ଆଗରପଡ଼ାରେ ଗଁ।ମୁହଁ। ହାତୀ

ବନ୍ତ, ୨୯।୬ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଏକ ମାସରୁ ଊର୍ଦ୍ଧ୍ୱ ହେବ କେନ୍ଦୁଝର ଜିଲା ହଦଗଡ ହସ୍ତୀ ଅଭୟାରଣ୍ୟରୁ ଗୋଟିଏ ଦନ୍ତାହାତୀ ସମେତ ୩ଟି ହାତୀ ଚାଲି ଆସି ଆଗରପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ୩ଟି ହାତୀ ସାଳନ୍ଦୀ ନଦୀ ଆରପଟେ ଥିବା ଘଞ୍ଚ ଜଙ୍ଗଲରେ ରହୁଥିବା ଜଣାପଡ଼ିଛି। ଦିନରେ ଜଙ୍ଗଲ ଭିତରେ ଆଉ ରାତିରେ ଗଁ।କୁ ପଶି ବହୁ କ୍ଷୟକ୍ଷତି କରୁଥିବା ଲୋକେ କହିଛନ୍ତି। ହାତୀ ବହୁ ଚାଷୀଙ୍କ ବାଡ଼ିରେ ପନିପରିବା ଦଳିଚକଟି ନଷ୍ଟ କରିଦେଉଛନ୍ତି। ସାଳନ୍ଦୀ ନଦୀ କୂଳରେ ଥିବା ପାଟକନା, ରାଉତରାପୁର, ମହାନ୍ତିପଡ଼ା, ହଳଦିପହଣି, କାଣ୍ଡବା ଓ ଗୋପୀନାଥପୁର ଆଦି ଗ୍ରାମକୁ ହାତୀଗୁଡ଼ିକ ପଶି କ୍ଷତି ଘଟାଇ ଚାଲିଛନ୍ତି। ବାଡ଼ିବଗିଚା ଛାଡ଼ି ଯାଉ ନ ଥିବାରୁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି। ସନ୍ଧ୍ୟା ହେଲେ ଏହି ଗଁା ଲୋକେ ତାଟିକବାଟ ଦେଇ ଘରେ ରହୁଛନ୍ତି।
ଗତ ଗୁରୁବାର ଦିନବେଳା ରାଉତରାପୁର ଗ୍ରାମ ନିକଟରେ ଏକ ଆମ୍ବତୋଟାରେ ଦନ୍ତାହାତୀକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ଫଳରେ ସେମାନେ ସନ୍ଧ୍ୟା ପରେ ଘରୁ ବାହାରି ନ ଥିଲେ। ଉଲ୍ଲେଖନୀୟ ଯେ, ପୂର୍ବରୁ ଆଗରପଡ଼ାରୁ ମାତ୍ର ୪ କି.ମି. ଦୂର ସୋସୋ ଥାନା ଅନ୍ତର୍ଗତ ମରଚାଇପଦା ଗ୍ରାମର ଜଣେ ମହିଳା ଆମ୍ବ ତୋଳିବା ପାଇଁ ଯାଇଥିବା ବେଳେ ହାତୀ ତାଙ୍କୁ ଦଳି ଦେଇଥିଲା। ତୋଟାରେ ଆମ୍ବ, ପଣସ ଓ ସପୁରି ସବୁ ସରିଯିବା ପରେ ଖାଦ୍ୟ ପାଇଁ ହାତୀ ଏବେ ଗଁ।ମୁହଁ। ହୋଇଥିବା କୁହାଯାଉଛି। ଆଗରପଡ଼ାରେ ୩ ହାତୀ ବୁଲୁଥିବା ଖବର ପାଇ ଭଦ୍ରକ ଡିଏଫ୍‌ଓ ଅମ୍ଲାନ ନାୟକଙ୍କ ନିଦ୍ଦେର୍ର୍ଶକ୍ରମେ ଭଦ୍ରକ ରେଞ୍ଜ ଅଫିସର ରଣଜିତ ମହାନ୍ତି, ଆଗରପଡ଼ା ଫରେଷ୍ଟର ବସନ୍ତ କୁମାର ମାଝିଙ୍କ ନେତୃତ୍ୱରେ ବାସୁଦେବପୁର ବନ ବିଭାଗର ଏକ ୧୦ ଜଣିଆ ଟିମ୍‌ ଏହି ଅଞ୍ଚଳରେ ରାତିରେ ପହରା ଦେବା ସହ ହାତୀ ଉପରେ ନଜର ରଖିଛନ୍ତି। ଆନନ୍ଦପୁର ଓ ଭଦ୍ରକ ବନ ବିଭାଗ କର୍ମଚାରୀମାନଙ୍କ ଦ୍ୱାରା ପହରା ଚାଲୁ ରହିବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଶତାଧିକ ଜନସାଧାରଣଙ୍କ ସହଯୋଗରେ ଲାଇଟ ସହିତ ନିଅଁାହୁଳା ଏବଂ ବାଣ ଫୁଟାଇ ହାତୀଙ୍କୁ ଘଉଡ଼ା ଯିବାର ଯୋଜନା କରାଯାଇଛି। ବନ ବିଭାଗ ହାତୀ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri