ଆରମ୍‌ ହେଲା ବଡ଼କଟାର ପୁନରୁଧାର କାମ୍‌

ଅତାବିରା, ୨୮।୬ (ଡି.ଏନ୍‌.ଏ): ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ଗଁାଗଁଲିମାନକେ ଥିବାର ବଁଧ୍‌କଟା ତୁପି ହେଇଯାଉଛେ। ବଛର ବଛର ଧରି ଉନ୍‌ନତିକରନ୍‌ ନାଇଁ ହେବାର ଲାଗି ବଁଧ୍‌କଟାମାନେ ସତା ହରଉଛନ୍‌। ଏନ୍‌ତା ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଦେଶଭଟିଲି-ବିଶିପାଲି ରାସ୍‌ତା ତରେ ଥିବାର ‘ବଡ଼କଟା’ର ଅବସ୍‌ତା ବି ଏନ୍‌ତା ହେଇଥିଲା। ଇ ବାବ୍‌ଦେ ଗଲା ଜୁନ ୪ ତାରିଖ୍‌ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ପୁରନା ବଁଧ୍‌କଟାର ପୁନରୁଧାର ଦାବି’ ଶୀରଷକ୍‌ରେ ଖବର ବହାରିଥିଲା। ଖବର ବାହାରଲା ଉତାରୁ ଥାନୀୟ ପରଶାସନର ଚେତା ପଶିଥିଲା। ଏହେଦେ ଦେଶଭଟିଲିର ବଡ଼କଟା ଆର ଉଦେପୁର ଗଁାର ଲଖରାବଁଧର ମାଏଟ୍‌ କାମ୍‌ ଚାଲିଛେ।
ସୂଚନା ଅନ୍‌ସାରେ ଅତାବିରା ବିଧାନସଭା ନିରବାଚନ ମଣ୍ଡଳୀ ଅଧୀନ ଭିନେ ଭିନେ ପଁଚେତ୍‌ରେ ଶତାଧିକ୍‌ ପୁରନା ବଁଧ୍‌କଟା ଦେଖ୍‌ଭାଲ ଅଭାବୁ ତୁପିହେବାକେ ବସଲାନ। କେତେ ଜାଗାରେ ଲୋକ୍‌ ବଁଧ୍‌କଟାକେ ବି ଜବରଦଖଲ କରି ଚାଷ୍‌ ଜମି କରିପକେଇଛନ୍‌। ସେନ୍‌ତା ଅନେକ ଜାଗାରେ ବଁଧ୍‌କଟା ତୁପି ହେଇ ପଡ଼ିଆ ହେଇଗଲାନ। ଲୋକ୍‌ ଆଗ୍‌ରୁ ଇ ବଁଧ୍‌କାଟାର ପାଏନ୍‌ ବେଭାର କରବାର ସଂଗେ ଚାଷ୍‌ବାସ କରୁଥିଲେ। ହେଲେ ପରଶାସନିକ ଉଦାସିନତା ଲାଗି ଇ ସବୁ ଦିନୁଦିନ୍‌କେ ଗଁାଗଁଲିରୁ ହଜିଯିବାକେ ବସଲାନ। ଇ ବାବ୍‌ଦେ ଗଣମାଧ୍ୟମରେ ଖବର ବାହାରେ ପରଶାସନର ଦୁରୁଷ୍‌ଟିକେ ଆସୁଛେ। ତା’ପରେ କଁା ଭଁା କେନ୍‌ଠାନେ କେନ୍‌ତା କାମ୍‌ ହେଉଛେ। ହେଲେ ଅନେକ ଜାଗାରେ କାଗଜପତରରେ ବି କାମ୍‌ ସାରିଦେଇ ଟଁକା ହଡ଼ପ କରାଯାଉଥିବାର ଚରଚା ସବୁବେଲେ ହେଉଛେ। ଯଦି ପଁଚେତ୍‌ମାନକୁ ଆସୁଥିବାର ଅନୁଦାନ ଠିକ୍‌ ହିସାବେ ଖରଚ୍‌ ହେତା ତ ବଁଧ୍‌କଟାର ଏନ୍‌ତା ଅବସ୍‌ତା ନାଇଁ ହେତା। ଅନେକ ଜାଗାରେ ପାଏନ୍‌ ସମସିଆ ବି ନାଇଁ ରହିତା। ବରଷା ପାଏନ୍‌ କମ୍‌ ହେଲେ ବି ଚାଷୀ ଇ ବଁଧ୍‌କଟାର ପାଏନ୍‌ ବେଭାର କରି ଚାଷ୍‌ବାସ ଉଠେଇ ଦେଇପାରତେ। ହେଲେ ବଡ଼ଭାଗି କାମ୍‌ କାଗଜ କଲମ ଆର ଠକ୍‌ଭଁଡ଼ରେ ହେବାର ଲାଗି ପୁରନା ବଁଧ୍‌କଟା ଦିନୁଦିନ୍‌କେ ନିଜର ସତା ହରଉଛନ୍‌। ଇ ବାବ୍‌ଦେ ଅତାବିରା ତହସିଲଦାର ହୃଦାନନ୍ଦ ଅଡ୍ଡା ଆର ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଇ ଦିଗେ ଧିଆନ୍‌ ଦେଇ ପଦକ୍ଷେପ ନିଆଯିବା ବଲି ଉଭଏ କହିଥିଲେ।