ଆବାସ ଯୋଜନାର ବିଲ ଲାଗି ହିତାଧିକାରୀ ହଟହଟା

ସମ୍ବଲପୁର,୨୬।୪ (ବ୍ୟୁରୋ):  ସମ୍ବଲପୁର ମହାନଗର ନିଗମର ଭିନେ ଭିନେ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ଘର ତିଆରି କରୁଛନ୍‌। ହେଲେ ପାଖାପାଖି ମାସେ ହେଲା ମହାନଗର ନିଗମ ତରଫୁ ବିଲ ଟଁକା ନାଇଁ ଦିଆଯାଉଥିବାର ଅଭିଯୋଗ ହେଉଛେ। କେତେ ଲୋକ୍‌ ଭାରତିଆ ତ ଆରକେତେ ଘର ଛାତ୍‌ ଲେବୁଲ ତକ୍‌ ତିଆର କରିଛନ୍‌। ହେଲେ ଆଏଜ୍‌ତକ୍‌ ଟଁକାଟେ ବି ବିଲ୍‌ ବାବ୍‌ଦେ ନାଇଁ ପାଇଥିବାର ହିତାଧିକାରୀମାନେ ଅଭିଯୋଗ କରିଛନ୍‌। ସରକାରୀ ନିୟମ ହିସାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪ଟା କିସ୍‌ତିରେ ମୋଟ ୨ ଲାଖ୍‌ ଟଁକା ଦିଆଯାଏସି। ନେହି କୁଡ଼ି ପାଟବାର ଲାଗି ୪୦ ହଜାର ଟଁକା, ଭିତିମୂଲ କାମ୍‌ ସଏଲା ଉତାରୁ ୬୦ ହଜାର ଟଁକା, ଇଟା କାମ୍‌ ଛାତ ତକ୍‌ ଗଲା ଉତାରୁ ୬୦ ହଜାର ଟଁକା। ଶେଷେ ପାଇଖାନା ତିଆରି, କଁାଥି ଛପେଇ, ପିଇବା ପାଏନ୍‌, ବିଦ୍ୟୁତ୍‌କରନ ଲାଗି ୪୦ ହଜାର ଟଁକା ମିଲ୍‌ସି। ହେଲେ ଇଠାନେ ସବୁ ସରକାରୀ ନିୟମକେ ବେଖାତିର କରାଯାଉଥିବାର ଦେଖ୍‌ବାକେ ମିଲୁଛେ। ବିଭାଗୀୟ ଅଧ୍‌କାରୀମାନେ ଘର କାମ୍‌ ତଦାରାଖ୍‌ କରିଛନ୍‌। ଏନ୍‌ତା କି ଜିଓ ଟେଗିଂ ଆର ଉନିଆ କାମ୍‌ମାନେ ସରିଛେ, ହେଲେ ଟଁକା ନାଇଁ ମିଲବାର। ବିଲ ବାବ୍‌ଦେ ଅଧ୍‌କାରୀମାନକୁ କହେଲେ ନିରବାଚନ ଲାଗି ବିଲମ୍‌ ହେଉଛେ ବଲି କହୁଥିବାର ମହାନଗର ନିଗମ ୪୦ ନମ୍ବର ଓ୍ବାର୍ଡ ଚାନ୍ଦମୁଣ୍ଡା ଗଁାର ହିତାଧିକାରୀମାନେ ଅଭିଯୋଗ କରିଛନ୍‌। ଇଆଡ଼େ ହିତାଧିକାରୀମାନେ ଘର କାମ୍‌ ଲାଗି ସିମେଟ, ଇଟା, ବାଲି, ଛଡ଼ ଆନିଥିବାର ଦୁକାନିମାନେ ଟଁକାର ଲାଗି ହିତାଧିକାରୀମାନକୁ ହଟହଟା କରୁଛନ୍‌। ଯେନ୍‌ଥିରଲାଗି ପାଖାପାଖି ୨୦ରୁ ୨୫ ଦିନ୍‌ ହେଲା ଘର ତିଆରି କାମ୍‌ ବଁଦ୍‌ ରହିଛେ ବଲି ହିତାଧିକାରୀମାନେ କହିଛନ୍‌। ସେନ୍‌ତା ଠିକ୍‌ ସମିଆରେ ବିଲ ମିଲ୍‌ଲେ କାମ୍‌ ପୂରାକରି ହିତାଧିକାରୀମାନେ ପୋରଛାହନ୍‌ ଟଁକା ପାଇପାରତେ ବଲି କେତେ ହିତାଧିକାରୀ କହିଛନ୍‌। ଇ ବାବ୍‌ଦେ ମହାନଗର ନିଗମ ଡେପୁଟି କମିଶନର ଶୁଭଙ୍କର ମହାନ୍ତିକୁଁ ପଚରାଲାରୁ ନିରବାଚନ କାମ ଲାଗି ସବୁ କରମଚାରୀ ଆର ଅଧ୍‌କାରୀ ବାଇ ଥିଲେ। ଆଏଜ୍‌ ଅନେକ ହିତାଧିକାରୀକୁଁ ଟଁକା ଦିଆଯାଇଛେ। ବହୁତ ଜଲଦି କାମ ତଦାରଖ କରି ସବୁ ହିତାଧିକାରୀକଁର ବିଲ ଟଁକା ଦିଆଯିବା ବଲି ସେ କହିଥିଲେ।