ଇରାନ ତେଲ କଟକଣା;ଅର୍ଥନୀତି ଉପରେ ପଡ଼ିବ ପ୍ରତିକୂଳ ପ୍ରଭାବ

ନୂଆଦିଲ୍ଲୀ,୨୪-୪: ଇରାନଠାରୁ ତେଲ ଆମଦାନି ବନ୍ଦ କରିବାକୁ ଭାରତ ସମେତ ୮ ଦେଶକୁ ଆମେରିକା ନିର୍ଦ୍ଦେଶ ଦେବା ପରେ ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ ପଡିଛି। ମଙ୍ଗଳବାର ଅଶୋଧିତ ତେଲ ପାଞ୍ଚ ମାସର ସର୍ବୋଚ୍ଚ ସ୍ତର ଛୁଇଁଛି। ଆମେରିକାର ଏଭଳି ନିଷ୍ପତ୍ତି ଭାରତୀୟ ଅର୍ଥ ବ୍ୟବସ୍ଥା ଏବଂ ବିତ୍ତୀୟ ଶୃଙ୍ଖଳା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ଜୁନ୍‌ ମାସର ଡେଲିଭରି ଲାଗି ଥିବା ବ୍ରେଣ୍ଟ ଫ୍ୟୁଚର ଅଶୋଧିତ ତୈଳ ଦର ୦.୬% ବୃଦ୍ଧି ଘଟି ବ୍ୟାରେଲ ପିଛା ୭୪.୫୧ ଡଲାର ଛୁଇଁଛି। ୩୧ ଡିସେମ୍ବରରେ ଏହା ବ୍ୟାରେଲ ପିଛା ୫୪.୫୭ ଡଲାର ଥିଲା। ଏହାବାଦ ବ୍ରେଣ୍ଟ ନର୍ଥ ଅଶୋଧିତ ତୈଳ ମଙ୍ଗଳବାର ବ୍ୟାରେଲ ପିଛା ୭୪.୭୦ ଡଲାର ରହିଛି। ଏହା ନଭେମ୍ବର ପରଠାରୁ ସର୍ବୋଚ୍ଚ ସ୍ତର। ଅପରପକ୍ଷରେ ଡବ୍ଲ୍ୟୁଟିଆଇ ମଧ୍ୟ ୬ ମାସର ସର୍ବୋଚ୍ଚ ସ୍ତର ୬୬.୧୯ ଡଲାର ଛୁଇଁଥିବା ଜଣାଯାଇଛି। ଏହାର ପ୍ରଭାବ ଭାରତ ବଜାରର ଅନ୍ୟ କ୍ଷେତ୍ର ଉପରେ ମଧ୍ୟ ଦେଖିବାକୁ ମିଳିଛି।

ଶେୟାର ବଜାର

ସୋମବାର ଆମେରିକାର ଏଭଳି ନିଷ୍ପତ୍ତି ଶେୟାର ବଜାର ଉପରେ ତତ୍କାଳ ପ୍ରଭାବ ପକାଇଛି। ଚଳିତ ବର୍ଷ ଦେଶର ପୁଞ୍ଜିବଜାରରେ ବିଦେଶୀ ନିବେଶକମାନେ ମୋଟ ୬୩,୦୦୦ କୋଟି ଟଙ୍କାର ନିବେଶ କରିଛନ୍ତି। ଅଶୋଧିତ ତୈଳ ଲଗାତର ବୃଦ୍ଧି ଘଟିଲେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପ୍ରଭାବିତ ହେବ। ଏହା ଦ୍ୱାରା ବିଦେଶୀ ନିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି।

ବିଦେଶୀ ନିବେଶ

ଭାରତ ଏହାର ବ୍ୟବହାର ଲାଗି ୮୦% ତୈଳ ଆମଦାନୀ  କରିଥାଏ। ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଡଲାର ଚାହିଦା ବୃଦ୍ଧି ଘଟିବ। ଟଙ୍କାର ମୂଲ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ। ଟଙ୍କା ଦୁର୍ବଳ ହେବା ଯୋଗୁ ବିଦେଶୀ ନିବେଶକଙ୍କୁ ଡଲାରର ରିଟର୍ନ କମିବ। ଏହା ଯୋଗୁ ନିବେଶ କ୍ଷେତ୍ରରେ ଭାରତ ଏକ ଆକର୍ଷଣୀୟ ବଜାର ହୋଇ ରହିବ ନାହିଁ।

ଚଳନ୍ତି ଖାତା ନିଅଣ୍ଟ

ଆକଳନ ମୁତାବକ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦ ଡଲାର ବଢିଲେ ଏହା ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି) ଉପରେ ପ୍ରତିକୂଳ ସ୍ଥିତି ଉପୁଯାଇବ। ଏହାଯୋଗୁ ସିଏଡି ଦେଶର ଜିଡିପି ତୁଳନାରେ ୦.୪% ବୃଦ୍ଧି ଘଟିପାରେ। ଏହା ଦରଦାମ ଉପରେ ମଧ୍ୟ ୦.୨୦% ପ୍ରଭାବ ପକାଇବ ବୋଲି ଆକଳନ କରାଯାଇଛି।

ରିଜର୍ଭ ବ୍ୟାଙ୍କ ସୁଧହାର

ସିଏଡି ଏବଂ ଦରଦାମ ପ୍ରଭାବିତ ହେଲେ ଏହା ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଉପରେ ପ୍ରଭାବ ପକାଇପାରେ। ଏଭଳି ସ୍ଥିତିକୁ ଦେଖି ରିଜର୍ଭ ବ୍ୟାଙ୍କ ସୁଧହାର ବଢାଇପାରେ। ଫଳରେ ଘରୋଇ ବଜାରର ଅସୁବିଧା ଆହୁରି ବଢିପାରେ। ଜୁନରେ ସୁଧହାର ହ୍ରାସ ହେବା ନେଇ ବଜାର ଆଶା ରଖିଥିବା ବେଳେ ଏହା ଉପରେ ବର୍ତ୍ତମାନର ସ୍ଥିତି କ’ଣ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।

ଶିଳ୍ପଗୁଡିକର ଖର୍ଚ୍ଚ

ଆମେରିକାର ନିଷ୍ପତ୍ତି ଦ୍ୱାରା ରସାୟନ, ଅଟୋମୋବାଇଲ, କଞ୍ଜ୍ୟୁମର ଷ୍ଟେପଲ୍ସ, ପେଣ୍ଟ ଏବଂ ଲୁବ୍ରିକାଣ୍ଟ ଭଳି ଶିଳ୍ପର ପରିଚାଳନା ପୁଞ୍ଜି, କଞ୍ଚାମାଲ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବଢିବ। ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୦ରୁ ୮୫ ଡଲାର ଛୁଇଁପାରେ। ଏହା ହେଲେ ଶିଳ୍ପଗୁଡିକ କେତେକ ତ୍ୱରିତ ସମସ୍ୟା ସାମ୍ନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri