ଆଜି ବିଶ୍ୱ ପରିବେଶ ଦିବସ: ବିକାଶ ନାମରେ ନଷ୍ଟ ହେଉଛି ପରିବେଶ

କେନ୍ଦୁଝର, ୫ା୬ (ସ୍ବ.ପ୍ର.)-ଆଜି ବିଶ୍ୱ ପରିବେଶ ଦିବସ। ଏହି ଦିବସକୁ ପାଳନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତ ଚାଲିିଛି କିନ୍ତୁ କାହାରି ଆନ୍ତରିକତା ଥିବା ମନେ ହେଉନାହିଁ ା କେନ୍ଦୁଝର ଜିଲାର ଜଳବାୟୁ ଓ ଜଳାଭାବକୁ ଦେଖିଲେ ପରିବେଶ କେତେ ନଷ୍ଟ ହୋଇଛି ବେଶ ଅନୁମାନ କରିହେବ।
ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ, ଜଙ୍ଗଲ ସଂରକ୍ଷଣ ଆଦି ବାର୍ତ୍ତା ସମସ୍ତେ ଦେଉଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ପାଳନ ହେଉନଥିବାରୁ ଏହା ପ୍ରହସନରେ ପରିଣତ ହେଉଛି ା ବୃକ୍ଷରୋପଣ ତ ଦୂର କଥା ବୃକ୍ଷ ନଷ୍ଟକୁ ମଧ୍ୟ ରୋକିବାରେ ବିଫଳ ହେଉଛନ୍ତି। ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବୃକ୍ଷରୋପଣ ହେଉଛି କିନ୍ତୁ ବାସ୍ତବ ଚିତ୍ର କଣ ସମସ୍ତେ ଜାଣନ୍ତି। ବଣଜଙ୍ଗଲ ନଷ୍ଟ ଯୋଗୁ ହାତୀ, ଭାଲୁ, ହରିଣ ଆଦି ବନ୍ୟଜନ୍ତୁ ଓ ସରୀସୃପ ଗ୍ରାମମୁଖୀ ହେଉଛନ୍ତି।
ଏକଦା ଜିଲ୍ଲା ଥଣ୍ଡା ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ଥିବା କେନ୍ଦୁଝର ଜିଲା ଏବେ ଉତ୍ତପ୍ତ ହୋଇଯାଉଥିବାରୁ ଏହାକୁ ନେଇ ପରିବେଶବିତ ମାନେ ଚିନ୍ତା ପ୍ରକଟ କରୁଛନ୍ତି। ବ୍ୟାପକ ଖଣି ଖନନ, ଜଙ୍ଗଲ ଲୁଟ, ରାସ୍ତାଘାଟ ସମ୍ପ୍ରସାରଣ ପାଇଁ ବ୍ୟାପକ ଜଙ୍ଗଲ କଟା, ବୃଦ୍ଧିପାଉଥିବା ଜଙ୍ଗଲ ଜମି ଜବରଦଖଲ ଆଦି କାରଣରୁ ଜିଲାର ଜଙ୍ଗଲ ଓ ପରିବେଶ ସଙ୍କଟରେ ରହିଛି ା ଏହାର କୁ ପ୍ରଭାବ ମଣିଷ, ପଶୁପକ୍ଷୀ, ଜୀବଜଗତ ଉପରେ ପଡୁଛି ା ସନ୍ତୁଳିତ ପରିବେଶ ବିଗିଡି ଯାଉଥିବା ବେଳେ ଏହାର ପ୍ରଭାବରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେଉଛି ା ବର୍ଷାରେ ଅନିୟମିତତା, ଆବଶ୍ୟକତା ଠାରୁ କମ ବେଶୀ ବର୍ଷା ଯୋଗୁଁ ଚାଷ ତଥା ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡୁଛି ା ଜିଲାରେ ଆଗଭଳି ଘଞ୍ଚ ଜଙ୍ଗଲ ନାହିଁ ା ବହୁ ଝରଣା, ନଦୀନାଳ ଲୁପ୍ତ ହୋଇଯାଉଥିବା ବେଳେ ଅନ୍ୟ ସବୁ ସଙ୍କଟରେ ରହିଛି ା ଫଳରେ ଜଳାଭାବ ଦେଖାଦେଉଛି। ପ୍ରାକୃତିକ ଜଙ୍ଗଲକୁ କୃତ୍ରିମ ଜଙ୍ଗଲ ଦ୍ୱାରା ଭରଣା କରାଯାଇପାରୁନାହିଁ ା ଫଳରେ ଜଙ୍ଗଲର ଘନତ୍ୱ ହ୍ରାସ ପାଉଛି। ସେହିପରି ଜଙ୍ଗଲର ସୁରକ୍ଷା କରାଗଲେ ପ୍ରାକୃତିକ ଜଙ୍ଗଲ ଆପେ ଆପେ ସୃଷ୍ଟି କରାଯାଇପାରିବ। କିନ୍ତୁ ତାହା କରା ନ ଯାଇ ଜଙ୍ଗଲ ମଧ୍ୟରେ ଅଯଥା ଅଦରକାରୀ ଗଛର ବନୀକରଣ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ପରିବେଶବିତ ମାନେ ମତବ୍ୟକ୍ତ କରୁଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ ଜିଲାରେ ସମୁଦାୟ ୨୭୭ଟି ଶିଳ୍ପ ଓ ଖଣି ସଂସ୍ଥା ରହିଛି। ଜିଲାରେ ସମୁଦାୟ ୧୨୦ଟି ଖଣି ଲିଜ ଦିଆଯାଇଛି। ଏହାଛଡା ବେଆଇନ ଖଣି ଖନନକୁ ହିସାବ କଲେ ଏହାର ପରିମାଣ ୫୦ ହଜାର ହେକ୍ଟର ଟପିଯିବ। ସେହିପରି କଟକଣା ଅଭାବରୁ କାରଖାନାର ବର୍ଜ୍ୟବସ୍ତୁ ଯୋଗୁ ଚାଷଜମି, ରାସ୍ତାଘାଟ, ଜଳାଶୟ ଆଦି ପ୍ରଦୂଷିତ ହେଉଛି। ସର୍ବୋପରି ମଣିଷର ବଞ୍ଚିବା ପାଇଁ ଆବଶ୍ୟକ ବିଶୁଦ୍ଧ ପାନୀୟ ଜଳ, ବାୟୁ, ପରିବେଶ ମିଳୁ ନଥିବାରୁ ଏଠାରେ ବଞ୍ଚିବାର ଅଧିକାର କ୍ଷୂର୍ଣ୍ଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୪।୫(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ୟଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri