ଇସିଜି ପାଇଁ ଜୀବନ ଗଲା

କଟକ ଅଫିସ, ୧୯ା୧୧: ଏସ୍‌ସିବି ମେଡିକାଲ ଦିଲ୍ଲୀ ଏମ୍‌ସର ସମକକ୍ଷ ହେବ। ଗତ ସପ୍ତାହରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଏସ୍‌ସିବି ମେଡିକାଲର ପ୍ରକୃତ ଚିତ୍ର କେତେ ବିକଳ ତାହା ଜଣେ ମହିଳାଙ୍କ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଘଟଣା ସମ୍ପର୍କରେ ହାଇକୋର୍ଟ ଆଡଭୋକେଟ ଦିବ୍ୟଲୋଚନ ସାହୁ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ସ୍ବାସ୍ଥ୍ୟ ସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଆଡଭୋକେଟ ସାହୁଙ୍କ ଅଭିଯୋଗ ଅନୁଯାୟୀ, ଗତ ୩ ତାରିଖରେ ତାଙ୍କ ସମ୍ପର୍କୀୟ ଭାଉଜ ସୁନିତା ସାହୁ(୪୫) ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସ୍ବାମୀ ସତ୍ୟପ୍ରିୟ ମଧ୍ୟାହ୍ନ ୧୨ଟାରେ ସୁନିତାଙ୍କୁ ଧରି ଏସ୍‌ସିବି କାଜୁଆଲ୍‌ଟିକୁ ଯାଇଥିଲେ। କାଜୁଆଲ୍‌ଟି ଦାୟିତ୍ୱରେ ଥିବା ଡାକ୍ତର ସୁନିତାଙ୍କର ଇସିଜି କରିବା ପାଇଁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସତ୍ୟପ୍ରିୟ କାଜୁଆଲ୍‌ଟି ଇସିଜି ରୁମ୍‌କୁ ଗଲାବେଳେ ସେଠାରେ ଇସିଜି ହେଉ ନ ଥିବା ଉପସ୍ଥିତ କର୍ମଚାରୀମାନେ କହିଥିଲେ। ମେଡିସିନ ଆଉଟଡୋରକୁ ଯାଇ ଇସିଜି କରିବା ପାଇଁ ସେମାନେ ସତ୍ୟପ୍ରିୟଙ୍କୁ କହିଥିଲେ। ଏହାପରେ ସତ୍ୟପ୍ରିୟ ସୁନିତାଙ୍କୁ ଧରି ମେଡିସିନ ଆଉଟଡୋରକୁ ଯାଇଥିଲେ। ସେତେବେଳକୁ ଦିନ ୧ଟା ବାଜି ସାରିଥିଲା। ମାତ୍ର ଇସିଜି ରୁମ୍‌ ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଲାଗିଥିଲା। ହଠାତ୍‌ ଇସିଜି ରୁମ୍‌ର ଜଣେ କର୍ମଚାରୀ ବାହାରି ଆସି କହିଥିଲେ, ଏବେ ଆଉ ଇସିଜି ହୋଇପାରିବ ନାହିଁ। ଲଞ୍ଚବ୍ରେକ୍‌ ସମୟ ହୋଇଗଲାଣି। ସାଢେ ୨ଟା ବେଳକୁ ଆସିଲେ ବାକି ରୋଗୀଙ୍କର ଇସିଜି କରାଯିବ। ଏହି ସମୟରେ ଆଡଭୋକେଟ ସାହୁ ସେଠାରେ ପହଞ୍ଚତ୍ଥିଲେ। ତେଣୁ କାଳବିଳମ୍ବ ନ କରି ତୁରନ୍ତ ଘରୋଇ ଇସିଜି କେନ୍ଦ୍ରକୁ ସୁନିତାଙ୍କୁ ନେଇଯିବାକୁ ସେ ଭାଇ ସତ୍ୟପ୍ରିୟଙ୍କୁ କହିଥିଲେ। ଏହି ଅନୁଯାୟୀ ସୁନିତାଙ୍କୁ ନିଆଯିବାକୁ ଉଦ୍ୟମ କରାଯିବାବେଳେ ମେଡିସିନ ଆଉଟଡୋର ସାମ୍ନାରେ ସେ ଅଧିକ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ସେଠାରେ ଥିବା ଏକ ବ୍ୟାଟେରି ଆମ୍ବୁଲାନ୍ସରେ କାଜୁଆଲ୍‌ଟିକୁ ପୁନର୍ବାର ନିଆଯାଇଥିଲା। ସେଠାରେ ସୁନୀତାଙ୍କୁ ଗୋଟିଏ ଇଞ୍ଜେକଶନ ଓ ଅକ୍ସିଜେନ ଦିଆଯାଇଥିଲା। ହେଲେ ଅପରାହ୍ନ ସାଢେ ୧ଟାରେ ସୁନିତାଙ୍କର ମୃତ୍ୟୁ ଘଟିଥିଲା। ଆଡଭୋକେଟ ସାହୁଙ୍କ ଅଭିଯୋଗ ହେଉଛି, ସରକାର ଏସ୍‌ସିବି ମେଡିକାଲକୁ ଏମ୍‌ସ ସମକକ୍ଷ କରିବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ଏଡେବଡ଼ ଡାକ୍ତରଖାନାରେ ସାମାନ୍ୟ ଇସିଜି ମେଶିନ ପାଇଁ ଜଣେ ରୋଗୀଙ୍କ ଜୀବନ ଯାଉଛି। ସୁନିତାଙ୍କ ମୃତ୍ୟୁ ପରେ ତାଙ୍କର ୩ଟି ପିଲା ଓ ସ୍ବାମୀ ଏବେ ମର୍ମାହତ। ଗୋଟିଏ ପରିବାର କେବଳ ଇସିଜି ମେଶିନ ପାଇଁ ଉଜୁଡିଯାଇଛି। ଏତେବଡ଼ ଡାକ୍ତରଖାନାର ଆଉଟଡୋରରେ ଗୋଟିଏ ଇସିଜି ମେଶିନ ଏବଂ ତାହା ପୁଣି ଲଞ୍ଚ ବ୍ରେକ୍‌ରେ ଦେଢଘଣ୍ଟା ବନ୍ଦ ରହିବା ସ୍ବାସ୍ଥ୍ୟ ବିଭାଗର ଦୟନୀୟ ଚିତ୍ରକୁ ପଦାରେ ପକାଇଛି ବୋଲି ସାହୁ ଅଭିଯୋଗ କରିଛନ୍ତି। କେବଳ ସୁନିତା ନୁହନ୍ତି ଅନେକ ରୋଗୀ ଏହିଭଳି ପ୍ରାଣ ହରାଉଛନ୍ତି, ଯାହାର ହିସାବ ରହୁ ନ ଥିବା ସାହୁ କହିଛନ୍ତି। କାଜୁଆଲ୍‌ଟି କିମ୍ବା ମେଡିସିନ ଆଉଟଡୋର ନୁହେଁ କାର୍ଡିଓଲୋଜି ବିଭାଗରେ ମଧ୍ୟ ସମାନ ଅବସ୍ଥା। ଜଣେ ଟେକ୍ନିସିଆନ ଓ ଜଣେ ରେଡିଓଗ୍ରାଫରରେ କାର୍ଡିଓଲୋଜିର କ୍ୟାଥୋଲାବ୍‌ ଚାଲିଛି। ଫଳରେ ଦୈନିକ ଆଞ୍ଜିଓଗ୍ରାମ ଓ ଆଞ୍ଜିଓପ୍ଲାଷ୍ଟି ପାଇଁ ରୋଗୀ ଫେରୁଛନ୍ତି। ଯେଉଁ ହାରରେ ରୋଗୀ ଆସୁଛନ୍ତି ଆହୁରି ଅଧିକ କ୍ୟାଥୋଲାବ ଓ ଟେକ୍ନିସିଆନ ଆବଶ୍ୟକ ଥିବା ଜଣେ ଡାକ୍ତର କହିଛନ୍ତି। ମୁଖ୍ୟତଃ ସରକାର ସ୍ବାସ୍ଥ୍ୟସେବାକୁ ମାଗଣା କରିଦେବା ପରେ ରୋଗୀ ସଂଖ୍ୟା ଦ୍ରୁତଗତିରେ ବଢିଯାଇଛି। ମାତ୍ର ମାଗଣା କରିଦେଇ ଭିତ୍ତିଭୂମିରେ କୌଣସି ସୁଧାର ନ ଆସିବା ଯୋଗୁ ଅନେକ ଅପ୍ରୀତିକର ପରିସ୍ଥିତି ଉପୁଜୁଥିବା ମେଡିକାଲର ଜଣେ ବରିଷ୍ଠ ପ୍ରଫେସର କହିଛନ୍ତି।
ଅଭିଯୋଗର ତଦନ୍ତ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମେଲ୍‌ ଏସ୍‌ସିବି ମେଡିକାଲରେ ପହଞ୍ଚତ୍ଥିବା ଜଣାପଡ଼ିଛି। ତେବେ କ’ଣ ହୋଇଛି ବୁଝିଲା ପରେ କହିବି ବୋଲି ଏସ୍‌ସିବି ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri