ଇଞ୍ଜିନରେ ତ୍ରୁଟି, ୫ ଘଣ୍ଟା ଅଟକିଲା ତପସ୍ବିନୀ: ପାଣି ନ ପାଇ ଯାତ୍ରୀ ହନ୍ତସନ୍ତ

ବଇଣ୍ଡା,୫।୧(ଡି.ଏନ.ଏ.) – ପୁରୀ-ହାଟିଆ ତପସ୍ବିନୀ ଏକ୍ସପ୍ରେସ ନଂ.୧୮୪୫୨ ଇଞ୍ଜିନରେ ତ୍ରୁଟି ଯୋଗୁ ଶନିବାର ଅନୁଗୋଳ ଓ ବାମୁର ଷ୍ଟେଶନରେ ଦୀର୍ଘ ୫ ଘଣ୍ଟା ଅଟକି ରହିଥିଲା। ଫଳରେ ପିଇବା ପାଣି ପାଇଁ ଯାତ୍ରୀଙ୍କୁ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାକୁ ନେଇ ସେମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଉକ୍ତ ଟ୍ରେନ୍‌ରେ ଯାତ୍ରା କରୁଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ ମଧ୍ୟ ଟୁଇଟ୍‌ କରି କ୍ଷୋଭ ପ୍ରକାଶ କରିଥିଲେ। ତେବେ ଇଞ୍ଜିନ ବଦଳାଯିବା ପରେ ଟ୍ରେନ୍‌ଟି ଗନ୍ତବ୍ୟ ପଥରେ ଯାଇଥିବା ଜଣାପଡ଼ିଛି।
ଶୁକ୍ରବାର ରାତିରେ ପୁରୀ ଷ୍ଟେଶନ ଛାଡ଼ିଥିବା ତପସ୍ବିନୀ ଏକ୍ସପ୍ରେସ୍‌ ଅନୁଗୋଳ ଷ୍ଟେଶନରେ ରାତି ୨ଟା ୧୩ରେ ପହଞ୍ଚିଥିଲା। ସେଠାରେ ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ ୨ ଘଣ୍ଟା ବିଳମ୍ବ ଅର୍ଥାତ ୪ଟା ୦୫ରେ ସମ୍ବଲପୁର ଅଭିମୁଖେ ଛାଡିଥିଲା। ଭୋର ୪ଟା ୪୫ରେ ଏକ୍ସପ୍ରେସ୍‌ ଅନୁଗୋଳ ଜିଲାର ବଇଣ୍ଡା ଷ୍ଟେଶନ ଓ ବାମୁରରେ ସକାଳ ୫ଟା ୩୬ରେ ପହଞ୍ଚିଥିଲା। ହେଲେ ଇଞ୍ଜିନର ଚକ ଜାମ ହୋଇଯିବାରୁ ସେଠାରେ ଟ୍ରେନ୍‌ଟି ୩ ଘଣ୍ଟା ଅଟକି ରହିଥିଲା। ହଣ୍ଡପାରୁ ଏକ ନୂଆ ଇଞ୍ଜିନ ଅଣାଯାଇ ଟ୍ରେନ୍‌ରେ ଲଗାଯିବା ପରେ ସକାଳ ୮ଟା ୪୦ରେ ତାହା ହାଟିଆ ଅଭିମୁଖେ ଯାତ୍ରା କରିଥିଲା। ଏ ନେଇ ବାମୁର ଷ୍ଟେଶନ ମାଷ୍ଟର ରଞ୍ଜିତ କୁମାର ମହାନ୍ତି କହିଛନ୍ତି, ଚକ ଜାମ ଯୋଗୁ ଟ୍ରେନ୍‌ ଆଗକୁ ଗଡ଼ିପାରି ନ ଥିଲା। ଇଞ୍ଜିନ ପରିବର୍ତ୍ତନ ପାଇଁ ଏହି ବିଳମ୍ବ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri