ଆଜିଠାରୁ ସଞ୍ଚୟ, ଋଣ ନେଇ ଏସ୍‌ବିଆଇ ନିୟମ ବଦଳିଲା

ନୂଆଦିଲ୍ଲୀ,୧-୫: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ମେ ପହିଲାରୁ ସଞ୍ଚୟ ଆକାଉଣ୍ଟ ଏବଂ ସ୍ବଳ୍ପମିଆଦି ଋଣ ଲାଗି ନୂଆ ନିୟମ ଲାଗୁ କରିଛି। ବ୍ୟାଙ୍କ ସୁଧ ହାର ଧାର୍ଯ୍ୟ କରିବାର ଆଧାର ବଦଳାଇବାକୁ ଯାଉଛି। ୧ ଲକ୍ଷରୁ ଅଧିକ ବାଲାନ୍ସ ଥିବା ସଞ୍ଚୟ ଆକାଉଣ୍ଟ ଏବଂ ସ୍ବଳ୍ପମିଆଦି ଋଣ ଲାଗି ସୁଧ ହାରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ରେପୋ ରେଟ ସହ ଯୋଡି ଦିଆଯାଇଛି। ଏହି ନୂଆ ନିୟମ ଯୋଗୁ ସଞ୍ଚୟ ଆକାଉଣ୍ଟଧାରୀଙ୍କୁ ଝଟ୍‌କା ଲାଗିବାକୁ ଯାଉଥିବା ବେଳେ ସ୍ବଳ୍ପମିଆଦି ଋଣ ଶସ୍ତା ହୋଇଯିବ। ନୂଆ ବ୍ୟବସ୍ଥା ଅନୁଯାୟୀ ଆର୍‌ବିଆଇ ରେପୋ ରେଟରେ ପରିବର୍ତ୍ତନ କରିବା ମାତ୍ରେ ସଞ୍ଚୟ ଖାତା ଏବଂ ସ୍ବଳ୍ପମିଆଦି ଋଣ ସୁଧ ହାର ଆପେ ଆପେ ବଦଳିଯିବ। ବର୍ତ୍ତମାନ ବ୍ୟାଙ୍କ ଦ୍ୱାରା ପ୍ରତିମାସରେ ଘୋଷିତ ଋଣ ସୁଧ ହାର (ଏମ୍‌ସିଏଲ୍‌ଆର୍‌) ଆଧାରିତ ଇଣ୍ଡରନାଲ ବେଞ୍ଚମାର୍କ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡସ୍‌ ଜରିଆରେ ସମସ୍ତ ପ୍ରକାର ଋଣ ପ୍ରଦର୍ଶିତ ହୋଇଥାଏ। ନୂଆ ବ୍ୟବସ୍ଥା ଅନୁଯାୟୀ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ଉପରେ ସୁଧ ହାର ୩.୫% ରହିଛି। ସେହିପରି ୧ କୋଟିରୁ ଅଧିକ ସଞ୍ଚୟ ଉପରେ ସୁଧ ହାର ୪% ମିଳୁଛି। ଏହି ହିସାବରେ ୧ ଲକ୍ଷରୁ ଅଧିକ ଏବଂ ୧ କୋଟିରୁ ଅଧିକ ଟଙ୍କାର ଜମା ଉପରେ ସୁଧ ହାର୦.୨୫% ହ୍ରାସ ପାଇବ। ଫଳରେ ଗ୍ରାହକଙ୍କୁ ଏବେ ୩.୨୫% ସୁଧ ମିଳିବ। ତେବେ ଖାତାରେ ୧ ଲକ୍ଷରୁ କମ୍‌ ଜମା ରହିଥିଲେ ସୁଧ ହାର ୩.୫% ରହିବ। ସେହିପରି ଏସ୍‌ବିଆଇ ପକ୍ଷରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ହାର ୦.୧% କମ୍‌ ରହିବ। ଏବେ ଏହି ପରିମାଣ ଋଣ ଉପରେ ସୁଧ ହାର ୮.୬୦ରୁ ୮.୯୦% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri