ଆଜି ୟାସ୍‌ ତାଣ୍ଡବ

ଭୁବନେଶ୍ୱର,୨୬/୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ(ଡିପ୍ରେସନ) ମଙ୍ଗଳବାର ଅତି ଭୟଙ୍କର ବାତ୍ୟା (ୟାସ୍‌)ରେ ପରିଣତ ହୋଇଛି। ବୁଧବାର ଏହା ୧୫୫ରୁ ୧୬୫ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡ଼ କରିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଅନୁମାନ କରାଯାଇଛି। ଆକଳନ ଯଦି ସତହୁଏ, ତେବେ ବାତ୍ୟା ଯେଉଁ ବାଟ ଦେଇ ଯିବ ସେ ସବୁ ଅଞ୍ଚଳ ଛାରଖାର ହୋଇଯିବ। ବହୁମାତ୍ରାରେ ଧନଜୀବନ କ୍ଷତିଗ୍ରସ୍ତ ହେବା ଆଶଙ୍କାକୁ ଏଡ଼ାଯାଇ ନ ପାରେ। ଆଧୁନିକ ଜ୍ଞାନକୌଶଳ ସହାୟତାରେ ବାତ୍ୟା ଭଳି ପ୍ରାକୃତିକ ବିପତ୍ତିକୁ ପୂର୍ବରୁ ଅନୁମାନ କରାଯାଇପାରୁଛି। ଅତିକମ୍‌ରେ ୮ରୁ ୧୦ ଦିନ ପୂର୍ବରୁ ବାତ୍ୟାର ବେଗ ଓ ଲ୍ୟାଣ୍ଡଫଲ୍‌ ସମ୍ପର୍କରେ ସୂଚନା ଦେଇହେଉଛି।
ତେବେ ବାତ୍ୟା ‘ୟାସ୍‌’ର
ଲ୍ୟାଣ୍ଡଫଲ୍‌ କ୍ଷେତ୍ରରେ ଭିନ୍ନ ଭିନ୍ନ ତଥ୍ୟ ଯୋଗୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଉପକୂଳ ଅତିକ୍ରମ କରିବାର ୧୨ଘଣ୍ଟା ପୂର୍ବରୁ ମଧ୍ୟ ବାତ୍ୟା କେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ ସେନେଇ ପୃଥକ୍‌ ସୂଚନା ଦିଆଯାଇଛି। ଆଇଏମ୍‌ଡି ଗତ କିଛିଦିନ ହେବ ବାତ୍ୟା ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଯିବ ବୋଲି ଆକଳନ କରି ଆସୁଥିଲା। ମଙ୍ଗଳବାର ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି ଯେ, ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ଦେଇ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟା ଆକଳନ ସ୍ପଷ୍ଟ ହେଉ ନ ଥିବାରୁ ରାଜ୍ୟ ପ୍ରଶାସନ ପୂର୍ବ ପ୍ରସ୍ତୁତି ନେଇ ମଧ୍ୟ ଅଡୁଆରେ ପଡୁଛନ୍ତି। ଉପକୂଳବର୍ତ୍ତୀ ୭ରୁ ୮ଟି ଜିଲାରେ ପ୍ରସ୍ତୁତି କରିବାକୁ ପଡୁଛି। ସେଥିପାଇଁ ବାତ୍ୟା ଯେଉଁ ଅଞ୍ଚଳ ଦେଇ ଯିବ ସେହି ଅଞ୍ଚଳ ବା ଜିଲାକୁ ଅଗ୍ରାଧିକାର ଭିତ୍ତିରେ ପୂର୍ବ ପ୍ରସ୍ତୁତି କରାଯାଇ ପାରୁ ନାହିଁ। ବାତ୍ୟା ଅତିକ୍ରମ କରିବା ପରେ ମଧ୍ୟ ସେହି ସବୁ ସ୍ଥାନରେ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ ମଧ୍ୟ ବିଳମ୍ବିତ ହେବା ଆଶଙ୍କା ରହିଛି। ଆଗୁଆ ଠିକ୍‌ ସୂଚନା ମିଳୁ ନ ଥିବାରୁ ଧନଜୀବନ କ୍ଷତିର ଆଶଙ୍କା ଅଧିକ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଉଛନ୍ତି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ୟା ‘ୟାସ୍‌’ ଦକ୍ଷିଣପୂର୍ବ ଦିଗରେ ପାରାଦୀପଠାରୁ ୨୦୦ କିଲୋମିଟର ଏବଂ ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୨୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏଥିସହ ଦୀଘାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗର ୨୯୦ କିଲୋମିଟର ଦୂରରେ ସ୍ଥଳଭାଗ ଆଡକୁ ମୁହାଁଇଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗ ଦେଇ ଘଣ୍ଟା ପ୍ରତି ୧୫ କି.ମି. ବେଗରେ ଗତି କରୁଛି। ୨୬ ତାରିଖ ମଧ୍ୟାହ୍ନରେ ଏହା ଉତ୍ତର ଓଡ଼ିଶାର ଭଦ୍ରକ ଜିଲା ଧାମରାର ଉତ୍ତର ଏବଂ ଦକ୍ଷିଣ ବାଲେଶ୍ୱର ଦେଇ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ୨୬ ତାରିଖରେ ବାତ୍ୟା ଅତି ଭୟଙ୍କର ହୋଇ ଘଣ୍ଟା ପ୍ରତି ୧୫୫ରୁ ୧୬୫ କି.ମି . ଏବଂ ସ୍ଥଳବିଶେଷରେ ଏହା ୧୮୫ କି.ମି. ବେଗରେ ଉପକୂଳରେ ପିଟି ହେବ ବୋଲି ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଉପକୂଳରେ ଏହା ୧୫୫ରୁ ୧୬୫ ଏବଂ ବେଳେ ବେଳେ ୧୮୫ କି.ମି.ର ଝଟକା ଦେବ। ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର ଏବଂ ନୟାଗଡ଼ ଜିଲାରେ ଘଣ୍ଟା ପ୍ରତି ୮୦ରୁ ୯୦ କି.ମି., ଉତ୍ତର ଓଡ଼ିଶାର ଅନ୍ୟ ଜିଲା ଓ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲାରେ ୬୦ରୁ ୮୦ କି.ମି. ବେଗରେ ପବନ ବହିବା ନେଇ ଅନୁମାନ କରାଯାଇଛି।
ଏହାର ପ୍ରଭାବରେ ମଙ୍ଗଳବାର ରାତିରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିଛି । ମୟୂରଭଞ୍ଜ, ଢେଙ୍କାନାଳ ଏବଂ ଗଞ୍ଜାମ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବୁଧବାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ଏପରିକି କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ବାତ୍ୟା ପ୍ରଭାବରେ ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ପାରାଦୀପରେ ୮ ନମ୍ବର ବିପଦ ସଙ୍କେତ ଦିଆଯାଇଥିବା ବେଳେ ପୁରୀ ଓ ଗୋପାଳପୁରରେ ୪ ନମ୍ବର ବିପଦ ସଙ୍କେତ ଦିଆଯାଇଛି।
ବାତ୍ୟା ପ୍ରଭାବରେ ମଙ୍ଗଳବାର ଉପକୂଳବର୍ତ୍ତୀ ଜିଲା କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋଦ୍ଧର୍ର୍ା, କଟକ, ଯାଜପୁର ଜିଲାରେ ଆକାଶ ମେଘାଚ୍ଛନ୍ନ ରହିବା ସହ ତୁହାକୁ ତୁହା ପବନ ଓ ଝିପିଝିପି ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ପାରାଦୀପରେ ସର୍ବାଧିକ ୧୬୧.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲି ୧୦୪.୯, କଟକ ୧୭.୬, ଭୁବନେଶ୍ୱର ୩୭.୧, ପୁରୀ ୪୮.୫, ଅନୁଗୋଳ ୪, ବାରିପଦା ୨୦.୨, କେନ୍ଦୁଝରରେ ୨୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର ବଡ଼ ନିଷ୍ପତ୍ତି: ରଖିଲା ଏମିତି ସର୍ତ୍ତ, ବିଶ୍ୱ ବଜାରରେ ହଇଚଇ

ଓ୍ବାଶିଂଟନ୍‌,୧୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ ବିଶ୍ୱ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ ତେଲ ଏବଂ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri