Posted inଜାତୀୟ

ଆତ୍ମହତ୍ୟା ଉଦ୍ୟମ ପାଇଁ ୧୮ଘଣ୍ଟା ଧରି ୧୦ମହଲା ଉପରେ ଛିଡା ହେଲେ ଟିକ୍‌ଟକ୍‌ ଷ୍ଟାର

ନୂଆଦିଲ୍ଲୀ,୨୩।୯: ଦିଲ୍ଲୀର ହରି ନଗର ଅଞ୍ଚଳରେ ରବିବାର ଜଣେ ବ୍ୟକ୍ତି ୧୦ମହଲା କୋଠାର ଛାତ ଉପରେ ଠିଆ ହେବା ସହ ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ ମିଳିଛି। ହେଲେ ସୋମବାର ଏହି ଡ୍ରମାର ଅନ୍ତ ହୋଇଛି। ଆଉ ଆତ୍ମହତ୍ୟାର ଏକ ଭିଡିଓ କରି ବ୍ୟକ୍ତିଜଣକ ଟିକ୍‌ଟକ୍‌ରେ ଶେୟାର କରିଥିଲେ। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ରବିବାର ଦ୍ୱିପହରେ ସନ୍ଦୀପ ଓରଫ ଅରମାନ ମଲ୍ଲିକ ନାମକ ଜଣେ ବ୍ୟକ୍ତି ୧୦ମହଲା ବିଶିଷ୍ଟ ଏକ ହୋଟେଲର ଛାତ ଉପରେ ଠିଆ ହୋଇ ଆତ୍ମହତ୍ୟାର ଧମକ ଦେଇଥିଲେ। ଆତ୍ମହତ୍ୟା ଉଦ୍ୟମର ୩ଟି ଭିଡିଓ କରିବା ସହ ଏକ ସୁଇସାଇଡାଲ ନୋଟ ମଧ୍ୟ ଅରମାନ ଟିକ୍‌ଟକ୍‌ରେ ଶେୟାର କରିଥିଲେ। ଏହି ଭିଡିଓରେ ଉକ୍ତ ଘଟଣା ପାଇଁ ସେ ନିଜ ସ୍ତ୍ରୀ ପାୟଲଙ୍କୁ ଦାୟୀ କରିବା ସହ ତାଙ୍କୁ ଏକ ବଳାତ୍କାର ମାମଲାରେ ଫଶାଇଦିଆଯାଇଛି ବୋଲି ଅରମାନ କହିଥିଲେ। ତେବେ ଲୋକମାନେ ବହୁ ବୁଝାସୁଝା କରିବା ପରେ ମଧ୍ୟ ଅରମାନ ତଳକୁ ଓହ୍ଲାଇ ନ ଥିଲୋ। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଓହ୍ଲାଇବାକୁ ଉଦ୍ୟମ କରିଥିବା ବେଳେ ସେ ମଧ୍ୟ ବିଫଳ ହୋଇଥିଲେ। ଏହାପରେ ସେ ପୋଲିସ ସମ୍ମୁଖରେ କିଛି ଦାବି ରଖିଥିଲେ। ତାଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲାକୁ ରଫାଦଫା କରିବାକୁ ଅରମାନ ପୋଲିସ ନିକଟରେ ଦାବି ରଖିଥିଲେ। ତେବେ ଦୀର୍ଘ ୧୮ଘଣ୍ଟାର ଉଦ୍ୟମ ପରେ ସୋମବାର ସକାଳେ ତାଙ୍କୁ ଛାତ ଉପରୁ ପୋଲିସ ତଳକୁ ଓହ୍ଲାଇଛି। ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଟିକ୍‌ଟକ୍‌ରେ ଅରମାନଙ୍କ ୫୦ହଜାରରୁ ଉର୍ଦ୍ଧ୍ୱ ଫଲୋର୍ସ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri