Categories: ପୁରୀ

ଆନ୍ଧ୍ରରୁ ଚନ୍ଦ୍ରଭାଗା କୂଳରେ ପହଞ୍ଚତ୍ଲେ ୧୧ ମତ୍ସ୍ୟଜୀବୀ

କୋଣାର୍କ,୨୪ା୫(ଡି.ଏନ.ଏ)- ଆନ୍ଧ୍ରପ୍ରଦେଶରୁ ସାମୁଦ୍ରିକ ପଥରେ ଏକ ମାଛଧରା ବୋଟରେ ୧୧ଜଣ ମତ୍ସ୍ୟଜୀବୀ ଆସି ରବିବାର ପୂର୍ବାହ୍ନରେ ଚନ୍ଦ୍ରଭାଗା କୂଳରେ ପହଞ୍ଚତ୍ଛନ୍ତି। ଏମାନେ ସମସ୍ତେ ସ୍ଥାନୀୟ ନୋଳିଆ ବସ୍ତିର ବୋଲି ଜଣାପଡ଼ିଛି। ଖବରପାଇ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ଏନଏସି ନୋଡାଲ ଅଫିସର ଭାଗୀରଥି ବରାଳ ଓ ପଞ୍ଚାନନ ଲେଙ୍କା ପହଞ୍ଚତ୍ ପଚରରାଉଚୁରା ବେଳେ ମତ୍ସ୍ୟଜୀବୀମାନେ ବିନା ପଞ୍ଜୀକରଣରେ ଆସିଥିବା କହିଥିଲେ। ପରେ ସେମାନଙ୍କୁ କୋଣାର୍କ ଶିଶୁ ଓ ମାତୃ ମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ରରେ ନିର୍ମିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ସଙ୍ଗରୋଧ ଗୃହରେ ରଖାଯାଇଛି। ପରେ ଏମାନଙ୍କ ସ୍କ୍ରିନିଂ କରାଯାଇ ସ୍ବାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ କହିଛନ୍ତି। ସୂଚନା ମୁତାବକ, ଏହି ମତ୍ସ୍ୟଜୀବୀମାନେ ଆନ୍ଧ୍ରପ୍ରଦେଶରେ ଥିବାବେଳେ ଲକଡାଉନ ବୃଦ୍ଧି ଯୋଗୁ ସେଠାରେ ଫସି ଯାଇଥିଲେ। ପରେ ଏମାନେ ଏକ ମାଛଧରା ବୋଟ ଯୋଗେ ସମୁଦ୍ର ପଥରେ ଆସି ଦୁଇ ଦିନର ଯାତ୍ରା ପରେ ରବିବାର ଚନ୍ଦ୍ରଭାଗାରେ ପହଞ୍ଚତ୍ଛନ୍ତି। ଏହା ପୂର୍ବରୁ ମଧ୍ୟ ୧୬ଜଣ ମତ୍ସ୍ୟଜୀବୀ ଆନ୍ଧ୍ରପ୍ରଦେଶରୁ ଏକ ଡଙ୍ଗା ଯୋଗେ ଚନ୍ଦ୍ରଭାଗା ଆସିଥିଲେ। ଏମାନଙ୍କ ଟେଷ୍ଟ ପରେ ଜଣଙ୍କ ପଜିଟିଭ ବାହାରିଥିଲା।