ଆର୍‌ବିଆଇ ହ୍ରାସ କଲା ରିସ୍କ ଓ୍ବେଟ୍‌;ଶସ୍ତା ହେବ କଞ୍ଜ୍ୟୁମର, ପର୍ସନାଲ ଲୋନ

ଓ୍ବାଶିଂଟନ,୧୪-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପାର୍ବଣ ଋତୁରେ ଖର୍ଚ୍ଚ ବଢ଼ାଇବା ଲାଗି ପଦକ୍ଷେପ ନେଇଛନ୍ତି। କଞ୍ଜ୍ୟୁମର ଲୋନ୍‌ ପାଇଁ ଆବଶ୍ୟକ ହେଉଥିବା ରିସ୍କ ଓ୍ବେଟ୍‌କୁ ୧୨୫ରୁ ୧୦୦ ପ୍ରତିଶତକୁ ହ୍ରାସ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ନେଇଛନ୍ତି। ଫଳରେ ପର୍ସନାଲ, କଞ୍ଜ୍ୟୁମର ଲୋନ୍‌ ଉପରେ ବ୍ୟାଙ୍କଗୁଡ଼ିକର ଖର୍ଚ୍ଚ କମିଯିବ। ସେମାନେ ଏହି ସବୁ ଋଣ ସୁଧ ହାର ହ୍ରାସ କରିବାକୁ ସୁଯୋଗ ପାଇବେ। ତେବେ କ୍ରେଡିଟ କାର୍ଡ ମାମଲାରେ ଏହି ଛାଡ଼ ସୁବିଧା ମିଳିବନି। ସୂଚନାଥାଉ କି, ଋଣ ଫେରସ୍ତ ନ ହେବା କ୍ଷେତ୍ରରେ ଏହାର ଭରଣା ପାଇଁ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ପୁଞ୍ଜି ଜମା ରଖିଥାନ୍ତି। ଏହାକୁ ରିସ୍କ ଓ୍ବେଟ୍‌ କୁହାଯାଇଥାଏ। କ୍ରେଡିଟ କାର୍ଡ ଭଳି ଅଣସୁରକ୍ଷିତ ମନେ କରାଯାଉଥିବା ଋଣ ପାଇଁ ଅଦ୍ୟାବଧି ଅତିକମ୍‌ରେ ୧୨୫ ପ୍ରତିଶତର ରିସ୍କ ଓ୍ବେଟ୍‌ ରଖାଯିବାର ବ୍ୟବସ୍ଥା ରହିଛି। ତେବେ ଶିକ୍ଷା ଋଣକୁ ଏଥିରୁ ବାଦ୍‌ ଦିଆଯାଇଛି। କେରଳରେ ଓଣମ ପର୍ବ ପାଳନରୁ ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆର୍‌ବିଆଇର ଉକ୍ତ ପଦକ୍ଷେପ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ଆସନ୍ତା ମାସରେ ଉତ୍ତର ଭାରତ ଓ ପୂର୍ବ ଭାରତରେ ଦଶହରା ଓ ଦୀପାବଳୀ ପାଳନ କରାଯିବ। ଏପରିସ୍ଥିତିରେ ଗ୍ରାହକଙ୍କୁ ଶସ୍ତାରେ ଋଣ ଉପଲବ୍ଧ ହୋଇପାରିବ। ତେବେ ଏକ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଏହାର ଫାଇଦା ପହଞ୍ଚାଇବା ଆବଶ୍ୟକ ରହିଛି। କ୍ରେଡିଟ କାର୍ଡରେ ଏହି ସୁବିଧାର ଲାଭ ମିଳୁ ନ ଥିଲେ ସୁଦ୍ଧା ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡ଼ିକ କଞ୍ଜ୍ୟୁମର ଡ୍ୟୁରେବଲ୍ସ କ୍ରୟ ଲାଗି ଋଣ ଦେଉଛନ୍ତି। ଏଥିରେ ଫାଇଦା ମିଳିବ। ଅର୍ଥାତ୍‌ ଟିଭି, ଫ୍ରିଜ୍‌, ଓ୍ବାଟର ପ୍ୟୁରିଫାୟର ଭଳି ଉତ୍ପାଦ କିଣୁଥିବା ଗ୍ରାହକଙ୍କୁ ପାର୍ବଣ ଋତୁରେ ଲାଭ ମିଳିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?