ଆରମ୍ଭ ହେଲା ଅଦଳବଦଳ ପ୍ରକ୍ରିୟା: ନନ୍ଦନକାନନ ଆସିଲେ ୩ ନୂଆ ଅତିଥି

ବାରଙ୍ଗ,୮ା୮(ଡି.ଏନ୍‌.ଏ.): ଚଳିତବର୍ଷର ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଆରମ୍ଭ ହୋଇଛି। ଅଗଷ୍ଟ ମାସରେ ୩ଟି ପର୍ଯ୍ୟାୟରେ ନନ୍ଦନକାନନକୁ ନୂଆ ଅତିଥି ଆସିବା ନେଇ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ପ୍ରଥମ ପର୍ଯ୍ୟାୟକୁ ଛାଡି ଦ୍ୱିତୀୟ ପର୍ଯ୍ୟାୟ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ୩ ନୂଆ ଅତିଥି ଆସିଥିବା ଦେଖିବାକୁ ମିଳିଛି। ଏଥିପାଇଁ ଗତ ୨ ତାରିଖରେ ନନ୍ଦନକାନନର ଏକ ଟିମ୍‌ ମଧ୍ୟପ୍ରଦେଶ ଯାଇଥିଲା। ଏହି ଟିମ୍‌ ମଧ୍ୟପ୍ରଦେଶ ଇନଡୋର ଚିଡିଆଖାନାରୁ ଗୋଟିଏ ମାଈ ଧୂସର ଗଧିଆ ଓ ଦୁଇଟି କୋକିଶିଆଳି ନେଇ ବୁଧବାର ରାତିରେ ନନ୍ଦନକାନନରେ ପହଞ୍ଚତ୍ଛନ୍ତି। ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ ପାଇଁ ୩ ପ୍ରାଣୀଙ୍କୁ ଡାକ୍ତରଖାନାର କ୍ୱାରେଣ୍ଟଟାଇନରେ ରଖାଯାଇଛି। ନୂଆ ଅତିଥି ଆସିବାପରେ ନନ୍ଦନକାନନରେ ଗୋଟିଏ ପ୍ରଜାତି ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଜଣେ ସାଥିହରା ସାଥି ପାଇବାକୁ ଯାଉଛି। କୋକିଶିଆଳି ନନ୍ଦନକାନନ ପାଇଁ ନୂଆ ପ୍ରଜାତି ସାଜିଥିବାବେଳେ ଆଗରୁ ହଳେ ଧୂସର ଗଧିଆ ୨୯ ସେପ୍ଟେମ୍ବର ୨୦୧୮ରେ ମହୀଶୂରରୁ ଅଦଳବଦଳ ପ୍ରକ୍ରିୟାରେ ଏଠାକୁ ଆସିଥିଲା। ଆସିବାର ସାଢେ ୫ମାସ ପରେ ମାଈ ଧୂସର ଗଧିଆଟି ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ସେହିଦିନଠାରୁ ଅଣ୍ଡିରା ଧୂସର ଗଧିଆଟି ଡାକ୍ତରଖାନାରେ ନିଃସଙ୍ଗ ଜୀବନ ଜିଇବାକୁ ଆରମ୍ଭ କରିଥିଲା। ନୂଆ ଅତିଥି ଆସିବାପରେ ଗଧିଆମାନଙ୍କ ବଂଶବୃଦ୍ଧି ହେବାର ଆଶା ରଖାଯାଇଛି। ଆରମ୍ଭ ହୋଇଥିବା ଏହି ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନରୁ ୨ଟି ଜଳହସ୍ତୀ ଦେବାକୁ ପଡିବ। ତେବେ ପ୍ରଥମ ପର୍ଯ୍ୟାୟରେ ମହୀଶୂରରୁ ଜିରାଫ ଆଣିବା ପାଇଁ ଏସିଏଫ ଅଞନ କୁମାର ମହାନ୍ତି ଓ ଡା.ଆଲୋକ କୁମାର ଦାସଙ୍କୁ ନେଇ ଗଠିତ ଦୁଇଜଣିଆ ଟିମ ଅଗଷ୍ଟ ୧ରେ ଫ୍ଲାଇଟ ଯୋଗେ ମହୀଶୂର ଯାଇ ସେଠାରେ ଜିରାଫ ବାଛି ୪ ତାରିଖରେ ଫେରିଥିଲେ। ତେବେ ମହୀଶୂରରୁ ଏକ ଟିମ ବଛାଯାଇଥିବା ଜିରାଫକୁ ସାଙ୍ଗରେ ନେଇ ନନ୍ଦନକାନନ ଅଭିମୁଖେ ମଙ୍ଗଳବାର ଯାତ୍ରା ଆରମ୍ଭ କରିବେ ବୋଲି ବିଶେଷସୂତ୍ରରୁ ଜଣାପଡିଛି। ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ୨ ତାରିଖରେ ରେଞ୍ଜ ଅଫିସର କୁମର ବେହେରାଙ୍କ ନେତୃତ୍ୱରେ ଏକ ୫ଜଣିଆ ଦଳ ୨ ଗାଡି ନେଇ ମଧ୍ୟପ୍ରଦେଶର ଇନ୍‌ଡୋର ଚିଡିଆଖାନା ଅଭିମୁଖେ ବାହାରିଥିଲେ। ୪ ତାରିଖରେ ଏହି ଟିମ ସେଠାରେ ପହଞ୍ଚତ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନାକରି ବାଛିକରି ୩ ଅତିଥିଙ୍କୁ ସାଙ୍ଗରେ ଧରି ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri