ନୂଆଦିଲ୍ଲୀ,୩। ୫: ହୋଣ୍ଡା ମୋଟର କମ୍ପାନୀ ପକ୍ଷରୁ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ବରିଷ୍ଠ ପରିଚାଳନା ଟିମ୍ରେ ପରିବର୍ତ୍ତନ ଘୋଷଣା କରାଯାଇଛି। ରିପୋର୍ଟ ମୁତାବକ ଆତସୁସି ଓଗାଟା ହୋଣ୍ଡା ଟୁହ୍ବିଲର୍ସର ନୂଆ ସଭାପତି, ସିଇଓ ଏବଂ ଏମ୍ଡି ଭାବେ ଦାୟିତ୍ୱ ଗ୍ରହଣ କରିବେ। ହୋଣ୍ଡା ମୋଟର କମ୍ପାନୀ ଜାପାନର ଅପରେଟିଂ ଏକଜିକ୍ୟୁଟିଭ ଭାବେ ସେ ମଧ୍ୟ କାମ କରିବେ। ଗତ ୩ ବର୍ଷ ପର୍ଯ୍ୟନ୍ତ ହୋଣ୍ଡା ଟୁହ୍ବିଲର୍ସକୁ ମାର୍ଗଦର୍ଶନ ଦେଇ ଆସିଥିବା ମିନରୋ କାଟୋଙ୍କ ଉତ୍ତରାଧିକାରୀ ଭାବେ ସେ କାର୍ଯ୍ୟ କରିବେ। କାଟୋ ଚଳିତ ବର୍ଷ ମେ ପହିଲାରୁ ଜାପାନ ଫେରିଯିବେ। ସେଠାରେ ତାଙ୍କୁ ହୋଣ୍ଡା ମୋଟର କମ୍ପାନୀ ଅପରେଟିଂ ଏକଜିକ୍ୟୁଟିଭ ଓ ଚିଫ ଅଫିସର ଲାଇଫ କ୍ରିଏସନ ଅପରେଶନ ଭାବେ ନିଯୁକ୍ତି କରାଯାଇଛି। ୧୯୬୨ରେ ଜନ୍ମ ହୋଇଥିବା ଓଗାଟା ୧୯୮୫ରେ ହୋଣ୍ଡା ଜାପାନରୁ କ୍ୟାରିୟର ଆରମ୍ଭ କରିଥିଲେ। ଅଟୋମୋଟିଭ କ୍ଷେତ୍ରରେ ସେ ଦୀର୍ଘ ୩୫ ବର୍ଷ ହେବ କାର୍ଯ୍ୟରତ ଅଛନ୍ତି। ସେହିଭଳି ହୋଣ୍ଡା ଟୁହ୍ବିଲର୍ସର ବରିଷ୍ଠ ପରଚେଜ ନିର୍ଦ୍ଦେଶକ ଭାବେ ଭି.ଶ୍ରୀଧର, ୟଦବିନ୍ଦର ସିଂ ଗୁଲେରିୟା ଏବଂ ବିନୟ ଢିଙ୍ଗରା କମ୍ପାନୀର ବୋର୍ଡକୁ ନିର୍ଦ୍ଦେଶକ ଭାବେ ମନୋନୀତ ହୋଇଛନ୍ତି।
ବ୍ୟାଙ୍କ୍ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍
ନୂଆଦିଲ୍ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…
ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା
ନୂଆଦିଲ୍ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…
ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…
ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି
ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…
୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ
ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…
ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ
ନୂଆଦିଲ୍ଲୀ,୫ା୯: ଅନ୍ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…
କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର
ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…
ଖିମଜୀ ଦୟାଭାଇ କୋ.ଗ୍ରୁପ୍ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା
ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…
Archives

