ଇନରହ୍ବିଲ୍‌ କ୍ଲବ ପରିଦର୍ଶନ କଲେ ଜିଲା ଅଧ୍ୟକ୍ଷା

ଧର୍ମଶାଳା,୫।୯(ଡି.ଏନ୍‌.ଏ.)- ଜାରକା ଇନରହ୍ବିଲ୍‌ କ୍ଲବର ବିଭିନ୍ନ ଜନହିତକର କାର୍ଯ୍ୟକୁ ବୁଧବାର ଇନରହ୍ବିଲ୍‌ କ୍ଲବ ୩୨୬ ଜିଲାର ଅଧ୍ୟକ୍ଷା ଜାଗୃତି ଯୋଶୀ ପରିଦର୍ଶନ କରି ତଦାରଖ କରିଛନ୍ତି। ଏହି ସମୟରେ କ୍ଲବ ପକ୍ଷରୁ ପୋଷ୍ୟ ସ୍କୁଲ ଭାବେ ନୀଳକଣ୍ଠପୁର ପ୍ରକଳ୍ପ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ଉତ୍ତମ ଅଧ୍ୟୟନ ନିମନ୍ତେ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ। ପରେ ଇନରହ୍ବିଲ୍‌ କ୍ଲବ ପକ୍ଷରୁ ଧର୍ମଶାଳା କ୍ଲବଠାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଯୋଶୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲା ଅଧ୍ୟକ୍ଷା ନଳିନୀ ମହାପାତ୍ର ଓ ଜିଲା ସମ୍ପାଦକ ସନ୍ଧ୍ୟାରାଣୀ ମିଶ୍ର ଯୋଗଦେଇ ଜାରକା ଇନରହ୍ବିଲ୍‌ କ୍ଲବର ଜନହିତକର କାର୍ଯ୍ୟ ପାଇଁ ପ୍ରଶଂସା କରିବା ସହିତ କ୍ଲବ ପକ୍ଷରୁ ପ୍ରକାଶିତ ‘ଅସ୍ମିତା’ ପତ୍ରିକାକୁ ଉନ୍ମୋଚନ କରିଥିଲେ। ଏଥିସହିତ ଜାରକା ଇନରହ୍ବିଲ୍‌ କ୍ଲବର ନୂତନ ସଦସ୍ୟା ଭାବେ ରେଣୁବାଳା ଦାସ ଓ ଅନିତା ମଞ୍ଜରୀ ଜେନାଙ୍କୁ ଜିଲା ଅଧ୍ୟକ୍ଷ ବ୍ୟାଚ୍‌ ପରିଧାନ କରିବା ସହ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। କ୍ଲବ ସଭାପତି କଳ୍ପନା ପରିଡାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଲୋପାମୁଦ୍ରା ଷେଣ୍ଢ ବିବରଣୀ ପାଠ କରିଥିଲେ। ପୂର୍ବତନ ସଭାପତି ମାଧୁରୀ ଶତପଥୀ, ମିନତି ସାହୁ, ପ୍ରତିଭା ସାହୁ, କୋଷାଧ୍ୟକ୍ଷ ରଶ୍ମିତା ନାୟକ, ଆଇଏସ୍‌ଓ ଉପାସନା ଶତପଥୀ, ପତ୍ରିକା ସମ୍ପାଦକ ବିଶ୍ୱମିତ୍ରା ସାହୁ, ଶକୁନ୍ତଳା ମହାନ୍ତି, ଅଜନ୍ତା ପାଣିଗ୍ରାହୀ, ପ୍ରଭାତ ନଳିନୀ ସାହୁ, କଳ୍ପନା ନାୟକ, ଅରୁଣାରଶ୍ମୀ ସାମଲ, ଗୋଲାପ ମଞ୍ଜରୀ ପଣ୍ଡା, ମିନତି ମହାନ୍ତି, ଶୁଭଲକ୍ଷ୍ମୀ କର, ରୋଜାଲିନ ପ୍ରଧାନ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହାୟତା କରିଥିଲେ। ରୋଟାରୀ କ୍ଲବର ସମ୍ପାଦକ ହରିହର ପଣ୍ଡା, ବରିଷ୍ଠ ସଭ୍ୟ ବିଜୟ କୁମାର ଶତପଥୀ, ରମେଶ ଚନ୍ଦ୍ର ସାହୁ, କଳାକାର ମହାନ୍ତି, ବିନୋଦ ବିହାରୀ ପରିଡା, ନିରଞ୍ଜନ ପାଣିଗ୍ରାହୀ, ଜୟନ୍ତ କୁମାର ସାହୁ, ପ୍ରଦୀପ୍ତ ବରାଳ, ଅମୂଲ୍ୟ ମହାରଣା, ରାଜେନ୍ଦ୍ର ପଲେଇ, ପ୍ରମୋଦ ସାମଲ, ପ୍ରଶାନ୍ତ କୁମାର ପୃଷ୍ଟି, ଜୟପ୍ରକାଶ ତ୍ରିପାଠୀ, ରଶ୍ମୀରଞ୍ଜନ ରାୟ ଓ ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କ୍ଲବର ପୂର୍ବତନ ସମ୍ପାଦକ ଅର୍ଚ୍ଚନା ସ୍ବାଇଁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri