ଆଗରପଡ଼ାରେ ଗଁ।ମୁହଁ। ହାତୀ

ବନ୍ତ, ୨୯।୬ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଏକ ମାସରୁ ଊର୍ଦ୍ଧ୍ୱ ହେବ କେନ୍ଦୁଝର ଜିଲା ହଦଗଡ ହସ୍ତୀ ଅଭୟାରଣ୍ୟରୁ ଗୋଟିଏ ଦନ୍ତାହାତୀ ସମେତ ୩ଟି ହାତୀ ଚାଲି ଆସି ଆଗରପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ୩ଟି ହାତୀ ସାଳନ୍ଦୀ ନଦୀ ଆରପଟେ ଥିବା ଘଞ୍ଚ ଜଙ୍ଗଲରେ ରହୁଥିବା ଜଣାପଡ଼ିଛି। ଦିନରେ ଜଙ୍ଗଲ ଭିତରେ ଆଉ ରାତିରେ ଗଁ।କୁ ପଶି ବହୁ କ୍ଷୟକ୍ଷତି କରୁଥିବା ଲୋକେ କହିଛନ୍ତି। ହାତୀ ବହୁ ଚାଷୀଙ୍କ ବାଡ଼ିରେ ପନିପରିବା ଦଳିଚକଟି ନଷ୍ଟ କରିଦେଉଛନ୍ତି। ସାଳନ୍ଦୀ ନଦୀ କୂଳରେ ଥିବା ପାଟକନା, ରାଉତରାପୁର, ମହାନ୍ତିପଡ଼ା, ହଳଦିପହଣି, କାଣ୍ଡବା ଓ ଗୋପୀନାଥପୁର ଆଦି ଗ୍ରାମକୁ ହାତୀଗୁଡ଼ିକ ପଶି କ୍ଷତି ଘଟାଇ ଚାଲିଛନ୍ତି। ବାଡ଼ିବଗିଚା ଛାଡ଼ି ଯାଉ ନ ଥିବାରୁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି। ସନ୍ଧ୍ୟା ହେଲେ ଏହି ଗଁା ଲୋକେ ତାଟିକବାଟ ଦେଇ ଘରେ ରହୁଛନ୍ତି।
ଗତ ଗୁରୁବାର ଦିନବେଳା ରାଉତରାପୁର ଗ୍ରାମ ନିକଟରେ ଏକ ଆମ୍ବତୋଟାରେ ଦନ୍ତାହାତୀକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ଫଳରେ ସେମାନେ ସନ୍ଧ୍ୟା ପରେ ଘରୁ ବାହାରି ନ ଥିଲେ। ଉଲ୍ଲେଖନୀୟ ଯେ, ପୂର୍ବରୁ ଆଗରପଡ଼ାରୁ ମାତ୍ର ୪ କି.ମି. ଦୂର ସୋସୋ ଥାନା ଅନ୍ତର୍ଗତ ମରଚାଇପଦା ଗ୍ରାମର ଜଣେ ମହିଳା ଆମ୍ବ ତୋଳିବା ପାଇଁ ଯାଇଥିବା ବେଳେ ହାତୀ ତାଙ୍କୁ ଦଳି ଦେଇଥିଲା। ତୋଟାରେ ଆମ୍ବ, ପଣସ ଓ ସପୁରି ସବୁ ସରିଯିବା ପରେ ଖାଦ୍ୟ ପାଇଁ ହାତୀ ଏବେ ଗଁ।ମୁହଁ। ହୋଇଥିବା କୁହାଯାଉଛି। ଆଗରପଡ଼ାରେ ୩ ହାତୀ ବୁଲୁଥିବା ଖବର ପାଇ ଭଦ୍ରକ ଡିଏଫ୍‌ଓ ଅମ୍ଲାନ ନାୟକଙ୍କ ନିଦ୍ଦେର୍ର୍ଶକ୍ରମେ ଭଦ୍ରକ ରେଞ୍ଜ ଅଫିସର ରଣଜିତ ମହାନ୍ତି, ଆଗରପଡ଼ା ଫରେଷ୍ଟର ବସନ୍ତ କୁମାର ମାଝିଙ୍କ ନେତୃତ୍ୱରେ ବାସୁଦେବପୁର ବନ ବିଭାଗର ଏକ ୧୦ ଜଣିଆ ଟିମ୍‌ ଏହି ଅଞ୍ଚଳରେ ରାତିରେ ପହରା ଦେବା ସହ ହାତୀ ଉପରେ ନଜର ରଖିଛନ୍ତି। ଆନନ୍ଦପୁର ଓ ଭଦ୍ରକ ବନ ବିଭାଗ କର୍ମଚାରୀମାନଙ୍କ ଦ୍ୱାରା ପହରା ଚାଲୁ ରହିବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଶତାଧିକ ଜନସାଧାରଣଙ୍କ ସହଯୋଗରେ ଲାଇଟ ସହିତ ନିଅଁାହୁଳା ଏବଂ ବାଣ ଫୁଟାଇ ହାତୀଙ୍କୁ ଘଉଡ଼ା ଯିବାର ଯୋଜନା କରାଯାଇଛି। ବନ ବିଭାଗ ହାତୀ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri