LAKE SUCCESS, NY - MARCH 11: A lab technician begins semi-automated testing for COVID-19 at Northwell Health Labs on March 11, 2020 in Lake Success, New York. An emergency use authorization by the FDA allows Northwell to move from manual testing to semi-automated. (Photo by Andrew Theodorakis/Getty Images)
ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ଭୁବନେଶ୍ୱରରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଦ୍ୱାରା ଏହି କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ରାଜଧାନୀର ୩୭୦ ଅଙ୍ଗନଓ୍ବାଡି କେନ୍ଦ୍ରର ତଥ୍ୟ ଅନୁସାରେ ବସ୍ତିରୁ ବସ୍ତି ବୁଲି ଏହି ଯାଞ୍ଚ କରାଯିବ। ଏ ନେଇ ଭୁବନେଶ୍ୱରରେ ୩୭୦ ଟିମ୍ ଗଠନ କରାଯିବା ସହ ପ୍ରତ୍ୟେକ ଟିମ୍ରେ ଜଣେ ଲେଖାଏ ଅଙ୍ଗନଓ୍ବାଡି, ଆଶା କର୍ମୀ ଓ ମହିଳା ଆୟୋଗ ସମିତିକୁ ରଖାଯାଇଛି। ବିଏମ୍ସି ପରିମଳ ବିଭାଗ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ ସମ୍ପୃକ୍ତ କାର୍ଯ୍ୟର ତଦାରଖ କରିବେ ବୋଲି ସୋମବାର ବିଏମ୍ସି ପକ୍ଷରୁ ଜଣାପଡ଼ିଛି।