ଆଜି ଜାତୀୟ ଡେଙ୍ଗୁ ଦିବସ : ଫନୀ ପରେ ସତର୍କ ରହିବାକୁ ପରାମର୍ଶ

ତିହିଡ଼ି,୧୬ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସଭାଗୃହରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଡା.ଦେବସ୍ମିତା ତ୍ରିପାଠୀ ପୌରୋହିତ୍ୟ କରିଥିଲେ। ଏଥିରେ ଡା.ମଧୁସ୍ମିତା ଦାସ, ଡା. ପୁଷ୍ପଲତା ସ୍ବାଇଁ, ଡା.ସୌମ୍ୟରଞ୍ଜନ ଗାହାଣ, ଡା.ଦିଲୀପ ଦାସ,ଡା.ସୁଦୀପ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇ ଡେଙ୍ଗୁ ରୋଗର ଲକ୍ଷଣ ଓ ନିରାକରଣ ଉପରେ ଆଲୋଚନା କରିବା ସହ ଫନୀ ପରେ ଡେଙ୍ଗୁୁ ପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ।