ଆପ୍‌ନେ ଆର ପୁଓ ଆରପାରେ:ନିଜର ଭାଏଗ୍‌କେ ନିଦୁଁଛନ୍‌ ଶାଶ୍‌ ବହ

ଲୋଇସିଂହା,୧୭।୭ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ବାଦିବାହାଲ ଗଁାର ବୁରୁଧ୍‌ ବିଧବା ସଖୀ ମେହେର। ବଛ୍‌ରେ ଭିତରେ ସେ ପୁଓ ଆର ଆପ୍‌ନେକେ ହରେଇଛନ୍‌। ଏହେଦେ ଘରେ ନିସାହା ବିଧବା ବହ ଆର ୩ ବଛର୍‌ର ନାତି ରହିଛନ୍‌। ଇଆଡ଼େ ଖାଏଦ୍‌ ପାଏନ୍‌ ଅଭାବୁ ନାତିର ଦିହିପା ଠିକ୍‌ ନାଇଁ ରହିବାର। ଟଁକ ପଏସା ଅଭାବୁ ସେମାନେ ଛୁଆର ଚିକିସତ୍ା ବି କରେଇ ନାଇଁ ପାରବାର। ଇଥିରଲାଗି ଥାନୀୟ ଜନପରତିନିଧି ଆର ବ୍ଲକ ପରଶାସନର ଉଦାସୀନତା ଦାଇ ବଲି ଗଁାର ପୁରଖା ଲୋକ୍‌ ତପି ଭୋଇ ଆର ଉନିଆମାନେ ଅଭିଯୋଗ କରିଛନ୍‌।
ବାଦିବାହାଲ ସଦର ଗଁାର ମେହେରପଡ଼ାରେ ସଖୀ ମେହେରକଁର ଘର। ଏହେଦେ ବହୁ ପୁଷ୍ପକାନ୍ତୀ ଆର ନାତି ଚନ୍ଦ୍ରକାନ୍ତକୁଁ ନେଇ ସଖୀକଁର ସଁସାର। ପୁଓ ପ୍ରଭୁଦତ୍ତ ମଜୁରି କରି ଟଁକା ରୁଜଗାର କରୁଥିଲେ। ସେନ୍‌ତା ଆପ୍‌ନେ କଷ୍ଟ ମେହେର ରାକ୍ଷୀ ତିଆରି ଗଁା ଗଁା ବିକି ଦୁଇ ପଏସା କମଉଥିଲେ। ହେଲେ ୩ ବଛର ତଲେ କଷ୍ଟ ପକ୍ଷାଘାତ ରୋଗ୍‌ରେ ପଡ଼ଲେ। ଇ ସମିଆରେ ପୁଓ ପ୍ରଭୁଦତ୍ତର ଗୁଟେ ପୁଓ ହେଲା। ହେଲେ ଛୁଆଟା ଜନ୍‌ମୁ ଦୁରବଲିଆ ଥିଲା। ଇଆଡ଼େ ଅଭାବ ଅନାଟନ ଲାଗି ବାପା ଆର ପୁଓର ଚିକିସତ୍ା କରେଇ ନାଇଁପାରି ପ୍ରଭୁଦତ୍ତ ସବୁବେଲେ ମାନସିକ୍‌ ଚାପ୍‌ରେ ରହୁଥିଲେ। ଏନ୍‌ତା ଘଡ଼ିସଁଧି ସମିଆରେ କେହେନ୍‌ସି କାରନ୍‌ରୁ ପ୍ରଭୁଦତ୍ତକଁର ମୁର୍‌ତୁ ହେଲା। ପରିବାରଟା ଦୁଖରେ ଭାଂଗି ପଡ଼ଲେ। ସେନ୍‌ତା ଗଲା ୩ ମାସ ତଲେ ପକ୍ଷାଘାତରେ ପୀଡ଼ିତ କଷ୍ଟ ବି ଆଏଁଖ୍‌ ମୁଜିଦେଲେ। ଏହେଦେ ୩ ବଛର୍‌ର ଛୁଆ ଚନ୍ଦ୍ରକାନ୍ତକେ ନେଇ ଶାଶ୍‌ ବହ ବଡ଼ା ଗୁଲ୍‌ଗୁଲା ହେଇ ଦିନ୍‌ ବିତଉଛନ୍‌। ବାପ୍‌ପୁଓକଁର ଚାଲିଗଲା ଉତାରୁ ପରିବାରଟା ପଁଚେତ୍‌ରୁ ପାଉଥିବାର ଚାଉଲ୍‌ କୁଟା ବି କମିଯାଇଛେ। ଏହେଦେ ଇ ଦୁଖି ପରିବାର ପଁଚେତ୍‌ରୁ ମାସିକ ୧୦ କେଜି ଚାଉଲ ପାଉଥିଲାବେଲେ ସଖୀ ୫ଶହ ଟଁକା ଭତା ପାଉଛନ୍‌। ହେଲେ ଆଏଜ୍‌କାଲି ଏତ୍‌କିରେ ଗୁଟେ ପରିବାର ମାସେ ଚଲବାରଟା ସମ୍‌ଭବ ନୁହେ। ଇଆଡ଼େ ପ୍ରଭୁଦତ୍ତକଁର ମୁର୍‌ତୁକେ ବଛ୍‌ରେ ବିତିଯାଇଥିଲେ ବି ପୁଷ୍ପକାନ୍ତୀ ବିଧବା ଭତା ଆର ପରିବାର ମଙ୍ଗଲ ଯୋଜନାର ସାହାଯ୍‌ ଟଁକା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇ ବାବ୍‌ଦେ ଥାନୀୟ ସରପଁଚ୍‌କୁଁ ପଚରାଲାରୁ ସବୁ କାଗଜପତର ବ୍ଲକରେ ଦାଖଲ କରାଯାଇଛେ ବଲି ସେ କହିଥିଲେ। ସେନ୍‌ତା ଲୋଇସିଂହା ବିଡିଓ ରାମଚନ୍ଦ୍ର ଖାଡିଆକୁଁ ପଚରାଲାରୁ ଯଦି ପରିବାର ମଙ୍ଗଲ ଯୋଜନାରେ ସେ ଆବେଦନ କରିଥିବେ ତ ନିହାତି ସାହାଯ୍‌ ପାଏବେ। ତାକର ବିଧବା ଭତା କେନ୍‌ଠାନେ ଅଟ୍‌କିଛେ ପଚ୍‌ରେଇ ବୁଝୁନ୍‌। ବ୍ଲକ ପରଶାସନ ତରଫୁ ଆର କେନ୍‌ପରକାର ସାହାଯ୍‌ ଦିଆଯାଇପାରବା ସେଟା କହେଲେ ସେ ଦିଗେ ବି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri