Posted inଫୁରସତ

ଆଇନା କହିବ କେତେ ସୁନ୍ଦର

ସୁନ୍ଦର ଦେଖାଯିବାକୁୂ କିଏ ନ ଚାହେଁ। କିନ୍ତୁ ସମସ୍ତେ ନିଜ ସୁନ୍ଦରତାକୁ ନେଇ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତ ନୁହନ୍ତି। ଯଦି ଏଭଳି ଭାବନା ଆପଣଙ୍କର ବି ଥାଏ, ତେବେ ଚିନ୍ତିତ ହେବାର ଆଦୌ ଆବଶ୍ୟକତା ନାହଁି। ଏକ ଆମେରିକା କମ୍ପାନୀ ଏଭଳି ଆଇନା ତିଆରି କରିଥିବା ଦାବି କରିଛି, ଯାହାକୁ ଦେଖିବା ମାତ୍ରକେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟର ସମ୍ପୂର୍ଣ୍ଣ ଆକଳନ କରି ତାହା ସ୍କ୍ରିନ୍‌ରେ ପ୍ରଦାନ କରିବାର କ୍ଷମତା ରଖିଛି। ଏହି ଆଇନାର ନାମ ରହିଛି ହାଏମିରର୍‌ ମିନି। ବ୍ୟକ୍ତିଙ୍କର ପ୍ରଥମେ ଆଇନା ଫଟୋ ସଂଗ୍ରହ କରିଥାଏ। ଭଏସ୍‌ କମାଣ୍ଡ୍‌ ଉପରେ ଚାଲୁଥିବା ଏହି ଆଇନା ଫଟୋ ଆଧାରରେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, ତ୍ୱଚା, ନମନୀୟତା, ସୌନ୍ଦର୍ଯ୍ୟ ଏବଂ ତ୍ୱଚାର ଉଜ୍ଜ୍ୱଳତା ସମ୍ପର୍କରେ ସଠିକ୍‌ ସୂଚନା ପ୍ରଦାନ କରିଥାଏ। ତେବେ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏହି ଆଇନା ଦୁର୍ବଳ ହୃଦୟର ବ୍ୟକ୍ତିବିଶେଷଙ୍କ ପାଇଁ ହାନିକାରକ। କାରଣ ଏହାଦ୍ୱାରା ସେମାନଙ୍କ ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ବ୍ରିଟିଶ୍‌ ବଜାରରେ ଏହି ଆଇନାର ମୂଲ୍ୟ ୨୩୯ ପାଉଣ୍ଡ୍‌ ଅର୍ଥାତ୍‌ ୨୧,୭୭୧ ଟଙ୍କା ରହିଛି। ଏହି ଆଇନା ୧ ରୁ ୧୦୦ ସ୍କେଲ୍‌ ରେଟିଂ ମଧ୍ୟରେ ସୂଚନା ପ୍ରଦାନ କରେ। ୧୦୦ ରେଟିଂ ମିଳିବା ଅର୍ଥ ବ୍ୟକ୍ତିଙ୍କ ତ୍ୱଚା ଅ୍ଯଯନ୍ତ ସୁନ୍ଦର ରହିଛି। ଏହାଛଡ଼ା ଆଇନାରେ ଚେହେରାର ଯତ୍ନ ସମ୍ପର୍କରେ ଜରୁରୀ ତଥ୍ୟ ପ୍ରକାଶ ପାଇଥାଏ। ବ୍ୟକ୍ତିଙ୍କୁ ଏହା ନିଜ ସୌନ୍ଦର୍ଯ୍ୟ ବୃଦ୍ଧି ନିମିତ୍ତ ବିଭିନ୍ନ ପରାମର୍ଶ ମଧ୍ୟ ପ୍ରଦାନ କରେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri