ଇଣ୍ଡିଆନ ହ୍ବିଲଚେୟାର ପ୍ରିମିୟର ଲିଗ୍‌ରେ କେନ୍ଦୁଝରର ଯୁବକ

କେନ୍ଦୁଝର, ୧୨ା୬ (ସ୍ବ.ପ୍ର.)- ଦୃଢ ମନୋବଳ ଆଉ ସାହସ ଥିଲେ ଭିନ୍ନକ୍ଷମ ବି ସବୁ କିଛି କରିପାରେ। ଏହାର ଏକ ନିଚ୍ଛକ ଉଦାହରଣ ସାଜିଛନ୍ତି କେନ୍ଦୁଝରର ଅଭୟ କୁମାର ଜେନା। ନୂଆଦିଲ୍ଲୀରେ ଚଳିତମାସ୧୯ରୁ ୨୩ ପର୍ଯ୍ୟନ୍ତ ହେବାକୁ ଥିବା ଇଣ୍ଡିଆନ ହ୍ବିଲଚେୟାର ପ୍ରିମିୟର ଲିଗ (ଆଇଡବ୍ଲ୍ୟୁପିଏଲ) କ୍ରିକେଟ ସେଶନ -୨ରେ ଖେଳିବା ଲାଗି ସୁଯୋଗ ପାଇଛନ୍ତି। ପୁଣି ଅଲରାଉଣ୍ଡର ଭାବେ ଖେଳିଥାନ୍ତି ସେ।
ଅଭୟଙ୍କ ଘର କେନ୍ଦୁଝର ସହର ଜଗନ୍ନାଥପୁର ସାହିରେ। ଦଶମ ଶ୍ରେଣୀରୁ ପାଠ ଛାଡି ଦେଇ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବିଶେଷ କରି ଦିବ୍ୟାଙ୍ଗଙ୍କ ବିକାଶ ତଥା ସେମାନଙ୍କ ସ୍ବାବଲମ୍ବୀ ହେବା କ୍ଷେତ୍ରରେ କାର୍ଯ୍ୟ ଜାରୀ ରଖିଛନ୍ତି। ଅପରପକ୍ଷରେ ଖେଳ ପ୍ରତି ତାଙ୍କର ପିଲାବେଳୁ ଢେର ଆଗ୍ରହ ଥିଲା। ଓଡିଶା ଦଳ ପାଇଁ ଚୟନ ହୋଇଥିବା ବେଳେ ଆଇଡବ୍ଲ୍ୟୁପିଏଲରେ ଖେଳିବାକୁ ସୁଯୋଗ ମିଳିଥିବାରୁ ସେ ବେଶ ଖୁସି ଥିବା କହିଛନ୍ତି। ଏହି ପ୍ରତିଯୋଗିତାରେ ସବୁ ରାଜ୍ୟରୁ ମୋଟ ୮ଟି ଦଳ ଭାଗ ନେଉଛନ୍ତି। ଗ୍ରୁପ ଏ’ରେ ମହାରାଷ୍ଟ୍ର ଟାଇଗର୍ସ, ଦିଲୀ ସୁପରଷ୍ଟାର, ଉତ୍ତରପ୍ରଦେଶ ହିରୋସ, ବିହାରୀ ଦବଙ୍ଗ ଦଳ ଏବଂ ଗ୍ରୁପ ବି’ରେ ଗୁଜୁରାଟ ଫାଇଟର, ରାଜସ୍ଥାନ ରାଜଓ୍ବାଡେ, ଉତ୍ତରାଖଣ୍ଡ ଓ୍ବାରିଅର୍ସ, ଚେନାଇ ସୁପର ଷ୍ଟ୍ରଙ୍ଗ ଦଳ ଭାଗ ନେଉଛନ୍ତି ା ପ୍ରତ୍ୟେକ ଦଳ ୨୦ ଓଭର ବିଶିଷ୍ଟ ତିନୋଟି ଲେଖାଏଁ ମ୍ୟାଚ ଖେଳିବେ । ଏଥିପାଇଁ ସେ କ୍ରିକେଟ କୋଚ ଗିରିଶ ଚନ୍ଦ୍ର ହୋତାଙ୍କ ତତ୍ତ୍ୱାବଧାନରେ ଜୋରଦାର ଅଭ୍ୟାସ ଚଳାଇଥିବା କୁହନ୍ତି। ଅବଶ୍ୟ ଆଇଡବ୍ଲ୍ୟୁପିଏଲ ପରେ ମୁମ୍ବାଇ ସିରିଜ ହେବ। ସେଥିରେ ଓଡିଶା ଦଳ ପକ୍ଷରୁ ଖେଳିବେ ବୋଲି ସେ କହିଛନ୍ତି। ଆସନ୍ତା ୨୦୨୦ରେ ଥାଇଲାଣ୍ଡରେ ହେବାକୁ ଥିବା ବିଶ୍ୱକପ ପ୍ରତିଯୋଗିତାରେ ମଧ୍ୟ ଖେଳିବାକୁ ତାଙ୍କୁ ସୁଯୋଗ ମିଳିବ ବୋଲି ସେ ଦୃଢ ଆଶାବାଦୀ। କ୍ରୀଡା କ୍ଷେତ୍ରରେ ଦିବ୍ୟାଙ୍ଗ ମାନେ ବି ପାରଙ୍ଗମ ା କ୍ରୀଡା ଦ୍ୱାରା ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବା ନେଇ ହ୍ବିଲ ଚେୟାର କ୍ରିକେଟ ଆସୋସିଏଶନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଅଭୟ। ପ୍ରଥମ ଥର ପାଇଁ ଓଡିଶାରେ ହ୍ବିଲଚେୟାର କ୍ରିକେଟ ଟିମ ଗଠନ ହୋଇଥିବା ବେଳେ ଆଗାମୀ ଦିନରେ ବହୁ ଦିବ୍ୟାଙ୍ଗ ପିଲା ଏଥିରେ ଖେଳିପାରିବେ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ସହାୟତା କଲେ କେନ୍ଦୁଝରରେ ମଧ୍ୟ ଏକ ଟିମ ଗଠନ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଅଭୟ ା


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri