ଇନରହ୍ବିଲ୍‌ କ୍ଲବ ପରିଦର୍ଶନ କଲେ ଜିଲା ଅଧ୍ୟକ୍ଷା

ଧର୍ମଶାଳା,୫।୯(ଡି.ଏନ୍‌.ଏ.)- ଜାରକା ଇନରହ୍ବିଲ୍‌ କ୍ଲବର ବିଭିନ୍ନ ଜନହିତକର କାର୍ଯ୍ୟକୁ ବୁଧବାର ଇନରହ୍ବିଲ୍‌ କ୍ଲବ ୩୨୬ ଜିଲାର ଅଧ୍ୟକ୍ଷା ଜାଗୃତି ଯୋଶୀ ପରିଦର୍ଶନ କରି ତଦାରଖ କରିଛନ୍ତି। ଏହି ସମୟରେ କ୍ଲବ ପକ୍ଷରୁ ପୋଷ୍ୟ ସ୍କୁଲ ଭାବେ ନୀଳକଣ୍ଠପୁର ପ୍ରକଳ୍ପ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ଉତ୍ତମ ଅଧ୍ୟୟନ ନିମନ୍ତେ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ। ପରେ ଇନରହ୍ବିଲ୍‌ କ୍ଲବ ପକ୍ଷରୁ ଧର୍ମଶାଳା କ୍ଲବଠାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଯୋଶୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲା ଅଧ୍ୟକ୍ଷା ନଳିନୀ ମହାପାତ୍ର ଓ ଜିଲା ସମ୍ପାଦକ ସନ୍ଧ୍ୟାରାଣୀ ମିଶ୍ର ଯୋଗଦେଇ ଜାରକା ଇନରହ୍ବିଲ୍‌ କ୍ଲବର ଜନହିତକର କାର୍ଯ୍ୟ ପାଇଁ ପ୍ରଶଂସା କରିବା ସହିତ କ୍ଲବ ପକ୍ଷରୁ ପ୍ରକାଶିତ ‘ଅସ୍ମିତା’ ପତ୍ରିକାକୁ ଉନ୍ମୋଚନ କରିଥିଲେ। ଏଥିସହିତ ଜାରକା ଇନରହ୍ବିଲ୍‌ କ୍ଲବର ନୂତନ ସଦସ୍ୟା ଭାବେ ରେଣୁବାଳା ଦାସ ଓ ଅନିତା ମଞ୍ଜରୀ ଜେନାଙ୍କୁ ଜିଲା ଅଧ୍ୟକ୍ଷ ବ୍ୟାଚ୍‌ ପରିଧାନ କରିବା ସହ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। କ୍ଲବ ସଭାପତି କଳ୍ପନା ପରିଡାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଲୋପାମୁଦ୍ରା ଷେଣ୍ଢ ବିବରଣୀ ପାଠ କରିଥିଲେ। ପୂର୍ବତନ ସଭାପତି ମାଧୁରୀ ଶତପଥୀ, ମିନତି ସାହୁ, ପ୍ରତିଭା ସାହୁ, କୋଷାଧ୍ୟକ୍ଷ ରଶ୍ମିତା ନାୟକ, ଆଇଏସ୍‌ଓ ଉପାସନା ଶତପଥୀ, ପତ୍ରିକା ସମ୍ପାଦକ ବିଶ୍ୱମିତ୍ରା ସାହୁ, ଶକୁନ୍ତଳା ମହାନ୍ତି, ଅଜନ୍ତା ପାଣିଗ୍ରାହୀ, ପ୍ରଭାତ ନଳିନୀ ସାହୁ, କଳ୍ପନା ନାୟକ, ଅରୁଣାରଶ୍ମୀ ସାମଲ, ଗୋଲାପ ମଞ୍ଜରୀ ପଣ୍ଡା, ମିନତି ମହାନ୍ତି, ଶୁଭଲକ୍ଷ୍ମୀ କର, ରୋଜାଲିନ ପ୍ରଧାନ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହାୟତା କରିଥିଲେ। ରୋଟାରୀ କ୍ଲବର ସମ୍ପାଦକ ହରିହର ପଣ୍ଡା, ବରିଷ୍ଠ ସଭ୍ୟ ବିଜୟ କୁମାର ଶତପଥୀ, ରମେଶ ଚନ୍ଦ୍ର ସାହୁ, କଳାକାର ମହାନ୍ତି, ବିନୋଦ ବିହାରୀ ପରିଡା, ନିରଞ୍ଜନ ପାଣିଗ୍ରାହୀ, ଜୟନ୍ତ କୁମାର ସାହୁ, ପ୍ରଦୀପ୍ତ ବରାଳ, ଅମୂଲ୍ୟ ମହାରଣା, ରାଜେନ୍ଦ୍ର ପଲେଇ, ପ୍ରମୋଦ ସାମଲ, ପ୍ରଶାନ୍ତ କୁମାର ପୃଷ୍ଟି, ଜୟପ୍ରକାଶ ତ୍ରିପାଠୀ, ରଶ୍ମୀରଞ୍ଜନ ରାୟ ଓ ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କ୍ଲବର ପୂର୍ବତନ ସମ୍ପାଦକ ଅର୍ଚ୍ଚନା ସ୍ବାଇଁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri