Odisha Elections 2024
Posted inଜାତୀୟ

‘ଆୟୁଷ୍ମାନ୍‌ ଭାରତ ଅତି ଦୁର୍ବଳ’

ନୂଆଦିଲ୍ଲୀ,୧ା୫(ପି.ଟି.):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍‌ ଭାରତ ସ୍ବାସ୍ଥ୍ୟ ଯୋଜନାକୁ ଅତି ଦୁର୍ବଳ ଭାବେ ଗଢ଼ାଯାଇଛି। ଏହାକୁ ଉପଯୁକ୍ତ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଉ ନାହିଁ ବୋଲି ମଙ୍ଗଳବାର ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏଶନ୍‌ (ଆଇଏମ୍‌ଏ) ମୁଖ୍ୟ ଡ. ଆର୍‌.ଭି. ଅଶୋକନ୍‌ କହିଛନ୍ତି। ଏପରି କି ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା ଏକ ଅନାଥ ‘ସଦୃଶ’। କୋଭିଡ୍‌-୧୯ ମହାମାରୀ ସଙ୍କଟରୁ ସରକାର କିଛି ଶିକ୍ଷାଲାଭ କଲେନାହିଁ। କୌଣସି ରାଜନୈତିକ ଦଳ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ରୂପେ ଗ୍ରହଣ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଶୋକନ୍‌ ନ୍ୟୁଜ୍‌ ଏଜେନ୍ସି ପିଟିଆଇକୁ ସାକ୍ଷାତ୍‌କାର ଦେଇ କହିଛନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ତ୍ୱାକାଂକ୍ଷୀ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ସବୁ ରାଜ୍ୟରେ କାର୍ଯ୍ୟକାରୀ କରାଇବା ଉପରେ ଜୋର୍‌ ଦେଉଛନ୍ତି। ବିରୋଧୀ ଦଳ ଶାସିତ କେତେକ ରାଜ୍ୟରେ ଏହାକୁ ଲାଗୁ କରାଯାଇ ନ ଥିବାରୁ ସମ୍ପୃକ୍ତ ରାଜ୍ୟଗୁଡ଼ିକର ସରକାରଙ୍କୁ ରାଜନୈତିକ ଭାବେ ଟାର୍ଗେଟ କରୁଛନ୍ତି। ଏଭଳି ସ୍ଥିତିରେ ଲୋକ ସଭା ନିର୍ବାଚନ ପୂର୍ବରୁ ଅଶୋକନ୍‌ଙ୍କ ଏହି ମନ୍ତବ୍ୟ କେନ୍ଦ୍ରର ମୁଖା ଖୋଲିଦେଇଛି।
ଅଶୋକନ୍‌ଙ୍କ ମତରେ ସ୍ବାସ୍ଥ୍ୟ ଏକ ଅନାଥ, ଯାହାର ମା’ବାପା ନାହାନ୍ତି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟିକାରୀ କୋଭିଡ୍‌ ମହାମାରୀ ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ କେହି ଆଲୋଚନା କରିବାକୁ ଚାହୁଁନାହାନ୍ତି। ‘ସବୁକିଛି ଠିକ୍‌ଠାକ୍‌ ଚାଲିଛି’ ଭଳି ସମସ୍ତେ ମନେକରୁଛନ୍ତି। ଲୋକ ସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ଜାରି କରିଥିବା ଇସ୍ତାହାରରେ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇ ନାହିଁ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମ୍‌ଜେଏଓ୍ବାଇ)ରେ ‘ମହାନ୍‌ ଦୂରଦୃଷ୍ଟି’ ରହିଥିଲା ଏବଂ ଏଥିରୁ ଲୋକେ ମଧ୍ୟ ବହୁ ଆଶା କରିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନାକୁ ନୀତି ଆୟୋଗ ଓ ଅମଲାତନ୍ତ୍ରୀମାନେ ଦୁର୍ବଳ କରି ପ୍ରଣୟନ କରିଥିଲେ। ଯୋଜନାଟି ଯେମିତି ଭୁଶୁଡ଼ିବ, ସେଭଳି ଭାବେ ଏହାକୁ ପାଣ୍ଠି ଯୋଗାଇ ଦିଆଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ନିବେଶର ଆବଶ୍ୟକତା ରହିଥିବା ଅଶୋକନ୍‌ କହିଛନ୍ତି।
ପୂର୍ବରୁ ଅମଲାତନ୍ତ୍ରୀମାନେ ଏହି ଯୋଜନାରେ ବାର୍ଷିକ ୧.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରିଥିଲେ। କିନ୍ତୁ ଯୋଜନାଟି ମାତ୍ର ୬,୮୦୦ କୋଟି ଟଙ୍କାରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହାକୁ ଚଳାଇବା ପାଇଁ ବର୍ଷକୁ ୧୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି ଆଇଏମ୍‌ଏ ଅଧ୍ୟକ୍ଷ ଅଶୋକନ୍‌ ସୂଚନା ଦେଇଛନ୍ତି। ଅଶୋକନ୍‌ଙ୍କ ମତରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯାହାକିଛି ନିବେଶ ହେଉଛି, ତାହା ପର୍ଯ୍ୟପ୍ତ ନୁହେଁ। ସେମାନେ ଏହି ସ୍ବାସ୍ଥ୍ୟସେବାରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୩.୯% ଖର୍ଚ୍ଚ କରୁଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ନିଜ ନିଜ ଜିଡିପିର ୧.୧%ରୁ ୧.୩% ପର୍ଯ୍ୟନ୍ତ ବ୍ୟୟ କରୁଥିବାରୁ ଅଣ୍ଟୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

କାହିଁକି ଏଥର ୪୦୦ ପାର୍‌ କଥା କହୁଛି ଭାଜପା? ୨୪ ଘଣ୍ଟାରେ ମୋଦି କ’ଣ କ’ଣ କରିଛନ୍ତି ସେଥିରୁ ବୁଝାପଡିବ…

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ କଠିନ ପରିଶ୍ରମ କରୁଛନ୍ତି ଏବଂ ରାଲି କରୁଛନ୍ତି। କିନ୍ତୁ...

ବଡ଼ କଥା କହିଦେଲେ କେଜ୍‌ରିଓ୍ବାଲ, ଜୁନ୍‌ ୪ରେ ଇଣ୍ଡିଆ ମେଣ୍ଟ…

ନୂଆଦିଲ୍ଲୀ,୨୧।୫: ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାର ଜୁନ୍‌ ୪ ତାରିଖରେ ଯାଉଛନ୍ତି।...

ସ୍ବାତି ମାଲିଓ୍ବାଲ ମାମଲାର ଯାଞ୍ଚ କରିବ ଏସଆଇଟି, ଏହି ମହିଳା ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୨୧।୫: ସ୍ବାତି ମାଲିୱାଲ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ଏମପିଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ ଅପଡେଟ ଆସିଛି। ଏହି ଆକ୍ରମଣ ଘଟଣାର...

ଯେ କୌଣସି ସ୍ତରକୁ ଯାଇପାରେ ‘ଇଣ୍ଡିଆ’ ମେଣ୍ଟ: ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ମୋଦି କହିଲେ ଏମିତି

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟ ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ଭାଜପା ନେତୃତ୍ୱାଧୀନ ନ୍ୟାସନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri