Posted inରାଜ୍ୟ

ଆଜି ଭାଜପା ଭର୍ଚୁଆଲ ରାଲିକୁ ସମ୍ବୋଧନ କରିବେ ଶାହା

ଭୁବନେଶ୍ୱର,୮ା୬(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ପୂରଣ ଅବସରରେ ଭାଜପା ପକ୍ଷରୁ ସୋମବାର ଭର୍ଚୁଆଲ ରାଲି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗତବର୍ଷେ ମଧ୍ୟରେ କେନ୍ଦ୍ର ସରକାର ନେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ରାଜ୍ୟକୁ ମିଳିଥିବା ବିଭିନ୍ନ କ୍ଷେତ୍ର ବାବଦୀୟ ଅର୍ଥ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବୋଧନ କରିବେ। ଏଥିରେ ପ୍ରାୟ ଏକକୋଟି ଲୋକ ସାମିଲ ହେବେ ବୋଲି ରାଜ୍ୟ ଭାଜପା ପକ୍ଷରୁ କୁହାଯାଇଛି। ହେଲେ ଏହି ଭର୍ଚୁଆଲ ରାଲି କାର୍ଯ୍ୟକ୍ରମକୁ କଂଗ୍ରେସ ସମାଲୋଚନା କରିଥିବା ବେଳେ ବିଜେଡି ଏହା ସହ କିଛି ସମ୍ପର୍କ ନାହିଁ ବୋଲି କହିଛି।
ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଭର୍ଚୁଆଲ ରାଲିର ଅର୍ଥ ବୁଝିବାକୁ କଂଗ୍ରେସକୁ ଆଉ ୫ବର୍ଷ ଲାଗିବ। ସେମାନେ ପ୍ରଥମେ ଏହାର ଅର୍ଥ ବୁଝନ୍ତୁ ତା’ପରେ ଏହା ଉପରେ କଥା କହିବେ। ଭର୍ଚୁଆଲ ରାଲିରେ କୋଟିଏ ଲୋକଙ୍କୁ ଯୋଡିବା ପାଇଁ ଯୋଜନା ହୋଇଛି। ସମସ୍ତେ ନିଜନିଜ ଘରେ ବସି ଏଥିରେ ଯୋଗଦାନ କରିବେ। ସେଥିରେ ସଫଳ ମଧ୍ୟ ହେବୁ। ଏଥିରେ ବିରାଟ ସଂଖ୍ୟାରେ ଲୋକ ଯୋଗଦେବେ। ୪ଟାରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଆତ୍ମନିର୍ଭର ଭାରତ ବାବଦରେ କହିବେ। ଏହା ସହ କେନ୍ଦ୍ର ସରକାର ରାଜ୍ୟ ପାଇଁ ଆଣିଥିବା ଯୋଜନା, ଏପର୍ଯ୍ୟନ୍ତ ଓଡ଼ିଶାର ଅର୍ଥନୀତି ଓ ସାଧାରଣ ଲୋକଙ୍କ ବିକାଶ ବାବଦରେ କହିବେ। ମୁଖ୍ୟତଃ ଏହା ଓଡ଼ିଶା ପାଇଁ କରାଯିବ ବୋଲି ହରିଚନ୍ଦନ କହିଛନ୍ତି।
କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଭର୍ଚୁଆଲ ରାଲିକୁ ସମାଲୋଚନା କରି କହିଛନ୍ତି, ଲକ୍‌ଡାଉନ ଓ ଶଟ୍‌ଡାଉନ ସମୟରେ ଏପରି ରାଲି ଆୟୋଜନ କରାଯିବା ବେଆଇନ। ରାଜନୈତିକ କାର୍ଯ୍ୟକ୍ରମ ବାରଣ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ କିପରି ଭାଷଣ ଦେବେ ବୋଲି ସୁରେଶ ପ୍ରଶ୍ନ ଉଠାଇଛନ୍ତି। ବିଜେଡି ନେତା ସଞ୍ଜୟ ଦାମବର୍ମା କହିଛନ୍ତି ଯେ, କିଏ କ’ଣ ରାଲି କଲା ସେଥିରେ କିଛି ଆମର ଯାଏ ଆସେ ନାହିଁ। ସେହି ପ୍ରସଙ୍ଗରେ ଆମର କୌଣସି ସମ୍ପର୍କ ମଧ୍ୟ ନାହିଁ। ବର୍ତ୍ତମାନ ଆମେ କୌଣସି ରାଜନୈତିକ କାର୍ଯ୍ୟକ୍ରମ କରିବୁ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆମେ ଏବେ କରୋନା ଲଢ଼େଇରେ ଲାଗିଛୁ ବୋଲି ସଞ୍ଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri