Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲେ ସ୍ମିଥ୍‌, କୁମିନ୍ସ

ଦୁବାଇ, ୧୦।୯ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ସଦ୍ୟ ପ୍ରକାଶିଷ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଦୁଇ ଅଷ୍ଟ୍ରେଲୀୟ କ୍ରିକେଟର୍‌ ଷ୍ଟିଭ୍‌ ସ୍ମିଥ୍‌ ଓ ପ୍ୟାଟ୍‌ କୁମିନ୍ସ ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଚଳିତ ଆଶେସ ସିରିଜର ମାଞ୍ଚେଷ୍ଟରରେ ଶେଷ ହୋଇଥିବା ୪ର୍ଥ ଟେଷ୍ଟରେ ଘରୋଇ ଇଂଲଣ୍ଡକୁ ୧୮୫ ରନର ବୃହତ୍‌ ବ୍ୟବଧାନରେ ପରାସ୍ତ କରି ଅଷ୍ଟ୍ରେଲିଆକୁ ସିରିଜ ବଜାୟ ରଖିବାରେ ଉଭୟ ସ୍ମିଥ୍‌ ଓ କୁମିନ୍ସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ମ୍ୟାଚ୍‌ରେ ସ୍ମିଥ୍‌ ପ୍ରଥମ ଓ ୨ୟ ଇନିଂସରେ ଯଥାକ୍ରମେ ୨୧୧ ଓ ୮୨ ରନ ସଂଗ୍ରହ କରିଥିଲେ। ବ୍ୟାଟିଂ ତାଲିକାରେ ୯୩୭ ରେଟିଂ ସହ ସ୍ମିଥ୍‌ ବର୍ତ୍ତମାନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସ୍ମିଥ୍‌ ତାଙ୍କ ସର୍ବକାଳୀନ ରେଟିଂ ପଏଣ୍ଟଠାରୁ ଆଉ ୧୦ ପଛରେ ରହିଛନ୍ତି। ୨୦୧୭ ଡିସେମ୍ବରରେ ସ୍ମିଥ୍‌ କ୍ୟାରିୟର ଶ୍ରେଷ୍ଠ ୯୪୭ ରେଟିଂ ପଏଣ୍ଟ ହାସଲ କରିଥିଲେ। ଭାରତ ଅଧିନାୟକ କୋହଲିଙ୍କଠାରୁ ସ୍ମିଥ୍‌ ୩୪ ପଏଣ୍ଟ ଅଧିକ ପାଇଛନ୍ତି। ବ୍ୟାଟିଂ ତାଲିକାରେ ଜୋଶ୍‌ ବଟଲର (୩୭ତମ), ରୋରୀ ବ୍ରୁନ୍ସ (୬୧ତମ) ଓ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ (୬୦ତମ) ମଧ୍ୟ ର଼୍ୟାଙ୍କିଙ୍ଗରେ ଉପରକୁ ଉଠିଛନ୍ତି। ଅପରପକ୍ଷରେ ୪ର୍ଥ ଟେଷ୍ଟରେ ୧୦୩ ରନ ବିନିମୟରେ ମୋଟ୍‌ ୭ ଉଇକେଟ୍‌ ନେଇଥିବା କୁମିନ୍ସ ୯୧୪ ରେଟିଂ ପଏଣ୍ଟ ସହ ବୋଲିଂ ତାଲିକାରେ ଶୀର୍ଷରେ ସ୍ଥାନ ଦୃଢ଼ କରିଛନ୍ତି। ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ୬୩ ରେଟିଂ ପଏଣ୍ଟ ପଛରେ ରହି ତାଲିକାର ୨ୟ ସ୍ଥାନରେ ରହିଛନ୍ତି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ତାଲିକାର ୩ୟ ସ୍ଥାନରେ ରହିଥିବାବେଳେ ଜୋଶ୍‌ ହାଜେଲଉଡ୍‌ ଚଳିତ ବର୍ଷ ପ୍ରଥମଥର ଲାଗି ଟପ୍‌-୧୦କୁ ପ୍ରବେଶ କରିଛନ୍ତି। ହାଜେଲଉଡ୍‌ ୪ଟି ପାହାଚ ଉପରକୁ ଉଠି ୮ମ ସ୍ଥାନରେ ପହଞ୍ଚତ୍ଛନ୍ତି। ସେହିଭଳି ବାଂଲାଦେଶକୁ ୨୨୪ ରନର ବୃହତ୍‌ ବ୍ୟବଧାନରେ ପରାସ୍ତ କରିବା ପରେ ଆଫଗାନିସ୍ତାନ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ପୂର୍ବତନ ଅଧିନାୟକ ଅସଘର ଆଫଗାନ ଏହି ମ୍ୟାଚ୍‌ର ଉଭୟ ଇନିଂସରେ ଯଥାକ୍ରମେ ୯୨ ଓ ୫୦ ରନର ଇନିଂସ ଖେଳି ଏକଥରରେ ୪୭ଟି ସ୍ଥାନ ଉପରକୁ ଉଠିଛନ୍ତି। ବ୍ୟାଟିଂ ତାଲିକାରେ ସେ ୬୩ତମ ସ୍ଥାନରେ ରହିଥିବାବେଳେ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ରହମ୍‌ ଶାହ ୯୩ରୁ ୬୫ତମ ସ୍ଥାନକୁ ଲମ୍ଫ ପ୍ରଦାନ କରିଛନ୍ତି। ବୋଲିଂରେ ରଶିଦ୍‌ ଖାଁ ୬୯ରୁ ୩୭ତମ ସ୍ଥାନକୁ ଉଠିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri