Posted inରାଜ୍ୟ

ଆଜି ଭାଜପା ଭର୍ଚୁଆଲ ରାଲିକୁ ସମ୍ବୋଧନ କରିବେ ଶାହା

ଭୁବନେଶ୍ୱର,୮ା୬(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ପୂରଣ ଅବସରରେ ଭାଜପା ପକ୍ଷରୁ ସୋମବାର ଭର୍ଚୁଆଲ ରାଲି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗତବର୍ଷେ ମଧ୍ୟରେ କେନ୍ଦ୍ର ସରକାର ନେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ରାଜ୍ୟକୁ ମିଳିଥିବା ବିଭିନ୍ନ କ୍ଷେତ୍ର ବାବଦୀୟ ଅର୍ଥ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବୋଧନ କରିବେ। ଏଥିରେ ପ୍ରାୟ ଏକକୋଟି ଲୋକ ସାମିଲ ହେବେ ବୋଲି ରାଜ୍ୟ ଭାଜପା ପକ୍ଷରୁ କୁହାଯାଇଛି। ହେଲେ ଏହି ଭର୍ଚୁଆଲ ରାଲି କାର୍ଯ୍ୟକ୍ରମକୁ କଂଗ୍ରେସ ସମାଲୋଚନା କରିଥିବା ବେଳେ ବିଜେଡି ଏହା ସହ କିଛି ସମ୍ପର୍କ ନାହିଁ ବୋଲି କହିଛି।
ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଭର୍ଚୁଆଲ ରାଲିର ଅର୍ଥ ବୁଝିବାକୁ କଂଗ୍ରେସକୁ ଆଉ ୫ବର୍ଷ ଲାଗିବ। ସେମାନେ ପ୍ରଥମେ ଏହାର ଅର୍ଥ ବୁଝନ୍ତୁ ତା’ପରେ ଏହା ଉପରେ କଥା କହିବେ। ଭର୍ଚୁଆଲ ରାଲିରେ କୋଟିଏ ଲୋକଙ୍କୁ ଯୋଡିବା ପାଇଁ ଯୋଜନା ହୋଇଛି। ସମସ୍ତେ ନିଜନିଜ ଘରେ ବସି ଏଥିରେ ଯୋଗଦାନ କରିବେ। ସେଥିରେ ସଫଳ ମଧ୍ୟ ହେବୁ। ଏଥିରେ ବିରାଟ ସଂଖ୍ୟାରେ ଲୋକ ଯୋଗଦେବେ। ୪ଟାରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଆତ୍ମନିର୍ଭର ଭାରତ ବାବଦରେ କହିବେ। ଏହା ସହ କେନ୍ଦ୍ର ସରକାର ରାଜ୍ୟ ପାଇଁ ଆଣିଥିବା ଯୋଜନା, ଏପର୍ଯ୍ୟନ୍ତ ଓଡ଼ିଶାର ଅର୍ଥନୀତି ଓ ସାଧାରଣ ଲୋକଙ୍କ ବିକାଶ ବାବଦରେ କହିବେ। ମୁଖ୍ୟତଃ ଏହା ଓଡ଼ିଶା ପାଇଁ କରାଯିବ ବୋଲି ହରିଚନ୍ଦନ କହିଛନ୍ତି।
କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଭର୍ଚୁଆଲ ରାଲିକୁ ସମାଲୋଚନା କରି କହିଛନ୍ତି, ଲକ୍‌ଡାଉନ ଓ ଶଟ୍‌ଡାଉନ ସମୟରେ ଏପରି ରାଲି ଆୟୋଜନ କରାଯିବା ବେଆଇନ। ରାଜନୈତିକ କାର୍ଯ୍ୟକ୍ରମ ବାରଣ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ କିପରି ଭାଷଣ ଦେବେ ବୋଲି ସୁରେଶ ପ୍ରଶ୍ନ ଉଠାଇଛନ୍ତି। ବିଜେଡି ନେତା ସଞ୍ଜୟ ଦାମବର୍ମା କହିଛନ୍ତି ଯେ, କିଏ କ’ଣ ରାଲି କଲା ସେଥିରେ କିଛି ଆମର ଯାଏ ଆସେ ନାହିଁ। ସେହି ପ୍ରସଙ୍ଗରେ ଆମର କୌଣସି ସମ୍ପର୍କ ମଧ୍ୟ ନାହିଁ। ବର୍ତ୍ତମାନ ଆମେ କୌଣସି ରାଜନୈତିକ କାର୍ଯ୍ୟକ୍ରମ କରିବୁ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆମେ ଏବେ କରୋନା ଲଢ଼େଇରେ ଲାଗିଛୁ ବୋଲି ସଞ୍ଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ସୂର୍ଯ୍ୟଙ୍କ ସବୁଠୁ ବଡ଼ ଗୋଚର: ତୁଳା ସମେତ ଏହି ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ବଡ଼ ଅଫର୍‌

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବଳ, ପ୍ରତିଷ୍ଠା, ଅଧିକାର, ନେତୃତ୍ୱ ଏବଂ କ୍ୟାରିୟର ସମ୍ୱନ୍ଧିତ ଗ୍ରହ ଭାବେ ବିବେଚନା କରାଯାଏ। ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାଶି ପରିବର୍ତ୍ତନ…

ସଡ଼କ ଦୁର୍ଘଟଣାରେ ୨ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ, ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ଅଧୀକ୍ଷକ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ…

ବସ୍‌ ଡିକିରୁ ୨ ବସ୍ତା ଗଞ୍ଜେଇ ଜବତ, ୫ ଅଟକ

ବଲାଙ୍ଗୀ ର, ୨୬।୯(ସୁନିଲ କୁମାର ମହାନ୍ତି): ବସ୍‌ ଡିକିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରି ୫ ଜଣଙ୍କୁ ଅଟକ ରଖିଛି।…

ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…

କେଏସ୍‌ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…

ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…

ଚାକିରିଆଙ୍କ ପାଇଁ ବଡ଼ ଖବର, ସେପ୍ଟେମ୍ୱରରେ ଡେରି ହେବ ସାଲାରୀ! ଏହିଦିନ ଆସିବ…

ନୂଆଦିଲ୍‌ଲୀ,୨୬।୯: ସେପ୍ଟେମ୍ୱର ମାସରେ ଚାକିରିଆମାନଙ୍କ ଅସୁବିଧା ବଢ଼ିପାରେ। UFBU ପକ୍ଷରୁ ସେପ୍ଟେମ୍ୱର ୨୮ ରୁ ୩୦, ୨୦୨୬ ପର୍ଯ୍ୟନ୍ତ ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ଘୋଷଣା କରାଯାଇଛି।…

ଲଗାଣ ବର୍ଷାରେ ଭାଙ୍ଗିଲା ପୋତାଗଡ଼ ପାଚେରୀ: ପର୍ଯ୍ୟଟକ, ବୁଦ୍ଧିଜୀବୀ ମହଲରେ କ୍ଷୋଭ

ଗଞ୍ଜାମ, ୨୫।୯ (ବିଦ୍ୟାଧର ସାହୁ): ଗତ ୩-୪ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବା ଫଳରେ ଗଞ୍ଜାମ ସହରରେ ଅବସ୍ଥିତ ଐତିହାସିକ ପୋତାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?