ଆଜି ଚନ୍ଦ୍ରଗ୍ରହଣ: ଅପରାହ୍ନ ୪ଟା ୩୨ରେ ପାକତ୍ୟାଗ

ଭୁବନେଶ୍ୱର(ବ୍ୟୁରୋ)/ପୁରୀ ଅଫିସ୍‌, ୧୬ା୭: କେତୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ମଙ୍ଗଳବାର ଆଷାଢ଼ ପୂର୍ଣ୍ଣିମାରେ ସଂଘଟିତ ହେବ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ପୁରୀକୁ ଭାରତୀୟ ସମୟ ଅନୁସାରେ- ରାତ୍ରି ୦୧ା୩୨ରେ ଗ୍ରହଣ ସ୍ପର୍ଶ, ରାତ୍ରି ୦୩ା୦୧ରେ ଗ୍ରହଣ ମଧ୍ୟ ଏବଂ ରାତ୍ରି ୦୪ା୩୦ରେ ସର୍ବମୋକ୍ଷ ହେବ। ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଅପରାହ୍ନ ୦୪ା୩୨ରୁ ପାକତ୍ୟାଗ ଓ ଦେବନୀତି ନିଷେଧ। ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିମାନଙ୍କ ପକ୍ଷେ ନିୟମ ଲଂଘନୀୟ। ସର୍ବମୋକ୍ଷ ପରେ ସ୍ନାନପୂର୍ବକ ଦେବନୀତି ଓ ଅନ୍ନଭୋଜନ କରାଯାଇପାରିବ। ବିଶେଷତଃ ଚତୁର୍ଥପ୍ରହରରେ ସର୍ବମୋକ୍ଷ ହେଉଥିବାରୁ ସୂର୍ଯ୍ୟୋଦୟ ପୂର୍ବରୁ ବା ପରେ ଠାକୁରମାନଙ୍କର ମହାସ୍ନାନ ଓ ଦେବନୀତି ଏବଂ ପରଦିନ ପାକକାର୍ଯ୍ୟାଦି କରିବା ବିଧିସଙ୍ଗତ। ଗ୍ରହଣଦିନଠାରୁ ସାତଦିନ ପର୍ଯ୍ୟନ୍ତ ଦୂରଯାତ୍ରା, ୧ ଦିନ ପର୍ଯ୍ୟନ୍ତ ବିବାହ ଓ ୩ ଦିନ ପର୍ଯ୍ୟନ୍ତ ବ୍ରତୋପନୟନ ନିଷେଧ।
ଏହି ଚନ୍ଦ୍ରଗ୍ରହଣ ଅରୁଣାଚଳ ପ୍ରଦେଶର ଉତ୍ତରପୂର୍ବାଞ୍ଚଳ ବ୍ୟତୀତ ଭାରତର ସର୍ବତ୍ର ଦୃଶ୍ୟ ହେବ ଏବଂ ଦୃଶ୍ୟ ହେଉଥିବା ଅଞ୍ଚଳରେ ଏହା ପାଳନୀୟ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ସରି ସମୟକୁ ଦେଖି ଅନ୍ୟାନ୍ୟ ନୀତି କରାଯିବ। ଗ୍ରହଣ ପାଇଁ ହୋଇଥିବା ସ୍ବତନ୍ତ୍ର ନୀତି ଅନୁଯାୟୀ, ମଙ୍ଗଳବାର ସକାଳ ୬ଟାରେ ଦ୍ୱାରଫିଟା ଯାଇ ୭ଟାରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ଚାଲିବ। ପୂର୍ବାହ୍ନ ସାଢେ ୧୦ଟାରୁ ସାଢେ ୧୧ଟା ମଧ୍ୟରେ ସକାଳ ଧୂପ, ୧୦ଟା ୪୫ରୁ ଅପରାହ୍ନ ସାଢେ ୧ଟା ମଧ୍ୟରେ ଭୋଗମଣ୍ଡପ ଉଠିବ। ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ଏବଂ ୨ଟା ୧୫ରୁ ଅପରାହ୍ନ ୪ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ସରି ୪ଟାରେ ମଇଲମ ଏବଂ ସାଢେ ୪ଟାରେ ତଡ଼ପଲାଗି ହେବ ବୋଲି ନିର୍ଘଣ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri