ଆଜି ୭୩ତମ ସ୍ବାଧୀନତା ଦିବସ:କଡ଼ା ସୁରକ୍ଷାରେ ରାଜଧାନୀ

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):୭୩ତମ ସ୍ବାଧୀନତା ଦିବସ ପାଳନ ପାଇଁ ସାରା ରାଜ୍ୟ ପ୍ରସ୍ତୁତ ରହିଥିବାବେଳେ ଭୁବନେଶ୍ୱରର ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଓ ରାଷ୍ଟ୍ରୀୟ ସାଲ୍ୟୁଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ। ସ୍ବାଧୀନତା ଦିବସ ସମାରୋହକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସକାଳ ୯ଟା ୧୫ରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସଭାସ୍ଥଳରେ ପହଞ୍ଚତ୍ବା ପରେ ୯ଟା ୧୭ରେ ପତାକା ଉତ୍ତୋଳନ କରିବେ। ଜାତୀୟ ସଙ୍ଗୀତ ଗାନ ପରେ ଟେରିଟୋରିଆଲ ଆର୍ର୍ମି, ତେଲେଙ୍ଗାନା ପୋଲିସ, ସେଣ୍ଟ୍ରାଲ ଆର୍ମ୍‌ଡ ପୋଲିସ ରାଷ୍ଟ୍ରୀୟ ସାଲ୍ୟୁଟ ପ୍ରଦାନ କରିବେ। ପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେବେ। ଏଥିସହ ‘ଦେଶର ସ୍ବାଧୀନତା ସଂଗ୍ରାମରେ ମହାତ୍ମାଗାନ୍ଧୀଙ୍କ ଅବଦାନ ଓ ଓଡିଶାର ଭୂମିକା’କୁ ନେଇ ଆୟୋଜିତ ଏକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ।
ଅନ୍ୟପକ୍ଷରେ ଉତ୍ସବସ୍ଥଳ, ପ୍ରବେଶ ପଥ ଓ ଆଖପାଖ ଅଞ୍ଚଳକୁ ପୂରା ସୁରକ୍ଷା ବଳୟରେ ରଖାଯାଇଥିବାବେଳେ ଟ୍ରାଫିକ କଟକଣା ଜାରି କରାଯାଇଛି। ସକାଳ ସାଢେ ୬ଟାରୁ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆ ସଂଲଗ୍ନ ରାସ୍ତାକୁ ସିଲ୍‌ କରାଯିବ। ସରକାରୀ ପଦାଧିକାରୀଗଣ ଗେଟ୍‌ ନମ୍ବର- ୨ରେ ପାସ୍‌ ଗାଡି ସହ ପ୍ରବେଶ କରିବେ। ନିମନ୍ତ୍ରିତ ଅତିଥିଗଣ ଗେଟ୍‌ ନମ୍ବର-୩ରେ ପଡିଆକୁ ଯିବେ। ସେହିପରି ସ୍କୁଲ ଓ କଲେଜ ଛାତ୍ରୀଛାତ୍ର ଗେଟ୍‌ ନମ୍ବର-୪ ଏବଂ ଗଣମାଧ୍ୟମ ପ୍ରତିନିଧି ଗେଟ୍‌ ନମ୍ବର-୫ ଦେଇ ଉତ୍ସବସ୍ଥଳକୁ ପ୍ରବେଶ କରିବେ। ଏହାବ୍ୟତୀତ କାର୍‌ ପାସ୍‌ ପାଇଥିବା ଗାଡିଗୁଡ଼ିକ ୨ କିମ୍ବା ୬ ନମ୍ବର ଗେଟ୍‌ ଦେଇ ପାର୍କିଂ ସ୍ଥାନକୁ ଯିବେ। ଅନ୍ୟପକ୍ଷରେ ଅତିଥିଙ୍କୁ କାର୍‌ ପାସ୍‌ ମିଳି ନ ଥିବାରୁ ସେମାନେ ମଧୁସୂଦନ ମାର୍ଗରୁ ଓହ୍ଲାଇ କାର୍ଯ୍ୟକ୍ରମସ୍ଥଳକୁ ଆସିବେ ଓ ସେମାନଙ୍କ ଗାଡ଼ିକୁ ୟୁନିଟ୍‌-୩ ଏବଂ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ। ସାଧାରଣ ଦର୍ଶକ ସେମାନଙ୍କ ଗାଡ଼ିକୁ ୟୁନିଟ୍‌-୩, କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ପାର୍କିଂ କରି ଗେଟ୍‌ ନମ୍ବର-୩ ଓ ୪ ଦେଇ ପ୍ରବେଶ କରିବେ। ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଦେଖିବା ପାଇଁ ୫ ହଜାର ଲୋକଙ୍କର ବସିବା ପାଇଁ ବ୍ୟବସ୍ଥା କରାଯାଇଛି।
ତେବେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ଦେଶରେ ହାଇଆଲର୍ଟ ଜାରି କରାଯାଇଥିବାରୁ ରାଜଧାନୀର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ପ୍ରଦର୍ଶନୀ ପଡିଆରେ ସିସିଟିଭି କ୍ୟାମେରା ଖଞ୍ଜାଯାଇଥିବାବେଳେ ଏକ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୮୦ ଅଫିସର ଦାୟିତ୍ୱରେ ରହିବେ। ଏଥିସହ ଦୁଇ ୟୁନିଟ୍‌ ଏସଓଜି, କ୍ୟୁଏଟି, ଓଡିଶା ସୁଇଫ୍ଟ ଆକ୍ସନ ଫୋର୍ସ, ଓଡ୍ରାଫ, ଆଇଟିବିପି, ଷ୍ଟ୍ରାଇକିଂ ଫୋର୍ସ, ସନ୍ଧାନୀ କୁକୁର ସମେତ ସାଦା ପୋଷାକଧାରୀ ପୋଲିସ ନିୟୋଜିତ ରହିବେ। ଏଥିସହ ସହରର ବିଭିନ୍ନ ହୋଟେଲ, ଗେଷ୍ଟ ହାଉସ୍‌ ଓ ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡିକରେ ପୋଲିସର ବ୍ଲକିଂ ଚେକିଂ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri