ଆରମ୍ଭ ହେଲା ସର୍ବବୃହତ୍‌ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ

ଦୁବାଇ: ଦୁବାଇ। ଲକ୍‌ଜ୍ୟୁରି ଶପିଂ, ଅଲଟ୍ରାମଡର୍ନ ଆର୍କିଟେକ୍‌ଚର ଏବଂ ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ସ୍ବପ୍ନର ସହର। ମାତ୍ର ୫୦ ବର୍ଷ ଭିତରେ ପୃଥିବୀର ସମୃଦ୍ଧିଶାଳୀ ସହର ତାଲିକାରେ ନିଜ ନାମ ଯୋଡ଼ିପାରିଥିବା ଦୁବାଇରେ ରହିଛି ପର୍ଯ୍ୟଟନର ଅନନ୍ୟ ବିଭବ। ଆଉ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ବର୍ଷତମାମ ଆୟୋଜିତ ହୋଇଥାଏ ବିଭିନ୍ନ କାର୍ଯ୍ୟକ୍ରମ। ଏହିକ୍ରମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଦୁନିଆର ସର୍ବବୃହତ୍‌୍‌ ସିଟି ଓ୍ବାଇଡ୍‌ ଇଭେଣ୍ଟ ଦୁବାଇ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ (ଡିଏଫ୍‌ସି-୨୦୧୯)। ଦୁବାଇକୁ ସ୍ବାସ୍ଥ୍ୟବାନ୍‌ ଏବଂ ଏଠାକାର ଲୋକଙ୍କୁ ସକ୍ରିୟ କରି ଗଢ଼ିତୋଳିବା ଲକ୍ଷ୍ୟନେଇ ୨୦୧୭ରୁ ଆୟୋଜିତ ହେଉଥିବା ଏଭଳି ଅଭିନବ କାର୍ଯ୍ୟକ୍ରମର ଏହା ହେଉଛି ୩ୟ ସଂସ୍କରଣ। ଏଥିରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ ଭାଗନେବେ। ଏହି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଦୈନିକ ୩୦ ମିନିଟ୍‌ର ଓ୍ବାର୍କ ଆଉଟ୍‌ ହେବ।
୨୦୧୭ରେ ଦୁବାଇର ପ୍ରିନ୍ସ ମହମ୍ମଦ ରଶିଦ ଅଲ୍‌ ମକ୍‌ତୁମ୍‌ଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ଏପରି ଏକ ନିଆରା ଅଭିଯାନ ଆରମ୍ଭ ହୋଇଥିଲା। ସେ ଚାହୁଁଥିଲେ ଦୁବାଇରେ ରହୁଥିବା ବାସିନ୍ଦା ଫିଟ୍‌ନେସ୍‌କୁ ଗୁରୁତ୍ୱ ଦିଅନ୍ତୁ। ପ୍ରିନ୍ସଙ୍କ ଉଦ୍ଦେଶ୍ୟକୁ ଫଳପ୍ରସୂ କରିବାକୁ ପ୍ରତିବର୍ଷ ମାସାଧିକ କାଳ ଏଠାରେ ଏକ୍ସରସାଇଜ ଇଭେଣ୍ଟ କରାଯାଉଛି। ଚଳିତବର୍ଷ ଇଭେଣ୍ଟକୁ ସୁରୁଖୁରୁରେ କରିବାକୁ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି। ଏଥିରେ ପର୍ଯ୍ୟଟକ ମଧ୍ୟ ଭାଗ ନେଇପାରିବେ। ଏହାକୁ ବାଦ୍‌ ଦେଲେ ସମୁଦ୍ର କୂଳରେ ଖେଳକୁଦ, ଯୋଗ, ଧ୍ୟାନ, ବକ୍ସିଂ, ମାର୍ଶାଲ ଆର୍ଟ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହାକୁ ଆହୁରି ଆକର୍ଷଣୀୟ କରିବାକୁ ୨ଟି ଫିଟନେସ୍‌ ଭିଲେଜ ତିଆରି ହୋଇଛି। ଏଥିସହ ୪୦ ଇଭେଣ୍ଟ ଏବଂ ୫ ହଜାର ମାଗଣା ପ୍ରଶିକ୍ଷଣ କ୍ଲାସର ଆୟୋଜନ କରାଯାଇଛି।
ଏଥିରେ ଭାଗନେବାକୁ ଇଚ୍ଛୁକ ପ୍ରତିଯୋଗୀଙ୍କୁ ଯେପରି କୌଣସି ସମସ୍ୟା ନ ହୁଏ, ସେଥିଲାଗି ଆପ୍‌ ରହିଛି। କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିବା ପରେ ଏଥିରେ ସଙ୍ଗେ ସେଙ୍ଗ ଇଭେଣ୍ଟ ବିଷୟରେ ସବିଶେଷ ବିବରଣୀ ଉପଲବ୍ଧ ହୋଇଯିବ। ଏହାପରେ ଜଣେ ନିଜ ଇଚ୍ଛା ଅନୁସାରେ ଇଭେଣ୍ଟରେ ଭାଗ ନେଇପାରିବେ। ଅଭିଯାନର ପ୍ରଥମ ସଂସ୍କରଣରେ ୭.୮ ଲକ୍ଷ ଏବଂ ଦ୍ୱିତୀୟ ସଂସ୍କରଣରେ ୧୦ ଲକ୍ଷ ଜନସାଧାରଣ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

‘ହର୍ମୁଜ ପ୍ରଣାଳୀରେ ଆମେରିକା… ’, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ନୂଆ ବାର୍ତ୍ତା ଶୁଣି ଇରାନ ଖୁସିରେ ଗଦ୍‌ଗଦ୍‌

ଓ୍ବାଶିଂଟନ୍‌,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ଦୁଇ ସପ୍ତାହ ପାଇଁ ଇରାନ…

ମୋଦିଙ୍କୁ ଝଟ୍‌କା: ଆମେରିକା-ଇରାନ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସର ପ୍ରଥମ ପ୍ରତିକ୍ରିୟା, ପାକିସ୍ତାନର…

ନୂଆଦିଲ୍ଲୀ,୮ା୪: ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ଏମ୍‌ପି ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri