ଆସିପାରେ ୧.୫ ଲକ୍ଷ କୋଟି ଆର୍ଥିକ ପ୍ୟାକେଜ

ମୁମ୍ବାଇ,୨୬। ୩: କରୋନା ଭାଇରସ ଲାଗି ସାରା ଦେଶ ଏବେ ଲକ୍‌ଡାଉନ ହୋଇଛି। ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଏବେ ବନ୍ଦ ପାଇଁ ଠପ୍‌ ହୋଇଯାଇଛି। କରୋନା ପାଇଁ ଅର୍ଥ ବ୍ୟବସ୍ଥା ସାମ୍ନା କରୁଥିବା ଅସୁବିଧାର ସମାଧାନ ଲାଗି ସରକାର ଆର୍ଥତ୍କ ପ୍ୟାକେଜ ପ୍ରଦାନ କରିବା ପ୍ରାୟ ସ୍ପଷ୍ଟ ହୋଇଛି। କେନ୍ଦ୍ର ସରକାର ପ୍ରାୟ ୧୯.୫ ବିଲିୟନ ଡଲାର ବା ୧.୫ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାଜେକ ପ୍ରଦାନ କରିପାରନ୍ତି। କରୋନା ବିରୋଧୀ ଲଢେଇକୁ ଜାରି ରଖିବା ସହ ସରକାର ଏଭଳି ପଦକ୍ଷେପ ନେଇ ପାରନ୍ତି ବୋଲି ପ୍ରକ୍ରିୟା ସହ ଜଡିତ ୨ ବରିଷ୍ଠ ଅଧିକାରୀ ରୟଟର୍ସକୁ ସୂଚନା ଦେଇଛନ୍ତି। ଆର୍ଥତ୍କ ପ୍ୟାଜେକର ରୂପରେଖ କିଭଳି ହେବ ସେ ନେଇ ଏବେ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଏ ନେଇ ଆଲୋଚନା ଜାରି ରହିଛି। ଏହି ପ୍ର୍ରକ୍ରିୟାରେ ଅର୍ଥ ମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ୟାଙ୍କ ଜଡିତ ଥିବା ଅଧିକାରୀ ସୂଚନା ଦେଇଛନ୍ତି।
ପ୍ରକ୍ରିୟା ସହ ଜଡିତ ଅନ୍ୟ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ, ଏହି ପ୍ୟାକେଜ ୨.୩ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବଢିପାରେ। ପ୍ୟାକେଜ ନେଇ ଏବେ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ଏ ନେଇ ଚୂଡାନ୍ତ ଘୋଷଣା କରାଯାଇପାରେ। ୧୦୦ ନିୟୁତ ଗରିବ ପରିବାର ଏବଂ ତାଲାବନ୍ଦ ଫଳରେ ଗଭୀର କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରାକର ପ୍ରତ୍ୟକ୍ଷ ଭାବେ ସହାୟତା କରିବା ନେଇ ଯୋଜନା ରଖିଛନ୍ତି। ଲୋକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଅର୍ଥ ପଠାଇବା ନେଇ ବ୍ୟବସ୍ଥା କରାଯିବ ବୋଲି ଆଲୋଚନା ହେଉଛି। ବୁଧବାର ତାଲାବନ୍ଦ ଯୋଗୁ ଦେଶର ୧୩୦ କୋଟି ଲୋକ ଏବେ ଘରେ ରହୁଛନ୍ତି। ଅତ୍ୟାବଶ୍ୟକ ନ ହେଲେ ବାହାରକୁ ଯିବାରେ ଲୋକଙ୍କ ଲାଗି କଟକଣା ଜାରି କରାଯାଇଛି। କରୋନାରେ ସାରା ଦେଶରେ ୫୬୨ ବ୍ୟକ୍ତିବିଶେଷ ସଂକ୍ରମିତ ହୋଇଥିବା ବେଳେ ଦକ୍ଷିଣ ଏସିଆର ଦେଶ ଗୁଡିକରେ ଅନେକ ଲୋକଙ୍କର ଜୀବନ ହାନି ଏଥିରେ ହୋଇଛି।
ଏହାବାଦ ସରକାର ୨୦୨୦-୨୧ ଆର୍ଥତ୍କ ବର୍ଷରେ ସରକାର ତାଙ୍କ ଋଣ ଯୋଜନାକୁ ବୃଦ୍ଧି କରିଛନ୍ତି। ବର୍ତ୍ତମାନର ଯୋଜନା ମୁତାବକ ସରକାରଙ୍କ ମୋଟ ଋଣ ପରିମାଣ ୭.୮ ଲକ୍ଷ କୋଟି ଟଙ୍କା ରହିଛି। କେତେକ ସରକାରୀ ପ୍ରତିଭୂତି କ୍ରୟ କରିବାକୁ ସରକାର କେନ୍ଦ୍ରୀୟ ବ୍ୟାଙ୍କକୁ କହିଛନ୍ତି। ଗତ ଗୋଟିଏ ଦଶନ୍ଧି ଧରି ଆର୍‌ବିଆଇ ଏଭଳି ପଦକ୍ଷେପ ଗ୍ରହଣ କରିନଥିଲା। ବିଶେଷ କରି ମୁଦ୍ରାସ୍ଫୀତି ବଢିଯିବା ଆଶଙ୍କାରେ ଏଭଳି ପଦକ୍ଷେପ ନିଆଯାଇନାହିଁ। ବିଶ୍ୱର ଅନ୍ୟ କେନ୍ଦ୍ରୀୟ ବ୍ୟାଙ୍କ ଭଳି ଆର୍‌ବିଆଇ ବଣ୍ଡ କିଣିବ ବୋଲି ଜଣେ ଅଧିକାରୀ କହିଛନ୍ତି। ସେହିଭଳି କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କର ଓଭର ଡ୍ରାଫ୍ଟ ଫାସିଲିଟି ‘ଓ୍ବେଜ ଆଣ୍ଡ ମିନ୍ସ’ ଫାସିଲିଟିକୁ ବ୍ୟବହାର କରିପାରନ୍ତି ବୋଲି ଅନ୍ୟ ଜଣେ ଅଧିକାରୀ ମତ ରଖିଛନ୍ତି। ଏ ପ୍ରସଙ୍ଗ ଉପରେ ଅର୍ଥ ମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ୟାଙ୍କର ମତାମତ ଲୋଡାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳି ପାରିନାହିଁ। ସରକାର ଆର୍ଥତ୍କ ସହାୟତା ପ୍ରଦାନ କରିବା ନେଇ ମଙ୍ଗଳବାର ଅର୍ଥମନ୍ତ୍ରୀ ସୀତାରାମନ ସୂଚନା ଦେଇଥିଲେ। ଏହାବାଦ ଟିକସ ତଥା ଅନ୍ୟ କେତେକ କ୍ଷେତ୍ରରେ ମଧ୍ୟ ସମୟ ସୀମାକୁ କୋହଳ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri