ଆଉ ଠକିପାରିବେନି ଅଧ୍ୟାପକ: ୭ଘଣ୍ଟା କଲେଜରେ ରହିବେ, ୫ ଘଣ୍ଟା ପାଠ ପଢ଼ାଇବେ; ଉପସ୍ଥାନ ୭୫%ରୁ କମିଲେ ପରୀକ୍ଷା ମନା

ଭୁବନେଶ୍ୱର,୩୦ା୬(ବ୍ୟୁରୋ): କଲେଜରେ ଛାତ୍ରୀଛାତ୍ର ଓ ଅଧ୍ୟାପକମାନଙ୍କ ଭଲ ଉପସ୍ଥାନ ଓ ପାଠପଢ଼ାକୁ ଗୁରୁତ୍ୱ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜ ଛାତ୍ରୀଛାତ୍ରମାନଙ୍କ ପାଇଁ ଶ୍ରେଣୀରେ ୭୫% ଉପସ୍ଥାନ ବାଧ୍ୟତାମୂଳକ। ନଚେତ୍‌ ପରୀକ୍ଷା ଦେବାରୁ ବଞ୍ଚତ୍ତ ହେବେ। ସେହିପରି ଅଧ୍ୟାପକଙ୍କର ଓ୍ବାର୍କିଂ ଆଓ୍ବାର ବଦଳିବ। ଅଧ୍ୟାପକମାନେ କଲେଜରେ ୫ଘଣ୍ଟା ପରିବର୍ତ୍ତେ ୭ଘଣ୍ଟା ରହିବେ। ଅଧ୍ୟାପକଙ୍କ ଉପସ୍ଥାନ ମଧ୍ୟ ବାୟୋମେଟ୍ରିକ୍‌ ବ୍ୟବସ୍ଥା ମାଧ୍ୟମରେ ରେକର୍ଡ ହେବ। ଖୁବ୍‌ଶୀଘ୍ର ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଶନିବାର ପାନ୍ଥନିବାସଠାରେ ଆୟୋଜିତ ଯୁକ୍ତ୩ କଲେଜ ଅଧ୍ୟକ୍ଷ ସମ୍ମିଳନୀରେ ମନ୍ତ୍ରୀ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

ସମ୍ମିଳନୀରେ ମନ୍ତ୍ରୀ ସାହୁ କଲେଜର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି। ୟୁଜିସି ନିୟମ ଅନୁଯାୟୀ ଅଧ୍ୟାପକମାନେ ସପ୍ତାହକୁ ୨୫ଟି କ୍ଲାସ୍‌ ଓ ୫ ଘଣ୍ଟା ପାଠପଢ଼ା ପରେ ସରକାରୀ କାର୍ଯ୍ୟ କରିବା ଉଚିତ। କିନ୍ତୁ ଅଧିକାଂଶ ସମୟରେ ୫ ଘଣ୍ଟା ପୂର୍ବରୁ ଅଧ୍ୟାପକମାନେ କଲେଜରୁ ପଳାଇଯାଉଛନ୍ତି। ତେଣୁ କଲେଜଗୁଡ଼ିକରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଲାଗୁ କରାଯାଉଛି। ସବୁ ଡିଗ୍ରୀ କଲେଜରେ ବିଶ୍ୱବ୍ୟାଙ୍କ ଫଣ୍ଡରୁ ବାୟୋମେଟ୍ରିକ୍‌ ମେଶିନ୍‌ ଲଗାଯିବ। ରାଜ୍ୟରେ ୫୨ ସରକାରୀ କଲେଜରୁ ୧୬ଟିରେ ବାୟୋମେଟ୍ରିକ ବ୍ୟବସ୍ଥା କରାଯାଇଛି। ଏହା ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଅଧ୍ୟାପକମାନେ କଲେଜରେ ୭ ଘଣ୍ଟା ରହୁଛନ୍ତି ନା ନାହିଁ ତାହା କଲେଜ ଅଧ୍ୟକ୍ଷ ତଦାରଖ କରିବେ। ଅଧ୍ୟାପନା ବାଦ୍‌ ଗବେଷଣା ଓ ବିଭିନ୍ନ ସରକାରୀ ଯୋଜନାର ସୁଫଳ କିପରି ଛାତ୍ରୀଛାତ୍ରମାନେ ପାଇପାରିବେ ସେ ନେଇ ମଧ୍ୟ କାମ କରିବେ। ଅଧ୍ୟାପକମାନେ ୫ଘଣ୍ଟା ପାଠ ପଢ଼ାଇବା ପରେ ଗବେଷଣା ଓ ଏକାଡେମିକ୍‌ ଡେଭଲପମେଣ୍ଟ କ୍ଷେତ୍ରରେ କାମ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଅଧ୍ୟାପକଙ୍କ ମନଇଚ୍ଛା ଉପସ୍ଥାନକୁ କଲେଜ ଅଧ୍ୟକ୍ଷମାନେ ସ୍ବୀକାର କରିଛନ୍ତି। ସମ୍ମିଳନୀରେ ବିଭାଗୀୟ ଅତିରିକ୍ତ ସଚିବ ପାର୍ଥସାରଥି ମିଶ୍ର ଯୋଗଦେଇ କହିଛନ୍ତି ଯେ, ଆସନ୍ତା ଦୁଇରୁ ତିନି ମାସ ମଧ୍ୟରେ ସମସ୍ତ ସରକାରୀ କଲେଜରେ ସ୍ଥାୟୀ ପ୍ରିନ୍ସିପାଲ ନିଯୁକ୍ତ କରାଯିବ। ଗତ ବାର ବର୍ଷ ହେଲା ୫୨ ସରକାରୀ କଲେଜରେ ସ୍ଥାୟୀ ପ୍ରିନ୍ସିପାଲ ନାହାନ୍ତି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓପିଏସ୍‌ସିକୁ ଅନୁରୋଧ କରାଯାଇଛି ବୋଲି ମିଶ୍ର କହିଛନ୍ତି। ସରକାରୀ କଲେଜର ଭିତ୍ତିଭୂମି, ସ୍ମାର୍ଟ କ୍ଲାସ୍‌, ରୁଷା ଅର୍ଥ ଖର୍ଚ୍ଚ, ପରୀକ୍ଷା ପରିଚାଳନା ଭଳି ବିଷୟରେ ଆଲୋଚନା କରାଯାଇଥିଲା। ଯୁକ୍ତ ୩ରେ ଏକକ ପାଠ୍ୟକ୍ରମ ଲାଗୁ ନେଇ ମଧ୍ୟ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri