ଆହାର କେନ୍ଦ୍ରରେ ଟିକେଟ କାଟି ମଧ୍ୟାହ୍ନଭୋଜନ କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ବରଗଡ଼ ଅଫିସ,୨୨।୮- ବରଗଡ଼ ସହରସ୍ଥିତ ଆହାର କେନ୍ଦ୍ରରେ ଗୁରୁବାର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟାହ୍ନଭୋଜନ କରିବା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ମନ୍ତ୍ରୀ ସିଂ ଦିନ ପ୍ରାୟ ଦେଢ଼ଟା ସମୟରେ ଆହାର କେନ୍ଦ୍ର ବୁଲି ଦେଖିଥିଲେ। ପରେ ମଧ୍ୟାହ୍ନଭୋଜନ କରୁଥିବା ଲୋକଙ୍କୁ ଭେଟି ଖାଦ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି ପାଖରେ ରହିଥିବା ଅନ୍ୟ ଏକ ବୃଦ୍ଧଙ୍କୁ ନିଜ ପାଖକୁ ଡାକି ମନ୍ତ୍ରୀ ସିଂ ତାଙ୍କ ସହିତ ମଧ୍ୟାହ୍ନଭୋଜନ କରିଥିଲେ । ଏପରିକି ପ୍ରତି ମିଲ୍‌ ପିଛା ୫ଟଙ୍କା ହାରରେ ଟିକେଟ୍‌ କାଟି ଆହାର କେନ୍ଦ୍ରରେ ପୈଠ ମଧ୍ୟ କରିଥିଲେ। ଆହାର କେନ୍ଦ୍ରର ଭୋଜନ ବହୁତ ଭଲ ଥିଲା ବୋଲି ଖାଇବା ପରେ ମନ୍ତ୍ରୀ ସିଂ କହିଥିଲେ । ମନ୍ତ୍ରୀଙ୍କ ସହିତ ବିଜୁ ଛାତ୍ର ଜନତାର ଜିଲା ସଭାପତି କରନ ସିକନ୍ଦର, କମଳ ତାଣ୍ଡି, ଛବିଲାଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୫୦,୦୦୦ ଝିଅଙ୍କୁ ମିଳିବ ସ୍କୁଟି

ଲକ୍ଷ୍ନୌ,୨୬।୮: ଲକ୍ଷ୍ନୌରେ ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’ର ଶୁଭାରମ୍ଭ ଏବଂ ସ୍ବତନ୍ତ୍ର ବସ ପାଇଁ ପତାକା ପ୍ରଦର୍ଶନ ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ…

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

ପୁରୀରେ ପୁଣି ହତ୍ୟାକାଣ୍ଡ

ପୁରୀ, ୨୬।୮ (ଅଜିତ୍ କୁମାର ମହାନ୍ତି): ପୁରୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଗତ ଦୁଇ ଦିନ ମଧ୍ୟରେ ପୁରୀରେ ଦୁଇଟି ହତ୍ୟାକାଣ୍ଡ ଘଟିଥିବାରୁ ଏହାକୁ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

ଛାତରୁ ଖସୁଛି କଂକ୍ରିଟ୍‌, ତଳେ ପଢ଼ୁଛନ୍ତି ପିଲା: ଶ୍ରେଣୀଗୃହରେ ଜମୁଛି ପାଣି

ଆନନ୍ଦପୁର,୨୬।୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପଞ୍ଚାୟତ ମନୋହରପୁର ଉଚ୍ଚ ବିଦ୍ୟାଳୟ ଅବହେଳିତ ହୋଇପଡ଼ିଛି। ଶ୍ରେଣୀଗୃହ ଭଗ୍ନ ଅବସ୍ଥାରେ ଥିବାବେଳେ ଛାତରୁ…

ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA; କୃତି ସାନନଙ୍କ ପୋଷାକକୁ ନେଇ ହଙ୍ଗାମା

ମୁମ୍ବାଇ,୨୬।୮: ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧ ମାତାପିତାଙ୍କ ପ୍ରତି ଅତ୍ୟାଚାର କରୁଥିବା ପିଲାମାନଙ୍କୁ ମିଳବ ନାହିଁ ସମ୍ପତ୍ତିରେ ଅଧିକାର

ଲକ୍ଷ୍ନୌ,୨୬।୮: ଉତ୍ତର ପ୍ରଦେଶରେ, ବୃଦ୍ଧ ମାତାପିତା ଏବେ ସେମାନଙ୍କୁ ଅବହେଳା କିମ୍ବା ଦୁର୍ବ୍ୟବହାର କରୁଥିବା ପିଲାମାନଙ୍କୁ ସହଜରେ ସମ୍ପତ୍ତିରୁ ବେଦଖଲ କରିପାରିବେ। ବରିଷ୍ଠ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri