ଆଜି ବିଶ୍ୱ ନୃତ୍ୟ ଦିବସ: ନୃତ୍ୟର ବିବର୍ତ୍ତନ

ଭୁବନେଶ୍ୱର,୨୯।୪-‘ନୃତ୍ୟ’ ଓ ‘ନାଟକ’ ଭାରତୀୟ ସଂସ୍କୃତିର ଦୁଇ ଅବିଚ୍ଛେଦ୍ୟ ଅଙ୍ଗ। ସମୟ ଯେତେ ବଦଳିଲେ ବି, ମଣିଷ ଯେତେ ଆଧୁନିକ ହେଲେ ବି ମନୋରଞ୍ଜନର ଏହି ଦୁଇ ପ୍ରମୁଖ ମାଧ୍ୟମ ଆଜି ସୁଦ୍ଧା ନିଜର ସ୍ଥିତି ମଜଭୁତ ରଖିଛି। ସମୟ ସହ ତାଳଦେଇ ନୃତ୍ୟର ବିବର୍ତ୍ତନ ଘଟିଛି। ଲୋକପ୍ରିୟତା ପୂର୍ବାପେକ୍ଷା ବଢ଼ିଛି ପଛେ କମିନି। ସିନେମାରୁ ଆରମ୍ଭ କରି ଉତ୍ସବ, ମହୋତ୍ସବ ପର୍ଯ୍ୟନ୍ତ ନୃତ୍ୟ ବିନା ସବୁକିଛି ଅଧା ଅଧୁରା। ଅବଶ୍ୟ ପୂର୍ବରୁ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ହୋଇ ରହିଆସିଥିବା ଯାତ୍ରା, ସୁଆଙ୍ଗ, ରାମଲୀଳା ଓ ବିଭିନ୍ନ ଅଞ୍ଚଳର ପାରମ୍ପରିକ ନୃତ୍ୟ ଏବେ ନିଜର ଲୋକପ୍ରିୟତା ହରାଇଛି। ହେଲେ ଏହାର ସ୍ଥାନ ନେଇଛି ହିପ୍‌ହପ୍‌, ପପିଂ ଲକିଂ, ରୋବୋଟିକ୍‌, ମୁନ୍‌ଓ୍ବାକ୍‌ ଭଳି ଅତ୍ୟାଧୁନିକ ଓ ପାଶ୍ଚାତ୍ୟ ନୃତ୍ୟଶୈଳୀ।

‘ଘୋଡ଼ାନାଚ’ରୁ ‘ହିପ୍‌ହପ୍‌’

ଦିନଥିଲା ଘୋଡ଼ାନାଚ, ଗୋଟିପୁଅ, ଛଉନୃତ୍ୟ ଭଳି ପାରମ୍ପରିକ ନୃତ୍ୟ ଲୋକମାନଙ୍କର ଆମୋଦପ୍ରମୋଦ ତଥା ଅବସରକାଳୀନ ବିନୋଦନର ପ୍ରମୁଖ ମାଧ୍ୟମ ରହିଥିଲା। ହେଲେ ଇଣ୍ଟରନେଟ୍‌ ଓ ଟେଲିଭିଜନ ଭଳି ମନୋରଞ୍ଜନ ମାଧ୍ୟମ ଆସିବା ପରେ ପାରମ୍ପରିକ ଲୋକନୃତ୍ୟ ପରିବର୍ତ୍ତେ ଆଧୁନିକ ନୃତ୍ୟ ବିଶେଷ ଲୋକପ୍ରିୟତା ହାସଲ କଲା। ଜୁମ୍ବା, ହିପ୍‌ହପ୍‌, ଲିରିକାଲ ହିପ୍‌ହପ୍‌, ରୋବୋଟିକ୍‌ ଡ୍ୟାନ୍ସ, ମୁନ୍‌ଓ୍ବାକ୍‌, ଫ୍ରି ଷ୍ଟେପ୍‌, ସାମ୍ବା, ସାଲ୍‌ସା, ବଲିଉଡ୍‌, ବେଲି ଡ୍ୟାନ୍ସ, ବ୍ରେକ୍‌ ଡ୍ୟାନ୍ସିଙ୍ଗ, ବୁଗି ଉଗି, କେକ୍‌ ଓ୍ବାକ୍‌, ଟ୍ୟାପ୍‌, ଜାଜ୍‌, କଟେମ୍ପୋରାରି, ଫୁଟ୍‌ ଓ୍ବାର୍କ, ପାଓ୍ବାର ମୁଭ୍‌ସ ଭଳି ଶତାଧିକ ଆଧୁନିକ ନୃତ୍ୟଶୈଳୀ ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଛି। ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଏକାଧିକ ଡ୍ୟାନ୍ସିଂ ରିୟଲିଟି ଶୋ’ ଏହି ନୃତ୍ୟକୁ ବହୁଳ ଭାବେ ପ୍ରସାରିତ କରିବା ସହ ଏହାକୁ ନେଇ ଭବିଷ୍ୟତ ଗଢ଼ିବାକୁ ଯୁବପିଢ଼ିଙ୍କୁ ଉତ୍ସାହିତ କରୁଛି।

ଗ୍ରାମାଞ୍ଚଳରେ ଅଧିକ କ୍ରେଜ୍‌

ଗତ କିଛିବର୍ଷ ହେଲା ଓଡ଼ିଶାରେ ପାଶ୍ଚାତ୍ୟ ନୃତ୍ୟର ବହୁଳ ପ୍ରସାର ପରିଲକ୍ଷିତ ହେଉଛି। କେବଳ ରାଜଧାନୀ ଭୁବନେଶ୍ୱର କିମ୍ବା ବଡ଼ ବଡ଼ ସହର ନୁହେଁ, ଓଡ଼ିଶାର ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ବି ଆଜିକାଲି ପାଶ୍ଚାତ୍ୟ ନୃତ୍ୟର କ୍ରେଜ୍‌ ଦେଖିବାକୁ ମିଳୁଛି। ସ୍ବତନ୍ତ୍ର ଭାବେ କ୍ଲବ ଓ ଗ୍ରୁପ୍‌ ଗଠନ କରାଯାଇ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି, ଯେଉଁଥିପାଇଁ ରାଜ୍ୟରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ ଭଳି ଦଳ ସୃଷ୍ଟି ହେବା ସହ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ସେମାନେ ସଫଳ ହେଉଛନ୍ତି। ଅନ୍ୟ ନୃତ୍ୟଶୈଳୀ ତୁଳନାରେ ଏଥିରେ ଭଲ କ୍ୟାରିୟର ସୁଯୋଗ ରହୁଛି। କିଏ ପ୍ରଫେଶନାଲ ଡ୍ୟାନ୍ସର ଓ କୋରିଓଗ୍ରାଫର ହେଉଛି ତ କିଏ ନିଜର ଡ୍ୟାନ୍ସ ଏକାଡେମୀ ଖୋଲି ଭଲ ଅର୍ଥ ରୋଜଗାର କରୁଛି। ଅଭିଭାବକମାନେ ମଧ୍ୟ ପୂରା ଜୋସ୍‌ରେ ସେମାନଙ୍କ ପିଲାଙ୍କୁ ଏ ଦିଗରେ ସହାୟତା ଯୋଗାଇ ଦେଉଛନ୍ତି।

ଫ୍ୟୁଜନ୍‌ର ଲୋକପ୍ରିୟତା

ୟୁଟ୍ୟୁବ୍‌, ଟିକ୍‌ ଟକ୍‌ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଆସିବା ପରେ ପ୍ରତିଭା ଦେଖାଇବାକୁ ଆଉ କାହା ପଛରେ ଗୋଡ଼ାଇବାକୁ ପଡ଼ୁନି। ଘରେ ବସି ଜଣେ ଏକ୍ସପେରିମେଣ୍ଟ୍‌ କରିପାରୁଛି। ଆଉ ଏଥିପାଇଁ ଫ୍ୟୁଜନ୍‌ ନୃତ୍ୟର ଚାହିଦା ଦିନକୁ ଦିନ ବୃଦ୍ଧିପାଉଛି। ପାରମ୍ପରିକ ସହ ପାଶ୍ଚାତ୍ୟର ଫ୍ୟୁଜନ୍‌ କରି ନୃତ୍ୟଶିଳ୍ପୀମାନେ ନୂଆ ନୂଆ ନୃତ୍ୟଶୈଳୀ ସୃଷ୍ଟି କରୁଛନ୍ତି। ବିଶେଷକରି ଓଡ଼ିଶୀକୁ ନେଇ ଗତ କିଛିବର୍ଷ ମଧ୍ୟରେ ଅନେକ ଏକ୍ସପେରିମେଣ୍ଟ କରାଯାଇଛି। କେତେବେଳେ ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ମ୍ୟୁଜିକ୍‌ରେ ଓଡ଼ିଶୀ ପରିବେଷଣ ହୋଇଛି ତ କେତେବେଳେ ଏଡ୍‌ ସିରନ୍‌ଙ୍କ ‘ସେପ୍‌ ଅଫ୍‌ ୟୁ’ରେ ଓଡ଼ିଶୀ ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନର ଯୁବପିଢ଼ିଙ୍କ ଦ୍ୱାରା ଏହି ଫ୍ୟୁଜନ୍‌ ଡ୍ୟାନ୍ସଫର୍ମ ବହୁଳ ଭାବେ ଆଦୃତ ହେଉଛି।

ରିୟଲିଟି ଶୋ’ରେ ଓଡ଼ିଆଙ୍କ ଉପସ୍ଥିତି

ରାଜ୍ୟସ୍ତରୀୟ ହେଉ କି ଜାତୀୟସ୍ତରୀୟ ଟେଲିଭିଜନର ଡ୍ୟାନ୍ସ ରିୟଲିଟି ଶୋ’। ଓଡ଼ିଆଙ୍କ ଉପସ୍ଥିତି ସବୁଠାରେ ଦେଖିବାକୁ ମିଳୁଛି। ୨୦୦୯ରେ ପ୍ରଥମେ ବ୍ରହ୍ମପୁରର କେତେଜଣ ଶ୍ରମିକ ଓ ଦିବ୍ୟାଙ୍ଗଙ୍କୁ ନେଇ ସୃଷ୍ଟି ହୋଇଥିବା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ର ପ୍ରଥମ ସିଜିନ୍‌ ଜିତିଥିଲେ। ଏହାପରେ ୨୦୧୦ରେ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟର ଫିନାଲେକୁ ଯାଇଥିବା ବ୍ରହ୍ମପୁରର ହରିହର ଦାସ ନିଜ ଲକିଂ ପପିଂ ଷ୍ଟାଇଲ୍‌ରେ ସମଗ୍ର ଭାରତର ହୃଦୟ ଜିତିଥିଲେ। ବାସ୍‌ ତା’ପରେ ଜଣକ ପରେ ଜଣେ ଓଡ଼ିଆ ରିୟଲିଟି ଶୋ’ରେ ରାଜ୍‌ କରିଥିଲେ। ଏମାନଙ୍କ ମଧ୍ୟରେ ୨୦୧୨ରେ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ଜିତିଥିବା ରାଉରକେଲାର ରାଜସ୍ମିତା କର, ‘ଇଣ୍ଡିଆଜ୍‌ ଡ୍ୟାନ୍ସିଂ ସୁପରଷ୍ଟାର୍‌’ର ପଦ୍ମିନୀ ଓ ଦେବାଶିଷ, ଜ୍ୟୋତିରଞ୍ଜନ ସାହୁ ଓ ମନ୍ଦାକିନୀ ଜେନାଙ୍କ ଭଳି ବହୁ ପ୍ରତିଭା ରହିଛନ୍ତି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ବିଜେଡି ନେତୃତ୍ୱ: କଳିକେଶଙ୍କୁ ନେଇ ଏମିତି କିଛି କହିଲେ ଦେବାଶିଷ

ଭୁବନେଶ୍ୱର,୧୪।୨ କଳିକେଶଙ୍କୁ ବିଜେଡି ନେତୃତ୍ୱ ଦାବିରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସେ ଜଣେ ଯୁବ ଦକ୍ଷ ନେତା, ତାଙ୍କ ପରିବାର ସହ ନବୀନଙ୍କର…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri