ଆର୍‌ସି ପ୍ଲାଷ୍ଟୋ ପକ୍ଷରୁ ଡିଲରମିଟ୍‌

ଭୁବନେଶ୍ୱର,୧୭-୧୦: ପ୍ଲାଷ୍ଟିକ ପାଣି ଟାଙ୍କି ନିର୍ମାଣ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଆର୍‌ସି ପ୍ଲାଷ୍ଟୋ ଟ୍ୟାଙ୍କ୍‌ସ ଆଣ୍ଡ ପାଇପ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଡିଲରମିଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମ୍ପାନୀର ଡିଲର ଏବଂ ବିତରକମାନେ ଯୋଗ ଦେଇଥିଲେ। କମ୍ପାନୀର ନୂଆ ପ୍ରଡକ୍ଟ, ଅଭିବୃଦ୍ଧି ଯୋଜନା, ମାର୍କେଟିଂ କ୍ୟାମ୍ପେନ୍‌ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଏଠାରେ ଆଲୋଚନା କରାଯାଇଥିଲା। କମ୍ପାନୀର ନିର୍ଦ୍ଦେଶକ ବିଶାଲ ଅଗ୍ରଓ୍ବାଲ ଏବଂ ନୀଲେସ ଅଗ୍ରଓ୍ବାଲ ଏଠାରେ ଯୋଗ ଦେଇଥିଲେ। ଗୁଣବତ୍ତା ପ୍ରଡକ୍ଟ ଯୋଗାଣ ଦିଗରେ ପ୍ଲାଷ୍ଟୋ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଏଠାରେ ବିଶାଳ ଅଗ୍ରଓ୍ବାଲ ସୂଚନା ଦେଇଥିଲେ। କମ୍ପାନୀର ଅଭିବୃଦ୍ଧି ଦିଗରେ ଡିଲରଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏହି ଅବସରରେ ନୂଆପଡାର ସମୃଦ୍ଧି ଏଣ୍ଟରପ୍ରାଇଜେସ, ଭୁବନେଶ୍ୱରର ବାଲାଜୀସେଲ୍‌ସ କର୍ପୋରେଶନ ଏବଂ କଣ୍ଟାବାଞ୍ଜିର ତ୍ରିମୂର୍ତ୍ତି ଏଣ୍ଟରପ୍ରାଇଜେସଙ୍କୁ ବ୍ୟବସାୟରେ ଉଲ୍ଲେଖନୀୟ ଯୋଗଦାନ ଲାଗି ସମ୍ମାନିତ କରାଯାଇଥିଲା। କମ୍ପାନୀ ଷ୍ଟୋରେଜ ଟ୍ୟାଙ୍କ ଏବଂ ପାଇପ ନିର୍ମାଣବାଦ ସିପିଭିସି, ୟୁପିଭିସି, ଫିଟିଙ୍ଗସ, ଏସ୍‌ଡବ୍ଲ୍ୟୁଆର୍‌, କୃଷି କ୍ଷେତ୍ର ଲାଗି ପାଇପ୍ସ ଏବଂ ଫିଟିଙ୍ଗସ, କଲମ ପାଇପ୍ସ, ଗାର୍ଡେନ ପାଇପ୍ସ, ସିଏମ୍‌ ସିଏସ୍‌ ପାଇପ୍ସ, ଏଚଡିପିଇ ପାଇପ୍ସ ଏବଂ ସ୍ପ୍ରିଙ୍କଲର ପାଇପ୍ସ ଉପଲବ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri