ଇମୋଜି

ବର୍ତ୍ତମାନ କାହାକୁ ମେସେଜ୍‌ କରିବା ଲାଗି ଟେକ୍ସଟ୍‌ ବଦଳରେ ସହଜ ଏବଂ ଶୀଘ୍ର ହେଉଥିବାରୁ ଇମୋଜି ସବୁଠୁ ଅଧିକ ବ୍ୟବହାର ହେଉଛି। ଏହା ମାଧ୍ୟମରେ ମନର ଭାବ ପ୍ରକାଶ କରିବା ବି ସହଜ। ତେବେ ଜାଣିବା ଏହା ସମ୍ପର୍କରେ କିଛି ରୋଚକ ତଥ୍ୟ…

ଇମୋଜି। ପ୍ରଥମେ ଜାପାନର ଜଣେ ମୋବାଇଲ କମ୍ପାନୀ କର୍ମଚାରୀ ଶିଗେଟାକା କୁରିଟାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ତାଙ୍କୁ ଇମୋଜିର ଜନକ ବୋଲି ମଧ୍ୟ କୁହାଯାଇଥାଏ।
ସେ ଏହି ଶବ୍ଦଟି ଇ+ମୋଜି ଅର୍ଥାତ୍‌ ପିକ୍ଚର+କ୍ୟାରେକ୍ଟର ବା ଚିତ୍ର+ଚରିତ୍ରକୁ ନେଇ ଆରମ୍ଭ କରିଥିଲେ। ସେ ଖବରକାଗଜ ଏବଂ ଟେଲିଭିଜନରେ ପାଣିପାଗ ସୂଚନା ଲାଗି ଶବ୍ଦ ବଦଳରେ ଦିଆଯାଉଥିବା ସିମ୍ବଲଗୁଡିକୁ ଦେଖି ମଣିଷର ଭାବକୁ ଶବ୍ଦ ବଦଳରେ ଚିତ୍ର ମାଧ୍ୟମରେ ପ୍ରକାଶ କରିବାକୁ ଉଦ୍ୟମ କରିଥିଲେ।
ଏଥିଲାଗି ସେ ନିଜର ଏକ ଟିମ୍‌ଙ୍କ ସହାୟତାରେ ପ୍ରଥମେ ୧୭୬ଟି ଇମୋଜି ପ୍ରସ୍ତୁତ କରିଥିଲେ। ପ୍ରଥମେ କେବଳ ମୁହଁରେ ବିଭିନ୍ନ ଭାବ ଥିବା ଚିତ୍ରକୁ ନିଆଯାଇଥିଲା। ଏହାବ୍ୟତୀତ ପୋଲିସ ଓ କନ୍‌ଷ୍ଟ୍ରକ୍ସନ କର୍ମଚାରୀମାନଙ୍କ ସିମ୍ବଲକୁ ପୁରୁଷ ଭାବେ ନେଇଥିବା ବେଳେ ମହିଳା ଅଧିକ ଶପିଂ ଏବଂ ବିୟୁଟିପାର୍ଲର ଯାଉଥିବାରୁ ସେମାନଙ୍କ ଚରିତ୍ରରେ କେଶ କାଟୁଥିବା କିମ୍ବା ମସାଜ ନେଉଥିବାର ଚିତ୍ର ଦିଆଯାଉଥିଲା।
ଧୀରେ ଧୀରେ ଶବ୍ଦ ପରିବର୍ତ୍ତେ ଏସବୁ ସିମ୍ବଲ ଲୋକାଦ୍ରୁତ ହେବାକୁ ଲାଗିଲା। ୨୦୦୭ରେ ମୋବାଇଲ୍‌ ଟେକ୍ନୋଲୋଜିରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଏବଂ ଏକାଧିକ ଟେଲିକମ୍‌ କମ୍ପାନୀର ନେଟ୍‌ଓ୍ବର୍କ ସାଙ୍ଗକୁ ସ୍ମାର୍ଟଫୋନ୍‌ର ବ୍ୟବହାର ଆରମ୍ଭ ହେବା ଦ୍ୱାରା ବିଭିନ୍ନ ପ୍ରକାର ଇମୋଜି ମଧ୍ୟ ପ୍ରସ୍ତୁତ କରାଗଲା। ବିଶେଷକରି ୨୦୧୧ରେ ଆପ୍‌ଲ ଦ୍ୱାରା ଇମୋଜି କି’ବୋର୍ଡ ଆରମ୍ଭ ହେବା ପରଠୁ ଏହା ଅଧିକ ବ୍ୟବହାର ହେଲା। ବର୍ତ୍ତମାନ ମଣିଷ ବ୍ୟତୀତ ପ୍ରତ୍ୟେକ ଜିନିଷର ମଧ୍ୟ ଇମୋଜି ଆସୁଥିବାରୁ ଶବ୍ଦର ବ୍ୟବହାର ସୋସିଆଲ ମିଡିଆରେ କ୍ରମଶଃ କମିବାରେ ଲାଗୁଛି।
ଇମୋଜି କଞ୍ଜୁମର ସାଇନ୍ସ ଟିମ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟ ମୁତାବକ ବର୍ତ୍ତମାନ ସମସ୍ତ ସୋସିଆଲ ସାଇଟ୍‌ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ ୯୨ ଭାଗ ଇମୋଜି ବ୍ୟବହାର କରୁଛନ୍ତି, ଯେଉଁମାନଙ୍କ ମଧ୍ୟରେ ୧୮ରୁ ୨୯ ବର୍ଷ ବୟସର ବ୍ୟବହାରୀଙ୍କ ସଂଖ୍ୟା ସର୍ବାଧିକ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri