Posted inଜାତୀୟ

ଆର୍‌ଟିଆଇ ଆଇନକୁ ୧୪ ପୂରିଲା: ସୂଚନା କମିଶନରେ ଗଡ଼ୁଛି ୨ ଲକ୍ଷ ମାମଲା

ନୂଆଦିଲ୍ଲୀ,୧୩ା୧୦(ଆଇଏଏନ୍‌ଏସ୍‌): ଦେଶର ସୂଚନା କମିଶନଗୁଡ଼ିକ ନିକଟରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଗଡ଼ୁଛି। ସୂଚନା ଅଧିକାର (ଆର୍‌ଟିଆଇ) ଆଇନ, ୨୦୦୫କୁ ଶନିବାର ୧୪ ବର୍ଷ ପୂରିଛି। ଏହି ସ୍ଥଳେ ଏତେସଂଖ୍ୟକ ପିଟିଶନ ଓ ଅପିଲ ଗଡ଼ୁଥିବା ଜଣାପଡ଼ିବା ପରେ ଦେଶର ବିଭିନ୍ନ ଭାଗରେ ଥିବା ସୂଚନା କମିଶନଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିଛି।
ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟରତ ସାର୍ଥକ ନାଗରିକ ସଙ୍ଗଠନ ପକ୍ଷରୁ ପୁରୁଣା ପିଟିଶନ ଓ ଅପିଲଗୁଡ଼ିକର ମାସିକ ଫଇସଲା ହାର ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ‘ସୂଚନା କମିଶନଙ୍କ ରିପୋର୍ଟ କାର୍ଡ ୨୦୧୮-୧୯’ ଶୀର୍ଷକ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୧୯ ମାର୍ଚ୍ଚ ୧୩ ସୁଦ୍ଧା ଦେଶର ୨୬ ସୂଚନା କମିଶନ ନିକଟରେ ୨,୧୮,୩୪୭ ଆବେଦନ ଓ ଅପିଲର ଫଇସଲା ହୋଇପାରି ନ ଥିଲା। ଏଥିରୁ ଉତ୍ତରପ୍ରଦେଶରେ ସର୍ବାଧିକ ୫୨,୩୨୬ ମାମଲା ଗଡ଼ୁଥିବାବେଳେ ତା’ ତଳକୁ ରହିଛି ମହାରାଷ୍ଟ୍ର (୪୫,୭୯୬)। ସେହିପରି କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି)ଙ୍କ ନିକଟରେ ୨୯,୯୯୫ ମାମଲା ବିଚାରାଧୀନ ଅଛି। ଏହି ୩ କମିଶନଙ୍କ ତୁଳନାମତ୍କ ତଥ୍ୟ ସୂଚାଉଛି ଯେ, ୨୦୧୮ ମାର୍ଚ୍ଚ ୩୧ରୁ ୨୦୧୯ ମାର୍ଚ୍ଚ ୩୧ ମଧ୍ୟରେ ବିଚାରାଧୀନ ମାମଲାଗୁଡ଼ିକର ସଂଖ୍ୟା ୨୦% ବୃଦ୍ଧି ପାଇଛି। ବିହାର, କର୍ନାଟକ ଓ ଉତ୍ତରାଖଣ୍ଡର ରାଜ୍ୟ ସୂଚନା କମିଶନ (ଏସ୍‌ଆଇସି) ବିଚାରାଧୀନ ଥିବା ପିଟିଶନ ଓ ଅପିଲ ସଂଖ୍ୟା ନେଇ କିଛି ତଥ୍ୟ ଦେଇନାହାନ୍ତି। ଏପରି କି ସେମାନଙ୍କ ଓ୍ବେବ୍‌ସାଇଟ୍‌ରେ ମଧ୍ୟ ଏନେଇ ତଥ୍ୟ ଉପଲବ୍ଧ ନୁହେଁ। ସମୀକ୍ଷା ପ୍ରକ୍ରିୟାର ଅଂଶବିଶେଷ ଭାବେ ସମାନ ଧରଣର ୧୨୯ ଆର୍‌ଟିଆଇ ଆବେଦନ ୨୯ କମିଶନଙ୍କଠାରେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ମାତ୍ର ୧୨ କମିଶନ ପ୍ରଶ୍ନର ଉତ୍ତରରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ଏଥିରୁ ଆହୁରି ଜଣାପଡ଼ିଛି ଯେ, ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୮ ବର୍ଷ ପୁରୁଣା ମାମଲା ଗଡ଼ୁଛି। ଆନ୍ଧ୍ର ପଛକୁ ରହିଛି ପଶ୍ଚିମବଙ୍ଗ(୭ ବର୍ଷ ୫ ମାସ) ଏବଂ ଓଡ଼ିଶା (୪ ବର୍ଷ ୩ ମାସ)। ତାମିଲନାଡ଼ୁ, ଆନ୍ଧ୍ର ଓ ରାଜସ୍ଥାନରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପଦବୀ ଖାଲିପଡ଼ିଥିବା ରିପୋର୍ଟରେ ପ୍ରକାଶ ପାଇଛି।

ସ୍ବଚ୍ଛତା ଯୋଗୁ ଆର୍‌ଟିଆଇ ଆବେଦନ କମିଛି

ସରକାରଙ୍କ ସ୍ବଚ୍ଛତା ଯୋଗୁ ଆର୍‌ଟିଆଇ ଆବେଦନ ସଂଖ୍ୟା କମିଛି ବୋଲି ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ କହିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି)ଙ୍କ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶାହ କହିଛନ୍ତି, ସରକାର ଓ ଲୋକଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଆର୍‌ଟିଆଇ ହ୍ରାସ କରିବା ସହ ଅନାସ୍ଥାଭାବକୁ ଦୂର କରିଛି। ସୂଚନାଗୁଡ଼ିକୁ ସାର୍ବଜନୀନ କରି ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ସରକାର ତତ୍ପରତା ସହ ବହୁ ପଦକ୍ଷେପ ନେଇଛନ୍ତି। ଏଥିଯୋଗୁ ଆର୍‌ଟିଆଇ ଆବେଦନର ଆବଶ୍ୟକତା କମିଛି। ମୋଦି ସରକାର ବିଭିନ୍ନ ଯୋଜନା ସମ୍ପର୍କିତ ତଥ୍ୟକୁ ଡ୍ୟାଶ୍‌ବୋର୍ଡରେ ପ୍ରଦର୍ଶିତ କରୁଛନ୍ତି। ଏଥିରୁ ଗରିବ ହିତାଧିକାରୀମାନେ ଯୋଜନା ନେଇ ସୂଚନା ପାଉଛନ୍ତି। ଏପରି କି ସେଗୁଡ଼ିକର କାର୍ଯ୍ୟକାରିତା ନେଇ ମଧ୍ୟ ଅନ୍‌ଲାଇନ୍‌ରେ ତଥ୍ୟ ଉପଲବ୍ଧ କରାଯାଉଛି। ଆଗକୁ ଆର୍‌ଟିଆଇ ଆବେଦନର ଆବଶ୍ୟକତା ହ୍ରାସ କରିବା ଲାଗି ଅଧିକ ସୂଚନାଗୁଡ଼ିକୁ ଅଧିକ ସାର୍ବଜନୀନ କରିବା ସକାଶେ କେନ୍ଦ୍ର ସରକାର ଭିତ୍ତିଭୂମି ପ୍ରସ୍ତୁତ କରୁଥିବା ଶାହ କହିଛନ୍ତି।

ଗୋଟିଏ ପ୍ରଶ୍ନର ୩୬୦ ଉତ୍ତର

ସାଧାରଣ ଲୋକଙ୍କ ଅସ୍ତ୍ର ବୋଲି କୁହାଯାଉଥିବା ଆର୍‌ଟିଆଇକୁ ନେଇ ମଧ୍ୟପ୍ରଦେଶରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ଜିତେନ୍ଦ୍ର ସୁରାନା ନାମକ ଜଣେ ଖବରଦାତା ତଥା ସାମାଜିକ କର୍ମୀ ଆର୍‌ଟିଆଇରେ ଡାକଘରକୁ ଏକ ପ୍ରଶ୍ନ କରିଥିଲେ। ତାଙ୍କୁ ଏହାର ୩୬୦ ଥର ଉତ୍ତର ମିଳିଛି। ଏପରି କି ଉତ୍ତର ମିଳିବା ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି।
ନିମୁଚ୍‌ ଜିଲା ନିବାସୀ ଜିତେନ୍ଦ୍ର କହିଛନ୍ତି, ସେ ଅନ୍‌ଲାଇନ୍‌ରେ ଏକ ଆର୍‌ଟିଆଇ ଆବେଦନ କରିଥିଲେ। ଏଥିରେ ଡାକଘର, ଏହାର ପରିସର ଓ ହାଉସିଂ କମ୍ପ୍ଲେକ୍ସର ବଜାର ମୂଲ୍ୟ ଏବଂ ବୁକ୍‌ ଭାଲ୍ୟୁ ସମ୍ପର୍କରେ ସେ ପ୍ରଶ୍ନ କରିଥିଲେ। ଡାକ ବିଭାଗ ସ୍ଥାବର ସମ୍ପତ୍ତି ନେଇ ପ୍ରଶ୍ନର ଉତ୍ତର ଦେବା ଦାୟିତ୍ୱ ଚିଫ୍‌ ପୋଷ୍ଟମାଷ୍ଟର ଓ ସମସ୍ତ ମହାଡାକପାଳ(ପିଏମ୍‌ଜି)ମାନଙ୍କ ଉପରେ ନ୍ୟସ୍ତ କରିଦେଲା। ସେମାନଙ୍କୁ କୁହାଗଲା ଯେ, ସେମାନେ ନିଜ ନିଜ କାର୍ଯ୍ୟାଳୟ ସମ୍ପର୍କିତ ସୂଚନା ପ୍ରତ୍ୟକ୍ଷ ଭାବେ ଆବେଦନକାରୀଙ୍କ ନିକଟକୁ ପଠାନ୍ତୁ। ସେମାନଙ୍କଠାରୁ ଉତ୍ତର ଏଭଳି ଭାବେ ଆସିବାରେ ଲାଗିଲା ଯେ ପ୍ରଶ୍ନକର୍ତ୍ତା ହଇରାଣ ହୋଇଗଲେ। ଅଗଷ୍ଟ ୭ରେ ପ୍ରଶ୍ନ କରାଯାଇଥିବାବେଳେ ୧୩ରେ ଉତ୍ତର ମିଳିବା ଆରମ୍ଭ ହେଲା। ତାଙ୍କ ନିକଟକୁ ଦିନକୁ ଚିଠିରେ ପ୍ରାୟ ୧୦ଟି ଉତ୍ତର ଆସୁଛି। ତହିଁରୁ ଅଧିକାଂଶ ସନ୍ତୋଷଜନକ ନୁହେଁ ବୋଲି ଜିତେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?