ଉତ୍ତମଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ମନ୍ତ୍ରୀ

ଭୁବନେଶ୍ୱର,୨୮।୨: ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନନ୍ୟ ନାୟକ ଉତ୍ତମ ମହାନ୍ତିଙ୍କ ବିୟୋଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଶୁକ୍ରବାର ଶୋକ ପ୍ରକାଶ କରିଛନ୍ତି।

ଉତ୍ତମଙ୍କ ବିୟୋଗ ଓଡ଼ିଆ ସିନେ ଜଗତ ପ୍ରତି ଏକ ଅପୂରଣୀୟ କ୍ଷତି। ବରିଷ୍ଠ ଅଭିନେତା ଉତ୍ତମ ଜଣେ ଲୋକପ୍ରିୟ ଚଳଚ୍ଚିତ୍ର ନାୟକ ଭାବେ ଅଭିନୟ କ୍ଷେତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ଯାଇଛନ୍ତି।

ଓଡ଼ିଆ ସହ ଅନେକ ବଙ୍ଗାଳି ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମନ୍ତ୍ରୀ ପାତ୍ର ସମବେଦନା ଜ୍ଞାପନ କରିଛନ୍ତି।