Posted inଖେଳ

ଆଶେସ: ରୋରିଙ୍କ ଶତକ

ବର୍ମିଂହାମ,୩।୮(ପି.ଟି.)- ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଆଶେସ୍‌ ଟେଷ୍ଟରେ ଘରୋଇ ଇଂଲଣ୍ଡ ପ୍ରାରମ୍ଭିକ ଝଟ୍‌କା ଖାଇବା ସତ୍ତ୍ୱେ ଭଲ ପ୍ରଦର୍ଶନ କରିଛି। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଇନିଂସରେ ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ଙ୍କ ୧୪୪ ରନର ଶତକୀୟ ପାଳି ବଳରେ ୮୦.୪ ଓଭରରେ ୨୮୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ଓପନର ରୋରି ବନର୍‌ସଙ୍କ ଅପରାଜିତ ଶତକ ସହାୟତାରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୯୦ ଓଭରରେ ୪ ଉଇକେଟ ହରାଇ ୨୬୭ ରନ ସଂଗ୍ରହ କରିଛି। ଫଳରେ ୬ ଉଇକେଟ ହାତରେ ରଖି ଇଂଲଣ୍ଡ ଏବେ ମାତ୍ର ୧୭ ରନ ପଛରେ ପଡିଛି। ଇଂଲଣ୍ଡ ଏବେ ବୃହତ୍‌ ଅଗ୍ରଣୀ ହାସଲ କରିବାର ସମ୍ଭାବନା ସୃଷ୍ଟି କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରୋରି ୧୨୫ (୨୮୨ ବଲ, ୧୬ ଚୌକା) ରନର ଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି। ସେହିପରି ବେନ୍‌ ଷ୍ଟୋକ୍ସ ୩୮ ରନ କରି ଅପରାଜିତ ରହିଛନ୍ତି।
ପ୍ରଥମ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୦/୦ରୁ ଇଂଲଣ୍ଡ ଶୁକ୍ରବାର ଖେଳ ଆରମ୍ଭ କରିଥିଲା। ରୋରି ୪ ରନରୁ ଇନିଂସ ଆରମ୍ଭ କରି ଶତକ ହାସଲ କରିଛନ୍ତି। ସେହିପରି ଜାସନ ରୟ ୬ ରନରୁ ଖେଳ ଆରମ୍ଭ କରି ଆଉ ମାତ୍ର ୪ ରନ ଅଧିକ କରିବା ସହ ୧୦ ରନ କରି ଜେମ୍ସ ପାଟିନସନଙ୍କ ବଲ୍‌ରେ ସ୍ମିଥ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଧିନାୟକ ଜୋ ରୁଟ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳି କ୍ରିଜ୍‌ରେ ଜମି ଆସୁଥିବା ବେଳେ ପିଟର ସିଡଲଙ୍କ ବଲ୍‌ରେ କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଏହାପରେ ୧୮ ରନ କରିଥିବା ବେଳେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଜୋ ଡେନ୍‌ଲି ଜେମ୍ସ ପାଟିନସନଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ଆଉଟ ହୋଇଥିଲେ। ଏହା ପରେପରେ ବ୍ୟାଟିଂ କରିବାକୁ ଅସିଥିବାର ଜୋ ବଟଲର ମାତ୍ର ୫ ରନ କରିଥିବା ପ୍ୟାଟ୍‌ କୁମିନ୍ସଙ୍କ ବଲ୍‌ରେ କାମେରୋନ ବ୍ୟାଙ୍କ୍ରଫ୍ଟଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ପାଟିନସନ ୨, କୁମିନ୍ସ ଓ ସିଡଲ ଗୋଟିଏ ଲେଖାଏ ଉଇକେଟ ହାସଲ କରିଛନ୍ତି।
ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ୫ଜଣ ବ୍ୟାଟ୍ସମ୍ୟାନଙ୍କୁ ବାଦ୍‌ ଦେଲେ ବାକି ସମସ୍ତେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ସ୍ମିଥ୍‌ ୧୪୪ରନର ଶତକୀୟ ପାଳି ଖେଳିଥିବା ବେଳେ ସିଡଲ ୪୪, ଟ୍ରାଭିସ୍‌ ହେଡ ୩୫, ଉସ୍‌ମାନ ଖ୍ବାଜା ୧୩ ରନ କରି ଆଉଟ ହୋଇଥିଲେ। ନାଥନ ଲିୟନ ୧୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଷ୍ଟୁଆର୍ଟ ବ୍ରଡ ସର୍ବାଧିକ ୫, ଓ୍ବକ୍ସ ୩, ଷ୍ଟୋକ୍ସ ଓ ମୋଇନ ଅଲି ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୮୦.୪ ଓଭରରେ ୨୮୪ ଅଲଆଉଟ୍‌।
(ସ୍ମିଥ୍‌- ୧୪୪, ସିଡଲ- ୪୪, ବ୍ରଡ- ୫/୮୬, ଓ୍ବକ୍ସ- ୩/୫୮)।
ଇଂଲଣ୍ଡ ପ୍ରଥମ ଇନିଂସ- ୯୦ ଓଭରରେ ୨୬୭/୪
(ରୋରି- ୧୨୫*, ଷ୍ଟୋକ୍ସ- ୩୮*, ରୁଟ୍‌- ୫୭, ପାଟିନସନ- ୨/୫୪)


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri