ଆବାସ ଯୋଜନାର ବିଲ ଲାଗି ହିତାଧିକାରୀ ହଟହଟା

ସମ୍ବଲପୁର,୨୬।୪ (ବ୍ୟୁରୋ):  ସମ୍ବଲପୁର ମହାନଗର ନିଗମର ଭିନେ ଭିନେ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ଘର ତିଆରି କରୁଛନ୍‌। ହେଲେ ପାଖାପାଖି ମାସେ ହେଲା ମହାନଗର ନିଗମ ତରଫୁ ବିଲ ଟଁକା ନାଇଁ ଦିଆଯାଉଥିବାର ଅଭିଯୋଗ ହେଉଛେ। କେତେ ଲୋକ୍‌ ଭାରତିଆ ତ ଆରକେତେ ଘର ଛାତ୍‌ ଲେବୁଲ ତକ୍‌ ତିଆର କରିଛନ୍‌। ହେଲେ ଆଏଜ୍‌ତକ୍‌ ଟଁକାଟେ ବି ବିଲ୍‌ ବାବ୍‌ଦେ ନାଇଁ ପାଇଥିବାର ହିତାଧିକାରୀମାନେ ଅଭିଯୋଗ କରିଛନ୍‌। ସରକାରୀ ନିୟମ ହିସାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪ଟା କିସ୍‌ତିରେ ମୋଟ ୨ ଲାଖ୍‌ ଟଁକା ଦିଆଯାଏସି। ନେହି କୁଡ଼ି ପାଟବାର ଲାଗି ୪୦ ହଜାର ଟଁକା, ଭିତିମୂଲ କାମ୍‌ ସଏଲା ଉତାରୁ ୬୦ ହଜାର ଟଁକା, ଇଟା କାମ୍‌ ଛାତ ତକ୍‌ ଗଲା ଉତାରୁ ୬୦ ହଜାର ଟଁକା। ଶେଷେ ପାଇଖାନା ତିଆରି, କଁାଥି ଛପେଇ, ପିଇବା ପାଏନ୍‌, ବିଦ୍ୟୁତ୍‌କରନ ଲାଗି ୪୦ ହଜାର ଟଁକା ମିଲ୍‌ସି। ହେଲେ ଇଠାନେ ସବୁ ସରକାରୀ ନିୟମକେ ବେଖାତିର କରାଯାଉଥିବାର ଦେଖ୍‌ବାକେ ମିଲୁଛେ। ବିଭାଗୀୟ ଅଧ୍‌କାରୀମାନେ ଘର କାମ୍‌ ତଦାରାଖ୍‌ କରିଛନ୍‌। ଏନ୍‌ତା କି ଜିଓ ଟେଗିଂ ଆର ଉନିଆ କାମ୍‌ମାନେ ସରିଛେ, ହେଲେ ଟଁକା ନାଇଁ ମିଲବାର। ବିଲ ବାବ୍‌ଦେ ଅଧ୍‌କାରୀମାନକୁ କହେଲେ ନିରବାଚନ ଲାଗି ବିଲମ୍‌ ହେଉଛେ ବଲି କହୁଥିବାର ମହାନଗର ନିଗମ ୪୦ ନମ୍ବର ଓ୍ବାର୍ଡ ଚାନ୍ଦମୁଣ୍ଡା ଗଁାର ହିତାଧିକାରୀମାନେ ଅଭିଯୋଗ କରିଛନ୍‌। ଇଆଡ଼େ ହିତାଧିକାରୀମାନେ ଘର କାମ୍‌ ଲାଗି ସିମେଟ, ଇଟା, ବାଲି, ଛଡ଼ ଆନିଥିବାର ଦୁକାନିମାନେ ଟଁକାର ଲାଗି ହିତାଧିକାରୀମାନକୁ ହଟହଟା କରୁଛନ୍‌। ଯେନ୍‌ଥିରଲାଗି ପାଖାପାଖି ୨୦ରୁ ୨୫ ଦିନ୍‌ ହେଲା ଘର ତିଆରି କାମ୍‌ ବଁଦ୍‌ ରହିଛେ ବଲି ହିତାଧିକାରୀମାନେ କହିଛନ୍‌। ସେନ୍‌ତା ଠିକ୍‌ ସମିଆରେ ବିଲ ମିଲ୍‌ଲେ କାମ୍‌ ପୂରାକରି ହିତାଧିକାରୀମାନେ ପୋରଛାହନ୍‌ ଟଁକା ପାଇପାରତେ ବଲି କେତେ ହିତାଧିକାରୀ କହିଛନ୍‌। ଇ ବାବ୍‌ଦେ ମହାନଗର ନିଗମ ଡେପୁଟି କମିଶନର ଶୁଭଙ୍କର ମହାନ୍ତିକୁଁ ପଚରାଲାରୁ ନିରବାଚନ କାମ ଲାଗି ସବୁ କରମଚାରୀ ଆର ଅଧ୍‌କାରୀ ବାଇ ଥିଲେ। ଆଏଜ୍‌ ଅନେକ ହିତାଧିକାରୀକୁଁ ଟଁକା ଦିଆଯାଇଛେ। ବହୁତ ଜଲଦି କାମ ତଦାରଖ କରି ସବୁ ହିତାଧିକାରୀକଁର ବିଲ ଟଁକା ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri