ନୂଆଦିଲ୍ଲୀ,୧୮ା୭: ଆୟକର ବିଭାଗ ୧୮ ଜୁଲାଇ ୨୦୨୫ରୁ ଅନ୍ଲାଇନ୍ରେ ITR-୨ ଫର୍ମ ଦାଖଲ କରିବାର ସୁବିଧା ଆରମ୍ଭ କରିଛି। ଏବେ ଯେଉଁ ବେତନଭୋଗୀ କରଦାତାମାନଙ୍କର ପୁଞ୍ଜି ଲାଭ, କ୍ରିପ୍ଟୋ ଆୟ କିମ୍ବା ଅନ୍ୟ କୌଣସି ବିଶେଷ ଆୟ ଉତ୍ସ ଅଛି। ସେମାନେ ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ (https://incometax.gov.in/iec/foportal/) ମାଧ୍ୟମରେ ଅନଲାଇନରେ ତାଙ୍କର ଆୟକର ରିଟର୍ଣ୍ଣ ଫାଇଲ କରିପାରିବେ।
ଆୟକର ବିଭାଗ ସୋସିଆଲ ମିଡିଆରେ ପୋଷ୍ଟ କରିଛି ଯେ, କରଦାତାମାନେ ଧ୍ୟାନ ଦିଅନ୍ତୁ! ITR-2 ଫର୍ମ ବର୍ତ୍ତମାନ ପୂର୍ବରୁ ପୂରଣ ହୋଇଥିବା ତଥ୍ୟ ସହିତ ଅନ୍ଲାଇନରେ ଫାଇଲିଂ ପାଇଁ ଉପଲବ୍ଧ। ଆର୍ଥିକ ବର୍ଷ ୨୦୨୪-୨୫ ଏବଂ ମୂଲ୍ୟାୟନ ବର୍ଷ ୨୦୨୫-୨୬ ପାଇଁ ITR ଫାଇଲ କରିବାର ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୫। ପୂର୍ବରୁ କେବଳ ITR-୧ ଏବଂ ITR-୪ ଫର୍ମ ଅନଲାଇନରେ ଏବଂ ଏକ୍ସେଲ ୟୁଟିଲିଟିରେ ଉପଲବ୍ଧ ଥିଲା, ଯାହା ସୀମିତ ଆୟ ଗୋଷ୍ଠୀର କରଦାତାଙ୍କ ପାଇଁ ଥିଲା। ବର୍ତ୍ତମାନ କେବଳ Excel ୟୁଟିଲିଟି ITR-3 ପାଇଁ ଉପଲବ୍ଧ, ଅନଲାଇନ ସୁବିଧା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।


