ ହଜାର ଓ କିଶୋର ସ୍ବାଇଁ ୨୦ ହଜାର ଟଙ୍କା ଅନୁଦାନ ଦେଇଛନ୍ତି। ପୁରାତନ ଛାତ୍ରୀଛାତ୍ର ଏବଂ ସରକାରଙ୍କ ଅନୁଦାନରେ ସ୍କୁଲର ପୁରୁଣା ଶ୍ରେଣୀଗୃହର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଏଥିସହ ଏକ ନୂତନ ବାଳିକା ଶୌଚାଳୟ, ମୁକ୍ତମଞ୍ଚ ନିର୍ମାଣ, ସ୍କୁଲର ମୁଖ୍ୟ ଫାଟକର ଆଧୁନିକୀକରଣ କରାଯାଇଛି। ସେହିପରି ବିଶୁଦ୍ଧ ପାନୀୟ ଜଳ ସହ ଡ୍ରେନେଜ ଓ ଲାଇବ୍ରେରି ହଲ ନିର୍ମାଣର ବ୍ୟବସ୍ଥା କରାଯାଇଛି।
ଏ ସମ୍ପର୍କରେ ପୁରାତନ ଛାତ୍ର କମିଟିର ସଭାପତି ସୁଜିତ, ସମ୍ପାଦକ ଜିତେନ୍ଦ୍ର ପ୍ରମୁଖ କୁହନ୍ତି, ମୋ ସ୍କୁଲ ଅଭିଯାନରେ ଅନୁଦାନ କ୍ଷେତ୍ରରେ ଏହି ବିଦ୍ୟାଳୟ ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି। ପୁରାତନ ଛାତ୍ରୀଛାତ୍ରମାନେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦେଇ ସାରିଲେଣି। ଆହୁରି ଅଧିକ ଅନୁଦାନ କିଭଳି ଆସିବ ସେଥିପ୍ରତି ଆମର ଉଦ୍ୟମ ରହିଛି। ପ୍ରଧାନ ଶିକ୍ଷକ ପ୍ରମୋଦ ସାହୁ କୁହନ୍ତି, ବର୍ତ୍ତମାନ ସୁଦ୍ଧା ସ୍କୁଲର ବହୁ ଉନ୍ନତୀକରଣ କାର୍ଯ୍ୟ ହୋଇସାରିଲାଣି। ପୁରାତନ ଛାତ୍ରୀଛାତ୍ରମାନଙ୍କ ଆର୍ଥିକ ସହାୟତାରେ ଏହି ସବୁ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ପ୍ରକାଶଥାଉ କି, ବଅଁରପାଳ ବ୍ଲକରେ ୮୫ଟି ଉପ୍ରା ବିଦ୍ୟାଳୟ ଥିବାବେଳେ ୩୦ଟି ଉଚ୍ଚ ବିଦ୍ୟାଳୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri