ଆଧାର ବାଧ୍ୟତାମୂଳକ ନ କରିବାକୁ ଦାବି

କଟକ ଅଫିସ୍‌,୨୭।୪: ଲକ୍‌ଡାଉନ୍‌ ପରେ ପ୍ରବାସୀ ଶ୍ରମିକମାନେ ବହୁ ଅସୁବିଧାରେ ରହିଛନ୍ତି। ରହୁଥିବା ସ୍ଥାନରେ ସମସ୍ୟା ଦେଖାଦେବାରୁ ସେମାନେ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି। ଓଡ଼ିଶା ସରକାର ମଧ୍ୟ ଏନେଇ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ନିୟମିତ ଆଲୋଚନା କରୁଛନ୍ତି । ତେବେ ଯେଉଁ ଶ୍ରମିକମାନେ ଫେରୁଛନ୍ତି କିମ୍ବା ଭବିଷ୍ୟତରେ ଫେରିବେ, ସେମାନଙ୍କୁ ନାମ ପଞ୍ଜୀକରଣ କରିବାକୁ ହେବ। ଏଥି ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି। ଏହାକୁ କଟକର ବିଭିନ୍ନ ସଂଗଠନ ସଦସ୍ୟମାନେ ସମାଲୋଚନା କରିଛନ୍ତି ।
କଟକ ମହାନଗର ନାଗରିକ ମଞ୍ଚ ଆବାହକ ଚିତ୍ତରଞ୍ଜନ ମହାନ୍ତି, ବରିଷ୍ଠ ଖବରଦାତା ସତ୍ୟ ରାୟ, ସଂଗ୍ରାମୀ ଫୋରମ ନେତା ପ୍ରଶାନ୍ତ ଦାସ, ବାମପନ୍ଥୀ ନେତା ବିଶ୍ୱାବସୁ ଦାସ, ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନ ସଭାପତି ଶିଶିର ଦାସ, ସମ୍ପାଦକ ଯୁଗଳ କିଶୋର ନାୟକ, ବସ୍ତିବାସିନ୍ଦା ମିଳିତ ମଞ୍ଚର ଆବାହକ ଖଗେଶ୍ୱର ସେଠୀ, ସାମାଜିକକର୍ମୀ ଡଲି ଦାସ, ଶ୍ରମିକ ନେତା ରାଜକିଶୋର ମଲ୍ଲିକ ପ୍ରମୁଖ କହିଛନ୍ତି, କରୋନା ସଂକ୍ରମଣ ପରିସ୍ଥିତିକୁ ମୁକାବିଲା ପାଇଁ ଯେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ୍‌ ଘୋଷଣା କଲେ, ସେତେବେଳେ ଯେଉଁ ଦିଗ ପ୍ରତି ଦୃଷ୍ଟି ଦେବା କଥା ତାହା କରି ନ ଥିଲେ । ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକମାନେ କାମଧନ୍ଦା ହରାଇବା ଫଳରେ ଖାଦ୍ୟ ଓ ବାସ ପାଇଁ ହାହାକାର ହୋଇପଡ଼ିଛନ୍ତି। ଲକ୍ଷାଧିକ ଶ୍ରମିକ ଗଛମୂଳେ ଏବଂ ଅନ୍ୟାନ୍ୟ ସ୍ଥାନରେ ଖାଦ୍ୟ ପାଇଁ ଅସହାୟ ଅବସ୍ଥାରେ ରହିଛନ୍ତି। କାମ ନାହିଁ କି ପଇସା ନାହିଁି। ଏପରିସ୍ଥଳେ ଭୋକ ସହି ନ ପାରି ଶହଶହ କି.ମି. ଗ୍ରାମ ଅଭିମୁଖେ ଚାଲିବା ଆରମ୍ଭ କଲେ। ତାଙ୍କ ଭିତରୁ କେତେଜଣଙ୍କର ମୃତ୍ୟୁ ଘଟିଛି। ଏ ଭଳି ଘଟିବ ବୋଲି ସରକାର ଚିନ୍ତା କରିବାର ଥିଲା। ଶ୍ରମିକମାନଙ୍କ ସେହି ଦୟନୀୟ ପରିସ୍ଥିତିରେ ଉଭୟ ସରକାର ସେମାନଙ୍କ ଖାଇବା ଓ ରହିବା ପାଇଁ ବ୍ୟବସ୍ଥା କଲେ ନାହିଁ। ବର୍ତ୍ତମାନ ଲକ୍‌ଡାଉନ୍‌କୁ ମାସେ ଏକ ସପ୍ତାହ ପୂରିବାକୁ ଯାଉଛି। ମେ’ ୩ ପରେ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବେ। ରାଜ୍ୟରୁ ଗଁାକୁ ଯାଇ କ୍ୱାରାଣ୍ଟାଇନ୍‌ରେ ରହିବେ। ଏଣୁ ରାଜ୍ୟ ସରକାର କେତେକ ନିୟମ କରିଛନ୍ତି। ଯେଉଁ ଶ୍ରମିକମାନେ ବାହାର ରାଜ୍ୟରୁ ଆସିବେ, ସେମାନେ ଆଧାର କାର୍ଡ ଦେଖାଇ ପଞ୍ଜୀକୃତ କରିବାକୁ ହେବ। ଆଧାର କାର୍ଡ ସମ୍ପର୍କରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି, ସରକାରଙ୍କର ଏଭଳି ନିଷ୍ପତ୍ତି ଏହି ରାୟ ବିରୋଧରେ ଯାଉଛି। ଦୀର୍ଘ ଦେଢମାସରୁ ଊର୍ଦ୍ଧ୍ୱ ସମୟ ହେଲା ଭୋକ ଉପାସରେ ରହି ଶ୍ରମିକମାନେ କଷଣ ଭୋଗିଛନ୍ତି। ଗଁାକୁ କଷ୍ଟରେ ଫେରି ଆସୁଛନ୍ତି। ସେତେବେଳେ ସରକାରଙ୍କ କର୍ତ୍ତବ୍ୟ ହେଉଛି, ବଞ୍ଚତ୍ବା ଦାୟିତ୍ୱ ସହ ତାଙ୍କପାଇଁ କର୍ମ ସଂସ୍ଥାନ ଯୋଜନା କରିବା। ତାହା ନ କରି ଆଧାର କାର୍ଡ ଦେଖାଇ ପଞ୍ଜୀକୃତ ହେବାପାଇଁ ଘୋଷଣା କରିବା ଅତ୍ୟନ୍ତ ଅମାନବୀୟ ଓ ନିନ୍ଦନୀୟ। ରାଜ୍ୟ ସରକାରଙ୍କ ଏ ପ୍ରକାର ଜନବିରୋଧୀ ଓ ଶ୍ରମିକ ବିରୋଧୀ ନୀତିକୁ ସେମାନେ ସମାଲୋଚନା କରିବା ସହ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ଏବଂ ପଞ୍ଜୀକରଣକୁ ସରଳୀକରଣ କରିବାକୁ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri