ଆଜିଠାରୁ ଜନଧନ ଖାତାରେ ମହିଳାଙ୍କୁ ସହାୟତା

ଭୁବନେଶ୍ୱର, ୩।୪: କୋଭିଡ୍‌-୧୯ ମୁକାବିଲା ଅଂଶସ୍ବରୂପ ଶୁକ୍ରବାରଠାରୁ ଜନଧନ ଖାତାରେ ମହିଳାଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ କରାଯିବା ନେଇ ସରକାର ପଦକ୍ଷେପ ନେଇଛନ୍ତି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଦେଶର ୨୦ କୋଟି ମହିଳାଙ୍କୁ ମାସିକ ୫୦୦ ଟଙ୍କାର ସହାୟତା ରାଶି ସରକାର ବ୍ୟାଙ୍କ ଖାତାରେ ସିଧାସଳଖ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଏହି ଅର୍ଥ ରାଶି ପ୍ରଦାନ କରାଯାଉଛି। ଏହି ସମୟରେ ହିତାଧିକାରୀ ବ୍ୟାଙ୍କରେ ଭିଡ ଜମାଇବାର ଆଶଙ୍କା ରହିଛି। ଭିଡକୁ ନିୟନ୍ତ୍ରଣ କରିବା ସହ ହିତାଧିକାରୀ କିଭଳି ସେମାନଙ୍କ ଅର୍ଥ ପାଇପାରିବେ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ସହଜରେ ପାଣ୍ଠି ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିଛନ୍ତି। ସେହିଭଳି ବ୍ୟାଙ୍କଗୁଡିକରେ ସାମାଜିକ ଦୂରତ୍ୱ ରକ୍ଷା କରିବା ଲାଗି ଆର୍ଥତ୍କ ସେବା ବିଭାଗ ପରାମର୍ଶ ଦେଇଛି। ଅଧିକ ସଂଖ୍ୟକ ଲୋକ ଯେଭଳି ଶାଖା ନ ଆସନ୍ତି ସେଥି ଲାଗି ଆକାଉଣ୍ଟ ନମ୍ବର ହିସାବରେ ଦିନ ଧାର୍ଯ୍ୟ ହୋଇଛି। ବ୍ୟାଙ୍କ ଖାତାର ଶେଷ ସଂଖ୍ୟା ୦ ଏବଂ ୧ ରହିଥିଲେ ହିତାଧିକାରୀ ଶୁକ୍ରବାର ବ୍ୟାଙ୍କ ଆସିବେ। ଆକାଉଣ୍ଟ ନମ୍ବରର ଶେଷ ସଂଖ୍ୟା ୧ ଏବଂ ୨ ରହିଥିଲେ ଶନିବାର, ୩ ଏବଂ ୪ ରହିଥିଲେ ସୋମବାର ଦିନ ଧାର୍ଯ୍ୟ ହୋଇଛି। ପର ସଂଖ୍ୟାଗୁଡିକ ଲାଗି ପରବର୍ତ୍ତୀ ବାର ଧାର୍ଯ୍ୟ ହୋଇଛି। ଯଦି କୌଣସି ଗ୍ରାହକ ଧାର୍ଯ୍ୟ ଦିନରେ ସେମାନଙ୍କ ଅର୍ଥ ଗ୍ରହଣ କରି ପାରିଲେ ନାହିଁ, ୯ ତାରିଖ ପରେ ବ୍ୟାଙ୍କ ଖୋଲାଥିବା ଦିନଗୁଡିକରେ ଅର୍ଥ ରାଶି ଗ୍ରହଣ କରିପାରିବେ। ଲୋକଙ୍କୁ ସୂଚନା ଦେବା ଲାଗି ମୋବାଇଲରେ ମେସେଜ ଦିଆଯିବାର ବ୍ୟବସ୍ଥା ହୋଇଛି। ଏହି ସମୟରେ ବ୍ୟାଙ୍କ ଶାଖା ପୂର୍ବବତ ୧୦ ଟାରୁ ୪ ଟା ଯାଏ କାର୍ଯ୍ୟ କରିବ। ଏହି ସୂଚନା ଗ୍ରାହକଙ୍କୁ ଗ୍ରାମ ପଞ୍ଚାୟତ, ବିସି ପଏଣ୍ଟ, ଶାଖା କାର୍ଯ୍ୟାଳୟ ଏବଂ ସୁବିଧା କେନ୍ଦ୍ରରେ ମିଳିପାରିବ ବୋଲି ସୂଚନା ରହିଛି। ୩ ମାସ ଯାଏ ହିତାଧିକାରୀ ପ୍ରତିମାସ ୫୦୦ ଟଙ୍କାର ସହାୟତା ପାଇବେ। ଏ ଯୋଜନା ସମ୍ପର୍କରେ ମାର୍ଚ୍ଚ ୨୬ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିଲେ। ଉକ୍ତ ଯୋଜନାରେ ସରକାର ମୋଟ୍‌ ୩୧ ହଜାର କୋଟି ଟଙ୍କା ଲୋକଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?