Posted inଫୁରସତ

ଇଣ୍ଟର୍‌ନ୍ୟାଶନାଲ ସ୍ପେସ୍‌ ସେଣ୍ଟରରେ ପହଞ୍ଚିଲା ହ୍ୟୁମାନୋଏଡ୍‌ ରୋବୋ

ଓ୍ବାଶିଂଟନ: ରୁଷିଆର ପ୍ରଥମ ରୋବୋକୁ ନେଇ ଯାଇଥିବା ସୋୟୁଜ ଯାନ ନିର୍ଦ୍ଧାରିତ ସମୟର ବିଳମ୍ବରେ ହେଉ ପଛେ ସଫଳତାର ସହ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌( ଆଇଏସ୍‌ଏସ୍‌)ରେ ଅବତରଣ କରିଛି। ଏହାର ସଞ୍ଚାଳନ ପ୍ରଣାଳୀରେ କିଛି ତ୍ରୁଟି ଦେଖାଦେଇଥିବାରୁ ଅବତରଣରେ ବିଳମ୍ବ ହୋଇଛି। ତ୍ରୁଟି ଦେଖାଦେବା ସମୟରେ ସୋୟୁଜ ଆଇଏସ୍‌ଏସ୍‌ଠାରୁ ୯୬ କିଲୋମିଟର ଦୂରରେ ରହିଥିଲା। କୌଣସି ହ୍ୟୁମାନୋଏଡ୍‌ ରୋବୋ ଆଇଏସ୍‌ଏସ୍‌କୁ ଯିବା ବିଶ୍ୱରେ ପ୍ରଥମ। ଏହି ରୋବୋର ନାମ ଫେଡର୍‌। ଏହା ୧୪ ଦିନ ଯାଏ ଆଇଏସ୍‌ଏସ୍‌ରେ ରହିବ । ପୃଥିବୀକୁ ପରିକ୍ରମଣ କରୁଥିବା ଆଇଏସ୍‌ଏସ୍‌କୁ ବହୁବାର ସୋୟୁଜ ଯାନ ମହାକାଶଚାରୀଙ୍କୁ ନେଇ ଯାଇଛି, କିନ୍ତୁ ଏଥର ରୋବୋ ନେଇ ଯାଇଥିଲା। ସୋୟୁଜର ପାଇଲଟ ସିଟ୍‌ରେ ରୋବୋ ଫେଡର୍‌କୁ ବସାଯାଇଥିଲା। ତା’ସାଙ୍ଗରେ ରୁଷିଆର ପତାକା ବି ଥିଲା। ଏହାର ଉଚ୍ଚତା ୫ଫୁଟ୍‌ ୧୧ ଇଞ୍ଚ ଓ ଓଜନ ୧୬୦ କିଲୋଗ୍ରାମ୍‌। ଏହି ରୋବୋର ଟୁଇଟର୍‌ ଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ରହିଛି। ଏହା ସ୍ପେସ୍‌ ଷ୍ଟେଶନ୍‌ରେ ନିମ୍ନ ମାଧ୍ୟାକର୍ଷଣ ଶକ୍ତିରେ ନୂଆ ଟେକ୍‌ନିକ ଉପରେ ପରୀକ୍ଷା କରିବ। ଏହା ବି ମଣିଷର କାର୍ଯ୍ୟକଳାପକୁ ନକଲ କରିପାରୁଛି। ଏହାପୂର୍ବରୁ ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ୨୦୧୧ରେ ରୋବୋନଟ୍‌-୨ ଓ ଜାପାନ ୨୦୧୩ରେ କିରୋବ ନାମକ ରୋବୋ ଆଇଏସ୍‌ଏସ୍‌କୁ ପଠାଇସାରିଛି। ଜାପାନର ପ୍ରଥମ ମହାକାଶଚାରୀ ଏହାକୁ ସାଙ୍ଗରେ ନେଇ ମହାକାଶକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?