Posted inଖେଳ

ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ପାଲିକେଲ, ୨୭।୭: ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ପ୍ରଥମେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ଖେଳିବ। ଗମ୍ଭୀର ହେଉଛନ୍ତି ଦୁଇଥର ବିଶ୍ୱକପ୍‌ ବିଜେତା। ବର୍ତ୍ତମାନ ସେ ଭାରତର ନୂଆ ମୁଖ୍ୟ କୋଚ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସୂର୍ଯ୍ୟକୁମାର ବର୍ତ୍ତମାନ ଟି୨୦ ଫର୍ମାଟରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଭାରେ ପରିଗଣିତ ହେଉଛନ୍ତି। ଗମ୍ଭୀର ଦୁଇଥର ଅଧିନାୟକ ଏବଂ ଥରେ ମେଣ୍ଟର ଭାବେ କୋଲକାତା ନାଇଟ ରାଇଡର୍ସ ସହ ୩ଥର ଆଇପିଏଲ୍‌ ଟାଇଟଲ ଜିତିପାରିଛନ୍ତି।

ଲୋକପ୍ରିୟ ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ସେ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏଡାଇ ଅଧିନାୟକ ଭାବେ ଅଭିଜ୍ଞତା ନ ଥିବା ସୂର୍ଯ୍ୟକୁମାରଙ୍କୁ ଯେତେବେଳେ ଅଧିନାୟକ ଭାବେ ମନୋନୀତ କରାଗଲା ସେତେବେଳେ ଏହାକୁ ନେଇ ଅନେକେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଭାରତ ଓ ଶ୍ରୀଲଙ୍କା ୨୦୨୬ରେ ପରବର୍ତ୍ତୀ ଟି୨୦ ବିଶ୍ୱକପ୍‌ର ଆୟୋଜକ ଅଛନ୍ତି।

ଗତ ମାସରେ ଭାରତର ବିଶ୍ୱକପ୍‌ ସଫଳତା ପରେ ଅନ୍ତର୍ଜାତୀୟ ଟି୨୦ରୁ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ଇସ୍ତଫା ପରେ ଦଳର ପୁନର୍ଗଠନ ଲାଗି ଚୟନକର୍ତ୍ତାମାନଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି। ଯୁବ ବ୍ୟାଟର ଶୁବମନ ଗିଲ୍‌ଙ୍କୁ ହ୍ବାଇଟ୍‌ ବଲ ଫର୍ମାଟରେ ଉପ ଅଧିନାୟକ ଦାୟିତ୍ୱ ତୁଲାଇବାର ସୁଯୋଗ ମିଳିଛି।

ଭାରତର ଅଲରାଉଣ୍ଡର ଡିପାର୍ଟମେଣ୍ଟରେ ମଧ୍ୟ ପାଣ୍ଡ୍ୟା, ଶିବମ ଦୁବେ ଏବଂ ଫର୍ମରେ ଥିବା ଓ୍ବାଶିଂଟନ ସୁନ୍ଦରଙ୍କ ଭଳି ଖେଳାଳି ରହିଛନ୍ତି। ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦଳରେ ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ ଯୋଡ଼ିଙ୍କୁ ନିଆଯାଇଛି। ପାଲିକେଲ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମର ପେସ୍‌ ଓ ବାଉନ୍ସ ପିଚ୍‌ ଉଭୟଙ୍କୁ ବେଶ୍‌ ସୁହାଇବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ୨୦୧୪ ଟି୨୦ ବିଶ୍ୱକପ୍‌ ବିଜେତା ଶ୍ରୀଲଙ୍କା ଦଳ ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛି।

ଗତ ସଂସ୍କରଣରେ ଦଳ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ଫଳତଃ ଅଧିନାୟକ ଓ୍ବାନିନ୍ଦୁ ହସରଙ୍ଗା, କୋଚ୍‌ କ୍ରିସ ସିଲ୍‌ଭରଉଡ୍‌ ଏବଂ ପରାମର୍ଶଦାତା ମାହେଲା ଜୟବର୍ଦ୍ଧନେ ପ୍ରମୁଖଙ୍କୁ ସେମାନଙ୍କ ପଦବୀରୁ ଇସ୍ତଫା ଦେବାକୁ ହୋଇଛି। ଶ୍ରୀଲଙ୍କା ବର୍ତ୍ତମାନ ପାଇଁ ପୂର୍ବତନ ଅଧିନାୟକ ତଥା ବିସ୍ଫୋରକ ବ୍ୟାଟର ସନଥ ଜୟସୁରିୟାଙ୍କୁ କାମଚଳା କୋଚ ଭାବେ ନିଯୁକ୍ତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri