ଆକାଂକ୍ଷା ପକ୍ଷରୁ ସହାୟତା

ଖଇରା, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ସବଡିଭିଜନରେ ବିଦ୍ୟୁତ ପରିଚାଳନା ଦାୟିତ୍ୱରେ ଥିବା ଆକାଂକ୍ଷା ପାୱାର ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥଦାନ କରାଯାଇଛି ା ଆକାଂକ୍ଷାର ପରିଚାଳନା ନିର୍ଦ୍ଦେଶକ ବିପିନ ଦାସ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍‌-୧୯ରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ରକଳ୍ପ ଲିଡର ସୁଶୀଲ ସାମଲ ସୋମବାର ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଭେଟି ତାଙ୍କ ଜରିଆରେ ୭୫ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ ା ମନ୍ତ୍ରୀ ପାଣିଗ୍ରହୀ ଆକାଂକ୍ଷା ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଦାସମହାପାତ୍ର, ନୟାଖଣ୍ଡି ସମିତିସଭ୍ୟ ମାନସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।