ଆରମ୍ଭ ହେଲା ସର୍ବବୃହତ୍‌ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ

ଦୁବାଇ: ଦୁବାଇ। ଲକ୍‌ଜ୍ୟୁରି ଶପିଂ, ଅଲଟ୍ରାମଡର୍ନ ଆର୍କିଟେକ୍‌ଚର ଏବଂ ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ସ୍ବପ୍ନର ସହର। ମାତ୍ର ୫୦ ବର୍ଷ ଭିତରେ ପୃଥିବୀର ସମୃଦ୍ଧିଶାଳୀ ସହର ତାଲିକାରେ ନିଜ ନାମ ଯୋଡ଼ିପାରିଥିବା ଦୁବାଇରେ ରହିଛି ପର୍ଯ୍ୟଟନର ଅନନ୍ୟ ବିଭବ। ଆଉ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ବର୍ଷତମାମ ଆୟୋଜିତ ହୋଇଥାଏ ବିଭିନ୍ନ କାର୍ଯ୍ୟକ୍ରମ। ଏହିକ୍ରମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଦୁନିଆର ସର୍ବବୃହତ୍‌୍‌ ସିଟି ଓ୍ବାଇଡ୍‌ ଇଭେଣ୍ଟ ଦୁବାଇ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ (ଡିଏଫ୍‌ସି-୨୦୧୯)। ଦୁବାଇକୁ ସ୍ବାସ୍ଥ୍ୟବାନ୍‌ ଏବଂ ଏଠାକାର ଲୋକଙ୍କୁ ସକ୍ରିୟ କରି ଗଢ଼ିତୋଳିବା ଲକ୍ଷ୍ୟନେଇ ୨୦୧୭ରୁ ଆୟୋଜିତ ହେଉଥିବା ଏଭଳି ଅଭିନବ କାର୍ଯ୍ୟକ୍ରମର ଏହା ହେଉଛି ୩ୟ ସଂସ୍କରଣ। ଏଥିରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ ଭାଗନେବେ। ଏହି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଦୈନିକ ୩୦ ମିନିଟ୍‌ର ଓ୍ବାର୍କ ଆଉଟ୍‌ ହେବ।
୨୦୧୭ରେ ଦୁବାଇର ପ୍ରିନ୍ସ ମହମ୍ମଦ ରଶିଦ ଅଲ୍‌ ମକ୍‌ତୁମ୍‌ଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ଏପରି ଏକ ନିଆରା ଅଭିଯାନ ଆରମ୍ଭ ହୋଇଥିଲା। ସେ ଚାହୁଁଥିଲେ ଦୁବାଇରେ ରହୁଥିବା ବାସିନ୍ଦା ଫିଟ୍‌ନେସ୍‌କୁ ଗୁରୁତ୍ୱ ଦିଅନ୍ତୁ। ପ୍ରିନ୍ସଙ୍କ ଉଦ୍ଦେଶ୍ୟକୁ ଫଳପ୍ରସୂ କରିବାକୁ ପ୍ରତିବର୍ଷ ମାସାଧିକ କାଳ ଏଠାରେ ଏକ୍ସରସାଇଜ ଇଭେଣ୍ଟ କରାଯାଉଛି। ଚଳିତବର୍ଷ ଇଭେଣ୍ଟକୁ ସୁରୁଖୁରୁରେ କରିବାକୁ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି। ଏଥିରେ ପର୍ଯ୍ୟଟକ ମଧ୍ୟ ଭାଗ ନେଇପାରିବେ। ଏହାକୁ ବାଦ୍‌ ଦେଲେ ସମୁଦ୍ର କୂଳରେ ଖେଳକୁଦ, ଯୋଗ, ଧ୍ୟାନ, ବକ୍ସିଂ, ମାର୍ଶାଲ ଆର୍ଟ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହାକୁ ଆହୁରି ଆକର୍ଷଣୀୟ କରିବାକୁ ୨ଟି ଫିଟନେସ୍‌ ଭିଲେଜ ତିଆରି ହୋଇଛି। ଏଥିସହ ୪୦ ଇଭେଣ୍ଟ ଏବଂ ୫ ହଜାର ମାଗଣା ପ୍ରଶିକ୍ଷଣ କ୍ଲାସର ଆୟୋଜନ କରାଯାଇଛି।
ଏଥିରେ ଭାଗନେବାକୁ ଇଚ୍ଛୁକ ପ୍ରତିଯୋଗୀଙ୍କୁ ଯେପରି କୌଣସି ସମସ୍ୟା ନ ହୁଏ, ସେଥିଲାଗି ଆପ୍‌ ରହିଛି। କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିବା ପରେ ଏଥିରେ ସଙ୍ଗେ ସେଙ୍ଗ ଇଭେଣ୍ଟ ବିଷୟରେ ସବିଶେଷ ବିବରଣୀ ଉପଲବ୍ଧ ହୋଇଯିବ। ଏହାପରେ ଜଣେ ନିଜ ଇଚ୍ଛା ଅନୁସାରେ ଇଭେଣ୍ଟରେ ଭାଗ ନେଇପାରିବେ। ଅଭିଯାନର ପ୍ରଥମ ସଂସ୍କରଣରେ ୭.୮ ଲକ୍ଷ ଏବଂ ଦ୍ୱିତୀୟ ସଂସ୍କରଣରେ ୧୦ ଲକ୍ଷ ଜନସାଧାରଣ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri