ଆସିନି ବିହନ, ଆଶଙ୍କାରେ ଚାଷୀ

କାମାକ୍ଷାନଗର, ୭।୬(ଡି.ଏନ.ଏ) – ‘ଅମ୍ଫାନ୍‌’ ପ୍ରଭାବରେ ଭଲ ବର୍ଷିଛି। ଆଉ ଏବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁଥିବା ଲଘୁଚାପ ମୌସୁମୀକୁ ସକ୍ରିୟ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ହେଲେ ଅକ୍ଷୟ ତୃତୀୟାଠାରୁ ଅଖିମୁଠି ଅନୁକୂଳ କରି ଜମିରେ ଲଙ୍ଗଲ କଷିବାକୁ ଅପେକ୍ଷା କରିଥିବା ଚାଷୀ କିନ୍ତୁ ଖୁସି ହୋଇପାରୁନି। କାରଣ ତା’ ପାଖରେ ବିହନ ନାହିଁ। କରୋନା ସଙ୍କଟ ସମୟରେ ଚାଷକୁ ଆଶ୍ରା କରି ବର୍ଷକ ପାଇଁ ଯୋଜନା କରିଥିବା ଚାଷୀ ସରକାରୀ ବିହନକୁ ଅନାଇଛି। ବିହନ ପହଞ୍ଚତ୍ବାରେ ବିଳମ୍ବ ହେଲେ ଏହାର ପ୍ରତିକୂଳ ପ୍ରଭାବ ଚାଷ ଉପରେ ପଡ଼ିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି କାମାକ୍ଷାନଗର କୃଷି ଜିଲାର ଚାଷୀ।
କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାମାକ୍ଷାନଗର, ପରଜଙ୍ଗ, ଭୁବନ ଏବଂ କଙ୍କଡ଼ାହାଡ଼ ବ୍ଲକକୁ ନେଇ ଗଠିତ କାମାକ୍ଷାନଗର କୃଷି ଜିଲାରେ ଚଳିତ ବର୍ଷ ୭୮,୭୨୦ ହେକ୍ଟର ଜମିରେ ଖରିଫ୍‌ ଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥିରୁ ୩୬,୬୫୦ ହେକ୍ଟରରେ ଧାନ, ୧,୬୭୦ ହେକ୍ଟରରେ ମକା, ୧,୧୮୦୫ ହେକ୍ଟରରେ ଡାଲି, ୮,୨୩୫ ହେକ୍ଟରରେ ତୈଳବୀଜ, ୧୭,୨୧୦ ହେକ୍ଟରରେ ପରିବା, ୨,୮୪୫ ହେକ୍ଟରରେ ମସଲା, ୧୭୨ ହେକ୍ଟରରେ ଆଖୁ ସମେତ କପା, ବାଜରା ଚାଷ କରିବାକୁ ଯୋଜନା କରାଯାଇଛି। କରୋନା ସଙ୍କଟ ସମୟରେ ଆର୍ଥିକ ସ୍ଥିତି ସୁଧାରିବାକୁ ଚାଷ ହିଁ ଏକମାତ୍ର ବିକଳ୍ପ ରହିଛି। ପାଗ ବି ଅନୁକୂଳ ଅଛି। ହେଲେ ଧାନ ବିହନ ଅଭାବ ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଛି।
ଚଳିତ ବର୍ଷ କାମାକ୍ଷାନଗରରେ ୯,୮୫୪, ଭୁବନରେ ୯,୦୯୦, ପରଜଙ୍ଗରେ ୧୦,୪୬୪, କଙ୍କଡାହାଡରେ ୭,୨୪୨ ହେକ୍ଟର ଜମିରେ ଧାନଚାଷ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ପୂଜା, ନବୀନ, ସ୍ବର୍ଣ୍ଣ, ୧୦୦୯, କଳାଚମ୍ପା, ସାରଳା ଆଦି କିସମର ବିହନ ଉପରେ ନିର୍ଭର କରିଥାନ୍ତି। ଏଥିଲାଗି ୩,୯୩୫ କୁଇଣ୍ଟାଲ ବିହନ ଆବଶ୍ୟକ। ଅଦ୍ୟାବଧି ୧,୩୨୧ କୁଇଣ୍ଟାଲ ବିହନ ଯୋଗାଣ ହୋଇଛି। କାମାକ୍ଷାନଗରକୁ ୩୩୫, ଭୁବନକୁ ୩୮୨, ପରଜଙ୍ଗକୁ ୨୨୭, କଙ୍କଡାହାଡକୁ ୩୭୭ କୁଇଣ୍ଟାଲ ବିହନ ଆସିଛି। ଘରୋଇ ଏବଂ ବଜାରରେ ମିଳୁଥିବା ବିହନ ଉପରେ ଚାଷୀମାନେ ଭରସା କରିପାରୁ ନ ଥିବାବେଳେ ଚାଷ ଆଗକୁ କିପରି ବଢ଼ିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ କାମାକ୍ଷାନଗର କୃଷିଜିଲାରେ ଦୀର୍ଘଦିନ ହେବ କୃଷି ଅଧିକାରୀ ପଦବୀ ଖାଲି ପଡ଼ିଛି। ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀ ଅବସର ନେଇଯିବା ପରେ ଜିଲା ବାହାରର ଜଣେ ଅଧିକାରୀ ଏହି ଦାୟିତ୍ୱ ନିର୍ବାହ କରୁଛନ୍ତି। କର୍ମଚାରୀ ଅଭାବରୁ ଚାଷୀଙ୍କୁ ଉତ୍ତମ ମାର୍ଗଦର୍ଶନ ମିଳିପାରୁନାହିଁ, ଯାହା ବୋଝ ଉପରେ ନଳିତା ବିଡ଼ା ହୋଇଛି। ଜିଲା କୃଷି ବିଭାଗ ଏଥିରେ ହସ୍ତକ୍ଷେପ କରି ଆବଶ୍ୟକ ବିହନ ଯୋଗାଣ କରିବାକୁ ଦାବି ହେଉଛି। ଏ ନେଇ କୃଷି ଜିଲା ଅଧିକାରୀ ରାଜକିଶୋର ନାୟକ କୁହନ୍ତି, ରାଜ୍ୟ ବିହନ ନିଗମ ପକ୍ଷରୁ ଉପଖଣ୍ଡକୁ ବିହନ ଯୋଗାଣ ହୋଇଥାଏ। ବିଭାଗର ଦାବି ମୁତାବକ ବିହନ ଆସିନାହିଁ। ୧୪ ତାରିଖ ପୂର୍ବରୁ ଆବଶ୍ୟକ ବିହନ ଆସି ପହଞ୍ଚତ୍ବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri