Bhubaneswar: Odisha Chief minister Naveen Patnaik greets NDA's presidential candidate Ram Nath Kovind at a meeting at Odisha assembly in Bhubaneswar on Friday. Kovind visited Odisha to meet BJD and BJP legislators as part of his campaign ahead of the Presidential election. Union Minister J P nadda also seen in the photo. PTI Photo(PTI7_14_2017_000109B)
ଭୁବନେଶ୍ୱର, ୪।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୮ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଥିବା ବିଜେଡି ଲୋକ ସଭା ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି। ମୁଖ୍ୟତଃ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଏବଂ କୋଇଲା ରାଜସ୍ବ ବୃଦ୍ଧି କରିବା ସମ୍ପର୍କିତ ଦାବି ଉପରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡିଛି। ଏହାସହ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ଅନ୍ୟ କିଛି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଶୁଣିବାକୁ ମିଳୁଛି। ବିଜେଡି ୫ମ ପାଳି ସରକାର ଗଠନ ପରେ ନବୀନଙ୍କ ଏହା ପ୍ରଥମ ଦିଲ୍ଲୀ ଗସ୍ତ।