ଆତ୍ମବିଶ୍ୱାସ ଫେରିପାଇବାକୁ ହେଲେ କ’ଣ କରିବେ..

* କୌଣସି କାର୍ଯ୍ୟରେ ଅସଫଳ ହେବା ପରେ ଭାଙ୍ଗି ନ ପଡି ସେଥିରୁ ଉଚିତ ଶିକ୍ଷା ଲାଭ କରି ଆଗକୁ ବଢିବା ଲାଗି ଚେଷ୍ଟା କରନ୍ତୁ ।

* କିଛି ଭୁଲ ହୋଇଯିବ ଭାବି ପଛଘୁଞ୍ଚା ଦେବା ଅପେକ୍ଷା କାମଟିକୁ ଆତ୍ମ ବିଶ୍ୱାସର ସହ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ ।

* ଅସଫଳତା ପଛର କାରଣ ଖୋଜି ବାହାର କରନ୍ତୁ ଏବଂ ତାକୁ ସୁଧାରିବା ପାଇଁ ବଦ୍ଧପରିକର ହୁଅନ୍ତୁ ।

* ନିଜର ଦୋଷ ଦୁର୍ବଳତାକୁ ଚିହ୍ନନ୍ତୁ ଏବଂ ତାକୁ ଦୂର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତୁ ।

* ନିଜର ସାମର୍ଥ୍ୟକୁ ଚିହ୍ନନ୍ତୁ ଏବଂ ସେଇଟିକୁ ଉପଯୋଗ କରି ଅନ୍ୟମାନଙ୍କଠାରୁ ଭିନ୍ନ ହେବାକୁ ଚେଷ୍ଟା କରନ୍ତୁ ।

* ପୂର୍ବରୁ ଲାଭ କରିଥିବା ସଫଳତାକୁ ମନେ ପକାନ୍ତୁ ଏବଂ ତାକୁ ଉଦାହରଣ ଭାବେ ଗ୍ରହଣ କରି ଆଗକୁ ବାଟ ଚାଲନ୍ତୁ ।

* କିଛି କାମ ଆରମ୍ଭ କରିବା ପୂର୍ବରୁ ନିଜେ କନ୍‌ଫିଡେଣ୍ଟ ଅଛନ୍ତି ବୋଲି କଳ୍ପନା କରନ୍ତୁ ।

* ସଫଳତା ପାଇବା ପରେ ଲୋକେ କିଭଳି ଭାବେ ଆପଣଙ୍କୁ ଅଭିବାଦନ ଦେବେ ଏବଂ ପ୍ରଶଂସା କରିବେ ସେ ବିଷୟରେ ମଧ୍ୟ ଭାବି ନିଜର ଆତ୍ମବିଶ୍ୱାସକୁ ସୁଦୃଢ କରିପାରିବେ ।

* ଆତ୍ମବିଶ୍ୱାସ କମ୍‌ କରାଉଥିବା କାର୍ଯ୍ୟଗୁଡିକୁ ବାରମ୍ବାର ସାମ୍ନା କରନ୍ତୁ। ଏପରି କଲେ ଆପଣଙ୍କ ଭୟ ଛାଡିବ ଏବଂ ଆପଣ କନ୍‌ଫିଡେଣ୍ଟ ଫିଲ କରିବେ ।

* ନିଜକୁ ପ୍ରମାଣ ଦେବାର ସୁଯୋଗ ଆଦୌ ହାତଛଡା କରନ୍ତୁ ନାହିଁ । ପୂର୍ଣ୍ଣ ପ୍ରସ୍ତୁତି ସହ ନିଜକୁ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନ କରନ୍ତୁ ।