ଆଧାର ବାଧ୍ୟତାମୂଳକ ନ କରିବାକୁ ଦାବି

କଟକ ଅଫିସ୍‌,୨୭।୪: ଲକ୍‌ଡାଉନ୍‌ ପରେ ପ୍ରବାସୀ ଶ୍ରମିକମାନେ ବହୁ ଅସୁବିଧାରେ ରହିଛନ୍ତି। ରହୁଥିବା ସ୍ଥାନରେ ସମସ୍ୟା ଦେଖାଦେବାରୁ ସେମାନେ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି। ଓଡ଼ିଶା ସରକାର ମଧ୍ୟ ଏନେଇ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ନିୟମିତ ଆଲୋଚନା କରୁଛନ୍ତି । ତେବେ ଯେଉଁ ଶ୍ରମିକମାନେ ଫେରୁଛନ୍ତି କିମ୍ବା ଭବିଷ୍ୟତରେ ଫେରିବେ, ସେମାନଙ୍କୁ ନାମ ପଞ୍ଜୀକରଣ କରିବାକୁ ହେବ। ଏଥି ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି। ଏହାକୁ କଟକର ବିଭିନ୍ନ ସଂଗଠନ ସଦସ୍ୟମାନେ ସମାଲୋଚନା କରିଛନ୍ତି ।
କଟକ ମହାନଗର ନାଗରିକ ମଞ୍ଚ ଆବାହକ ଚିତ୍ତରଞ୍ଜନ ମହାନ୍ତି, ବରିଷ୍ଠ ଖବରଦାତା ସତ୍ୟ ରାୟ, ସଂଗ୍ରାମୀ ଫୋରମ ନେତା ପ୍ରଶାନ୍ତ ଦାସ, ବାମପନ୍ଥୀ ନେତା ବିଶ୍ୱାବସୁ ଦାସ, ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନ ସଭାପତି ଶିଶିର ଦାସ, ସମ୍ପାଦକ ଯୁଗଳ କିଶୋର ନାୟକ, ବସ୍ତିବାସିନ୍ଦା ମିଳିତ ମଞ୍ଚର ଆବାହକ ଖଗେଶ୍ୱର ସେଠୀ, ସାମାଜିକକର୍ମୀ ଡଲି ଦାସ, ଶ୍ରମିକ ନେତା ରାଜକିଶୋର ମଲ୍ଲିକ ପ୍ରମୁଖ କହିଛନ୍ତି, କରୋନା ସଂକ୍ରମଣ ପରିସ୍ଥିତିକୁ ମୁକାବିଲା ପାଇଁ ଯେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ୍‌ ଘୋଷଣା କଲେ, ସେତେବେଳେ ଯେଉଁ ଦିଗ ପ୍ରତି ଦୃଷ୍ଟି ଦେବା କଥା ତାହା କରି ନ ଥିଲେ । ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକମାନେ କାମଧନ୍ଦା ହରାଇବା ଫଳରେ ଖାଦ୍ୟ ଓ ବାସ ପାଇଁ ହାହାକାର ହୋଇପଡ଼ିଛନ୍ତି। ଲକ୍ଷାଧିକ ଶ୍ରମିକ ଗଛମୂଳେ ଏବଂ ଅନ୍ୟାନ୍ୟ ସ୍ଥାନରେ ଖାଦ୍ୟ ପାଇଁ ଅସହାୟ ଅବସ୍ଥାରେ ରହିଛନ୍ତି। କାମ ନାହିଁ କି ପଇସା ନାହିଁି। ଏପରିସ୍ଥଳେ ଭୋକ ସହି ନ ପାରି ଶହଶହ କି.ମି. ଗ୍ରାମ ଅଭିମୁଖେ ଚାଲିବା ଆରମ୍ଭ କଲେ। ତାଙ୍କ ଭିତରୁ କେତେଜଣଙ୍କର ମୃତ୍ୟୁ ଘଟିଛି। ଏ ଭଳି ଘଟିବ ବୋଲି ସରକାର ଚିନ୍ତା କରିବାର ଥିଲା। ଶ୍ରମିକମାନଙ୍କ ସେହି ଦୟନୀୟ ପରିସ୍ଥିତିରେ ଉଭୟ ସରକାର ସେମାନଙ୍କ ଖାଇବା ଓ ରହିବା ପାଇଁ ବ୍ୟବସ୍ଥା କଲେ ନାହିଁ। ବର୍ତ୍ତମାନ ଲକ୍‌ଡାଉନ୍‌କୁ ମାସେ ଏକ ସପ୍ତାହ ପୂରିବାକୁ ଯାଉଛି। ମେ’ ୩ ପରେ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବେ। ରାଜ୍ୟରୁ ଗଁାକୁ ଯାଇ କ୍ୱାରାଣ୍ଟାଇନ୍‌ରେ ରହିବେ। ଏଣୁ ରାଜ୍ୟ ସରକାର କେତେକ ନିୟମ କରିଛନ୍ତି। ଯେଉଁ ଶ୍ରମିକମାନେ ବାହାର ରାଜ୍ୟରୁ ଆସିବେ, ସେମାନେ ଆଧାର କାର୍ଡ ଦେଖାଇ ପଞ୍ଜୀକୃତ କରିବାକୁ ହେବ। ଆଧାର କାର୍ଡ ସମ୍ପର୍କରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି, ସରକାରଙ୍କର ଏଭଳି ନିଷ୍ପତ୍ତି ଏହି ରାୟ ବିରୋଧରେ ଯାଉଛି। ଦୀର୍ଘ ଦେଢମାସରୁ ଊର୍ଦ୍ଧ୍ୱ ସମୟ ହେଲା ଭୋକ ଉପାସରେ ରହି ଶ୍ରମିକମାନେ କଷଣ ଭୋଗିଛନ୍ତି। ଗଁାକୁ କଷ୍ଟରେ ଫେରି ଆସୁଛନ୍ତି। ସେତେବେଳେ ସରକାରଙ୍କ କର୍ତ୍ତବ୍ୟ ହେଉଛି, ବଞ୍ଚତ୍ବା ଦାୟିତ୍ୱ ସହ ତାଙ୍କପାଇଁ କର୍ମ ସଂସ୍ଥାନ ଯୋଜନା କରିବା। ତାହା ନ କରି ଆଧାର କାର୍ଡ ଦେଖାଇ ପଞ୍ଜୀକୃତ ହେବାପାଇଁ ଘୋଷଣା କରିବା ଅତ୍ୟନ୍ତ ଅମାନବୀୟ ଓ ନିନ୍ଦନୀୟ। ରାଜ୍ୟ ସରକାରଙ୍କ ଏ ପ୍ରକାର ଜନବିରୋଧୀ ଓ ଶ୍ରମିକ ବିରୋଧୀ ନୀତିକୁ ସେମାନେ ସମାଲୋଚନା କରିବା ସହ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ଏବଂ ପଞ୍ଜୀକରଣକୁ ସରଳୀକରଣ କରିବାକୁ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri