ଇନ୍‌ସୁଲିନ୍‌ ସ୍ତର ସନ୍ତୁଳିତ ରଖେ ପିଆଜ ଶଣ୍ଢା

ପିଆଜ ଶଣ୍ଢା କାହାକୁ ବା ନାପସନ୍ଦ କହିଲେ। ଏହା କେବଳ ସ୍ବାଦିଷ୍ଟ ନୁହେଁ ବରଂ ସ୍ବାସ୍ଥ୍ୟପ୍ରଦ ମଧ୍ୟ। ପିଆଜ ଶଣ୍ଢାରେ ଭରପୂର୍‌ ଥିବା ଆଣ୍ଟିଅକ୍ସିଡାଣ୍ଟ ଡିଏନ୍‌ଏକୁ କ୍ଷତି ପହଞ୍ଚତ୍ବାରୁ ରୋକିଥାଏ। ଏଥିରେ ମିଳୁଥିବା ଭିଟାମିନ ସି ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଏହାଦ୍ୱାରା ହୃଦ୍‌ରୋଗ ସମ୍ବନ୍ଧିତ ସମସ୍ୟାରୁ ରକ୍ଷାମିଳେ। ଏହାଛଡ଼ା ପିଆଜ ଶଣ୍ଢାରେ ଥିବା ସଲଫର୍‌ ଧମନୀ ସହ ଜଡ଼ିତ ବିଭିନ୍ନ ସମସ୍ୟାର ଆଶଙ୍କା ମଧ୍ୟ ହ୍ରାସ କରେ। ପିଆଜ ଶଣ୍ଢା ସେବନ ଦ୍ୱାରା ଇନ୍‌ସୁଲିନ୍‌ ସ୍ତର ସନ୍ତୁଳିତ ରହିଥାଏ। ଏହା ଶରୀରକୁ କ୍ରିୟାଶୀଳ କରିଥାଏ। କେବଳ ସେତିକି ନୁହେଁ, ଏହାର ସେବନ ଦ୍ୱାରା ବିଭିନ୍ନ ପ୍ରକାର କ୍ୟାନସର୍‌ ଆଶଙ୍କା ହ୍ରାସ ପାଇଥାଏ।