ଆର୍‌ବିଆଇ ଗଭର୍ନରଙ୍କ ସ୍ବୀକାର;ଆଶାଠାରୁ ଖରାପ ରହିଛି ଜିଡିପି

ନୂଆଦିଲ୍ଲୀ,୧୭-୯: ଦେଶର ଅର୍ଥନୀତି ଖରାପ ସମୟ ଦେଇ ଗତିକରୁଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୫% ଜିଡିପି ଅଭିବୃଦ୍ଧି ହାର ତାଙ୍କୁ ଚକିତ କରିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସୋମବାର କହିଛନ୍ତି।
ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ଶକ୍ତିକାନ୍ତ କହିଛନ୍ତି ଯେ, ଦେଶର ଅର୍ଥନୀତିକୁ ବଢ଼ାଇବା ଲାଗି ସରକାର କେତେକ ପଦକ୍ଷେପ ଘୋଷଣା କରିଛନ୍ତି। ଗତବର୍ଷ ଅପେକ୍ଷା ଅଧିକ ଏଫଡିଆଇ ଆସିଛି। ଖାଦ୍ୟ ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସବୁ ଠିକ୍‌ ରହିଛି। ଧୀରେ ଧୀରେ ସ୍ଥିତିରେ ଉନ୍ନତି ଆସିବ। ସରକାର ତୁରନ୍ତ ହସ୍ତକ୍ଷେପ କରୁଛନ୍ତି, ଏହା ଏକ ସକାରାମତ୍କ ଦିଗ। ଢ଼ାଞ୍ଚାଗତ କ୍ଷେତ୍ରରେ ସଂସ୍କାର ପାଇଁ ଆର୍‌ବିଆଇ ନିଜର ରିପୋର୍ଟରେ କହିସାରିଛି। ଖର୍ଚ୍ଚ ବଢ଼ାଇବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍‌ ହ୍ରାସ କରୁଛନ୍ତି। ଦେଶର ଜିଡିପି ପ୍ରଥମ ତ୍ରୈମାସରେ ୫.୮% ରହିବ ବୋଲି ଆର୍‌ବିଆଇ ଅନୁମାନ କରିଥିବା ବେଳେ ଏହା ୫% ରହିବା ନିଶ୍ଚିତ ଭାବେ ଖରାପ କୁହାଯାଇପାରେ ବୋଲି ଶକ୍ତିକାନ୍ତ କହିଛନ୍ତି। ତେବେ କେବେ ସୁଦ୍ଧା ଅର୍ଥନୀତି ଗତିଶୀଳ ହେବ ବର୍ତ୍ତମାନ କହିବା ଅସମ୍ଭବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଦ୍ୱିତୀୟ ତ୍ରୈମାସର ଫଳାଫଳକୁ ଅପେକ୍ଷା କରିବାକୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯାତ୍ରୀମାନଙ୍କ ପାଇଁ ଖୁସି ଖବର! ଟ୍ରେନ ଟିକେଟ୍‌ରେ ୭୫% ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍‌ଲୀ,୧୮।୬: ଭାରତୀୟ ରେଳବାଇ (Indian Railways) ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତ୍ରାକୁ ସହଜ, ସୁରକ୍ଷିତ ଏବଂ ଶସ୍ତା କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri