Coronavirus blood test concept. Doctor hands in medical gloves holding test tube with blood for Coronavirus analysis over laboratory desk. 2019-nCoV Coronavirus originating in Wuhan, China
ଭୁବନେଶ୍ୱର,୨୦।୪(ବ୍ୟୁରୋ): କରୋନା ମୁକାବିଲା ଓ ରାଜଧାନୀକୁ ସଂକ୍ରମଣମୁକ୍ତ ଲକ୍ଷ୍ୟ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଚାଲିଥିବା ରାପିଡ୍ ଟେଷ୍ଟ ରବିବାର ଦ୍ୱିତୀୟ ଦିନରେ ପହଞ୍ଚତ୍ଛି। ସହରରୁ ମୋଟ ୧୨ଶହରୁ ଊର୍ଦ୍ଧ୍ୱ ନମୁନା ସଂଗ୍ରହ କରାଯାଇଥିବାବେଳେ ଦୁଇଦିନରେ ଏହି ସଂଖ୍ୟା ୨୫୦୦ ଅତିକ୍ରମ କରିଛି। ସୋମବାର ତୃତୀୟ ଦିନରେ ସାଧାରଣ ଲୋକଙ୍କ ସହ କ୍ଷେତ୍ର ସ୍ତରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ରାପିଡ୍ ଟେଷ୍ଟ କରାଯିବ। ୟୁନିଟ୍-୧ ସରକାରୀ ବାଳିକା ହାଇସ୍କୁଲରେ ଗଣମାଧ୍ୟମ ପ୍ରତିନିଧି ନମୁନା ପରୀକ୍ଷା କରାଇବେ। ଏହି ଶିବିର ସକାଳ ୮ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ସହରକୁ ୩ ଜୋନ୍ରେ ବିଭକ୍ତ କରାଯାଇ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଓ୍ବାଡ଼ି ଓ ଆଶା କର୍ମୀ ସାମିଲ୍ ରହିଛନ୍ତି। ୧୩ଟିମ୍ ବିଭିନ୍ନ ଅଞ୍ଚଳରେ ଶିବିର ଆୟୋଜନ କରି ଲୋକଙ୍କ ନମୁନା ସଂଗ୍ରହ କରୁଛି। ସ୍ବେଚ୍ଛାକୃତ ଭାବେ ଲୋକମାନେ ଶିବିରକୁ ଆସି ପରୀକ୍ଷା କରାଇ ନେଉଛନ୍ତି। ରବିବାର ଦକ୍ଷିଣ ପଶ୍ଚିମ ମଣ୍ଡଳରେ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଓ ବିବେକାନନ୍ଦ ହସ୍ପିଟାଲରେ ଅନୁଷ୍ଠିତ ଶିବିରରେ ୨୧୫ ନମୁନା, ଉତ୍ତର ମଣ୍ଡଳର ଶିଖରଚଣ୍ଡୀ ଓ ଅନ୍ୟ ଦୁଇଟି ଶିବିରରୁ ୧୯୯ ନମୁନା ସଂଗ୍ରହ କରାଯାଇଛି। ସେହିପରି ଦକ୍ଷିଣ ପୂର୍ବ ମଣ୍ଡଳର ୯ ଶିବିରରୁ ୮୦୦ ନମୁନା ସଂଗ୍ରହ ହୋଇଥିବା ସୂଚନା ମିଳିଛି।